ETV Bharat / bharat

Nagaland Assembly Polls: ପାଖେଇ ଆସୁଛି ନିର୍ବାଚନ, ଆଜି ମଇଦାନକୁ ଓହ୍ଲାଇବେ ଅମିତ ଶାହ - nagaland election news

ନାଗାଲାଣ୍ଡରେ ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

Nagaland Assembly Polls
Nagaland Assembly Polls
author img

By

Published : Feb 20, 2023, 10:47 AM IST

କୋହିମା: ପାଖେଇ ଆସୁଛି ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ । ଗାଦି ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ । ହେଭିଓ୍ବେଟ ନେତାଙ୍କ ପ୍ରଚାରରେ ପ୍ରକମ୍ପିତ ହେଉଛି ପ୍ରଚାର ମଇଦାନ । ଆଜି ନାଗାଲାଣ୍ଡ ଗସ୍ତ କରି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକ ନିର୍ବାଚନୀ ରାଲିରେ ଅପରାହ୍ନ 3ଟା 30 ମିନିଟ ସମୟରେ ସାମିଲ ହୋଇ ସମ୍ବୋଧିତ କରିବେ ଶାହ । ଏନେଇ ବିଜେପି ନେତା ଚିଅଙ୍ଗ କୋନ୍ୟାକ ସୂଚନା ଦେଇଛନ୍ତି । ଏହି ରାଲିରେ ବହୁ ବିଜେପି କର୍ମୀଙ୍କ ସହ ବହୁ ଜନ ସାଧାରଣ ମଧ୍ୟ ସାମିଲ ହେବେ । ଆସନ୍ତାକାଲି ଶାହ ସିଭିଲ ସୋସାଇଟି ଅରଗାନାଇଜେସନର ସଦସ୍ୟଙ୍କୁ ଅମିତ ଶାହ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଗତ ଫେବୃଆରୀ 16 ତାରିଖରେ ତ୍ରିପୁରାରେ 60 ବିଧାନସଭା ଆସନରେ ଭୋଟିଂ ଶେଷ ହୋଇଛି । ଆସନ୍ତା 27 ତାରିଖରେ ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ହେବ । ମାର୍ଚ୍ଚ 2 ତାରିଖରେ ତିନିଟି ରାଜ୍ୟରେ ଜନାଦେଶ ପ୍ରକାଶ ପାଇବ । ନିର୍ବାଚନ ହେବାକୁ ଥିବା ଏହି ଦୁଇ ରାଜ୍ୟରେ 60 ଲେଖାଏଁ ବିଧାନସଭା ଆସନ ରହିଛି । ନାଗାଲାଣ୍ତରେ ମାର୍ଚ୍ଚ 12, ମେଘାଳୟରେ 15 ଓ ତ୍ରିପୁରାରେ 22 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଭୋଟିଂ ଦିନ ପାଖେଇ ଆସିଥିବା ବେଳେ ଏହି ଦୁଇ ରାଜ୍ୟରେ ଜୋରଦାର ପ୍ରଚାର ଜାରି ରହିଛି।

ମେଘାଳୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ 15 ତାରିଖରେ ଇସ୍ତାହାର ଜାରି କରିଥିଲା ବିଜେପି । ରାଜଧାନୀ ଶିଲଂରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଇସ୍ତାହାରକୁ ଉନ୍ମୋଚନ କରିଥିଲେ । ସଶକ୍ତ ମେଘାଳୟ ରାଜ୍ୟରେ ମହିଳାଙ୍କ ସଶକ୍ତିକରଣ ପାଇଁ ରୋଜଗାର ସୃଷ୍ଟି କରିବା ସହ ପେନସନ ରାଶି ବୃଦ୍ଧି ଓ କୃଷକଙ୍କୁ ପ୍ରୋତ୍ସାହନ ପରି ପ୍ରସଙ୍ଗକୁ ଇସ୍ତାହାରରେ ସ୍ଥାନ ଦେଇଥିଲା ଦଳ। ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ନିଜର ସମୃଦ୍ଧ ପରମ୍ପରା ଓ ସଂସ୍କୃତି ପାଇଁ ଦେଶରେ ପରିଚୟ ବହନ କରିଥିବା ଇସ୍ତାହାର ଘୋଷଣା ସମୟରେ କହିଥିଲେ ନଡ୍ଡା ।

ଜେପି ନଡ୍ଡା ଆହୁରି ମଧ୍ୟ କହିଥିଲେ ଯେ, ''ରାଜ୍ୟରେ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ହେବାକୁ ବାକି ରହିଛି । ଯାହାକୁ ଭାରତୀୟ ଜନତା ପାର୍ଟି ପୁରା କରିବାକୁ ଚାହିଁଛି । ବିଜେପି ରାଜ୍ୟରେ ଦୁର୍ନୀତିମୁକ୍ତ ତଥା ସ୍ବଚ୍ଛ ଶାସନ ଦେବା ପାଇଁ ଚାହେଁ ଏଥି ସହ ଦଳ ନିର୍ବାଚନରେ ବିଜୟୀ ହେଲେ ରାଜ୍ୟରେ ସପ୍ତମ ବେତନ କମିଶନ ଲାଗୁ ହେବ । ବିଜେପି ଶାସନରେ ହିଁ ମେଘାଳୟର ବିକାଶ ସମ୍ଭବ ବୋଲି କହିଥିଲେ ଜେପି ନଡ୍ଡା । ''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.