ETV Bharat / bharat

Manipur violence: ମଣିପୁର ଯିବେ ଶାହ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ

ଦଙ୍ଗା ପ୍ରଭାବିତ ମଣିପୁର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆସାମରେ ଏକ କାର୍ଯ୍ୟକ୍ରମ ମଞ୍ଚରେ ମଣିପୁରବାସୀଙ୍କୁ ଶାନ୍ତି ରକ୍ଷା ପାଇଁ କଲେ ନିବେଦନ । ଅଧିକ ପଢନ୍ତୁ

Manipur violence: ମଣିପୁର ଯିବେ ଶାହ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ
Manipur violence: ମଣିପୁର ଯିବେ ଶାହ, ଶାନ୍ତି ରକ୍ଷା ପାଇଁ କଲେ ନିବେଦନ
author img

By

Published : May 25, 2023, 6:08 PM IST

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ହିଂସା ପ୍ରଭାବିତ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ସେଠାରେ ବିଭିନ୍ନ ସମ୍ପ୍ରଦାୟ ପ୍ରତିନିଧିଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା କରି ବିବାଦର ସମାଧାନ କରିବା ନେଇ ପ୍ରୟାସ କରିବେ ବୋଲି ସୂଚନା ମିଳିଛି । ଶାହ ଦଙ୍ଗାରେ ପ୍ରଭାବିତ ସମସ୍ତଙ୍କୁ ନ୍ୟାୟ ମିଳିବା ନେଇ ସାନ୍ତ୍ବନା ଦେବା ସହ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ ମଧ୍ୟ କରିଛନ୍ତି ।

ଆସାମର କାମରୁପ ଜିଲ୍ଲାରେ ଜାତୀୟ ଫୋରେନସିକ ସାଇନ୍ସ ୟୁନିଭର୍ସିଟିର ଶିଳାନ୍ୟାସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ, ଶାହ ଏହି ସୂଚନା ଦେଇଛନ୍ତି । ସେ ନିଜେ ମଣିପୁର ଗସ୍ତ କରି ବିବାଦର ସମାଧାନ କରିବାକୁ ପ୍ରୟାସ କରିବେ । ହେଲେ ଲୋକେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରନ୍ତୁ ବୋଲି ଶାହ କହିଛନ୍ତି ।

ଶାହ କହିଥିଲେ,"ମୁଁ ମଣିପୁର ଗସ୍ତ କରିବି ଓ ସେଠାରେ 3 ଦିନ ରହିବି । ଏହା ପୂର୍ବରୁ ଉଭୟ ଗୋଷ୍ଠୀ ବିବାଦ ଛାଡି ଶାନ୍ତି ରକ୍ଷା କରିବା ପାଇଁ ପ୍ରୟାସ କରନ୍ତୁ । ରାଜ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ପ୍ରୟାସରେ ରହିଛନ୍ତି । କିନ୍ତୁ ରାଜ୍ୟରେ ଲୋକେ ନିଜଆଡୁ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରିବା ଉଚିତ ।’’ ଏବେ ଶାହ ଏକ ଦିବସୀୟ ଆସାମ ଗସ୍ତରେ ଅଛନ୍ତି ।

ମଣିପୁର ହିଂସାରେ ପ୍ରାୟ 60ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଏହି ବିବାଦ ବ୍ୟାପକ ହିଂସାର ରୂପ ନେଇଥିଲା । ରାଜଧାନୀ ଇମ୍ଫାଲ, ଚୋରାଚାନ୍ଦପୁର ଜିଲ୍ଲା ଓ ସମଗ୍ର ରାଜ୍ୟରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ସାମ୍ପ୍ରଦାୟିକ ସଂରକ୍ଷଣ ମାମଲାରେ ମଣିପୁର ହାଇକୋର୍ଟଙ୍କ ରାୟ ଆସିବା ପରେ ଏହି ହିଂସା ଦେଖିବାକୁ ମିଳିଥିଲା । ହାଇକୋର୍ଟଙ୍କ ରାୟକୁ ବିରୋଧ କରି ଆଦିବାସୀ ଛାତ୍ରଗୋଷ୍ଠୀ ବାହାର କରିଥିବା ମାର୍ଚ୍ଚରେ ହିଂସାର ସୂତ୍ରପାତ ହୋଇଥିଲା ।

ସ୍ଥିତି ଏପରି ହୋଇଥିଲା ଯେ, କେନ୍ଦ୍ରୀୟ ଫୋର୍ସ ସହ ସେନା ମଧ୍ୟ ମୁତୟନ କରାଯାଇଥିଲା । ରାଜ୍ୟରେ କେଇଦିନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରଖାଯାଇଥିଲା । ଏବେ ରାଜ୍ୟରେ ସ୍ଥିତି ସାମାନ୍ୟ ସୁଧୁରୁଛି । ଫୋର୍ସ ସଂଖ୍ୟା ମଧ୍ୟ ହ୍ରାସ କରାଯାଉଛି । ଶାହଙ୍କ ଗସ୍ତ ସମୟରେ ଉଭୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଓ ଉତ୍ତେଜନା ହ୍ରାସ କରାଯିବାକୁ ପ୍ରାୟସ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.