ପାନାଜୀ: ପାଖେଇ ଆସୁଛି ଗୋଆ ବିଧାନସଭା ନିର୍ବାଚନ । ଆସନ୍ତା ଫେବୃଆରୀରେ ପଡିବ ଭୋଟ । ଏବେଠୁ ସରଗରମ ହେଲାଣୀ ପ୍ରଚାର ମଇଦାନ । ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଗୋଆ ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଗୋଆରେ ତିନୋଟି ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ଏକ ଛତା ଅଭିଯାନ ଆରମ୍ଭ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।
ଏନେଇ ଗୋଆ ବିଜେପି ମୁଖ୍ୟ ସଦାନନ୍ଦ ସେଠ ସୂଚନା ଦେଇ କହିଛନ୍ତି ଯେ, ଆଜି ଅମିତ ଶାହ ଦକ୍ଷିଣ ଗୋଆ ଗସ୍ତରେ ଆସି ପ୍ରଥମେ ସନ୍ ଗ୍ରେସ ଗାର୍ଡେନ୍, ପୋଣ୍ଡା ଏବଂ ଶାରଦା ମନ୍ଦିରର ହଲ୍, ସାନଭୋର୍ଡେମ୍ ଠାରେ ସାଧାରଣ ସଭା କରିବେ । ଏହାପରେ ଭାସ୍କୋରେ ଏକ ଛତା ଅଭିଯାନ ଆରମ୍ଭ ହେବ ।
ଆସନ୍ତା ଫେବୃଆରୀରେ 14ରେ ଗୋଆରେ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ପଡିବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ । ସୂଚନା ଥାଉକି, ମାର୍ଚ୍ଚ ୨୦୧୭ରରେ ଭାରତୀୟ ଜନତା ପାର୍ଟି ୧୩ଟି ସିଟ୍ ହାତେଇଥିବା ବେଳେ କଂଗ୍ରେସ ୧୭ଟି ଜିତିଥିଲା ।
@ANI