ETV Bharat / bharat

UP ଗସ୍ତ କରିବେ ଅମିତ ଶାହ; ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ - ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶର ମିର୍ଜାପୁରରେ ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ । 150 କୋଟି ଟଙ୍କାର ବିନ୍ଧ୍ୟାଚଲ କରିଡର ପ୍ରକଳ୍ପ (ଭିସିପି)ର ଶିଳାନ୍ୟାସ କରିବେ । ଏହାସହ ୧୬ କୋଟି ଟଙ୍କାର ଏକ ରୋପଓ୍ବେ ପ୍ରୋଜେକ୍ଟର ଉଦଘାଟନ କରିବେ । ଅଧିକ ପଢନ୍ତୁ...

UP ଗସ୍ତ କରିବେ ଅମିତ ଶାହା; ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

author img

By

Published : Aug 1, 2021, 10:07 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିର୍ଜାପୁରରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ । 150 କୋଟି ଟଙ୍କାର ବିନ୍ଧ୍ୟାଚଲ କରିଡର ପ୍ରକଳ୍ପ (ଭିସିପି)ର ଶିଳାନ୍ୟାସ କରିବେ । ଏହାସହ ୧୬ କୋଟି ଟଙ୍କାର ଏକ ରୋପଓ୍ବେ ପ୍ରୋଜେକ୍ଟର ଉଦଘାଟନ କରିବେ । ଗୃହମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ । ବାରଣାସୀର କାଶୀ ବିଶ୍ୱନାଥ ଧାମ କରିଡର ପ୍ରକଳ୍ପର ଧାଡ଼ିରେ ବିନ୍ଧ୍ୟାଚଲ କରିଡର ପ୍ରକଳ୍ପ ନିର୍ମାଣ କରାଯାଉଛି।

ଏନେଇ ଗୃହ ମନ୍ତ୍ରୀ ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ । ଶାହ ଅପରାହ୍ନରେ ଦେବରୀ ବିମାନବନ୍ଦରରେ ଅପରାହ୍ନ ୨ଟା ୪୦ ମଧ୍ୟରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ଏହା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଭୂମି ପୂଜନ ପାଇଁ ବିନ୍ଧ୍ୟାଚଲ ମନ୍ଦିର ଅଭିମୁଖେ ଯିବେ। ମନ୍ଦିରରେ ପୂଜାର୍ଚ୍ଚନା ପରେ ଭୂମି ପୂଜନର ରୀତିନୀତି କରିବେ । ଏହା ପରେ ସେମାନେ ସରକାରୀ ଇଣ୍ଟର କଲେଜ ପଡିଆରେ ପହଞ୍ଚି ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାସହ ବିନ୍ଧ୍ୟା ସର୍କଲ ପାଇଁ ରୋପୱେ ଉଦଘାଟନ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଗୃହମନ୍ତ୍ରୀ । ଏନେଇ ମିର୍ଜାପୁର ଡିଭିଜନାଲ କମିଶନର ସୂଚନା ଦେଇଛନ୍ତି ।

ମନ୍ଦିରର ଭୂମି ପୂଜନ ପରେ ତୁରନ୍ତ ଏହି ପ୍ରକଳ୍ପ ଆରମ୍ଭ ହେବ । ଏହି ପ୍ରକଳ୍ପ ଅଧୀନରେ 50 ଫୁଟ ଚଉଡା ପରିକ୍ରମା ମାର୍ଗ ହେବ। ପର୍ଯ୍ୟଟକମାନଙ୍କୁ ପବିତ୍ର ଶକ୍ତିପୀଠର ପରିଦର୍ଶନ ପାଇଁ ଅନୁମତି ଦିଆଯାଇଛି । ଯାହା ଫଳରେ ଭକ୍ତମାନେ ପୁରା ମନ୍ଦିର ବୁଲି ଦେଖିପାରିବେ । ଏହି ପ୍ରକଳ୍ପର ଏକ ଅଂଶ ଭାବରେ ମନ୍ଦିରକୁ ଯାଉଥିବା ରାସ୍ତା ମଧ୍ୟ ପ୍ରଶସ୍ତ କରାଯାଉଛି । ଏହା ବ୍ୟତୀତ ପାର୍କିଂ ଜୋନ୍, ଗେଷ୍ଟ ହାଉସ୍, ସପିଂ କମ୍ପ୍ଲେକ୍ସ, ତୀର୍ଥଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କୋଠରୀ ସମେତ ମୌଳିକ ଭିତ୍ତିଭୂମିର ଉନ୍ନତି ତଥା ଆଧୁନିକ ସୁବିଧାଗୁଡ଼ିକ ଯୋଗାଇ ଦିଆଯିବ ।

ପୂର୍ବ ୟୁପିରେ ଏହା ହେଉଛି ପ୍ରଥମ ରୋପୱେ । ଯାହା ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଅର୍ଥାତ ପ୍ରଥମ ରୋପଓ୍ବେଟି କାଳୀ ଖୋ ଏବଂ ଅଷ୍ଟାବୁଜାକୁ ସଂଯୋଗ କରୁଛି । ରୋପୱେ ଲାଇନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଉଦଘାଟନ ହେବାକୁ ଥିବା ରୋପଓ୍ବେରେ ହଜାର ହଜାର ତୀର୍ଥଯାତ୍ରୀ ଉପକୃତ ହେବେ । ବିନ୍ଧ୍ୟାଚଲର ପବିତ୍ର ଅଷ୍ଟାବୁଜା ଏବଂ କାଳୀ ଖୋ ପାହାଡକୁ ବୁଲିବାକୁ ଆସୁଥିବା ତୀର୍ଥଯାତ୍ରୀ ଏଥିରେ ଉପକୃତ ହେବେ ।

ଅଷ୍ଟାବୁଜା ଠାରୁ ଟର୍ମିନାଲ୍ (ପାର୍କିଂ ସାଇଟ୍) ପର୍ଯ୍ୟନ୍ତ ଦ୍ୱିତୀୟ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି । ଏବଂ ଡିସେମ୍ବର ଶେଷ ସୁଦ୍ଧା ଏହା ଶେଷ ହେବ ବୋଲି ଆଶା କରାଯାଉଛି । ୟୁପି ପର୍ଯ୍ୟଟନ ଯୁଗ୍ମ ନିର୍ଦ୍ଦେଶକ ଅବିନାଶ ମିଶ୍ର କହିଛନ୍ତି ଯେ 16 କୋଟି ଟଙ୍କାରେ ରୋପୱେ ପ୍ରକଳ୍ପ କାର୍ଯ୍ୟ ଚାଲିଛି । 199 ମିଟର ପ୍ରଥମ ଲାଇନ କାଳୀ ଖୋ ଏବଂ ଅଷ୍ଟାବୁଜା ଏବଂ ଅନ୍ୟାନ୍ୟ 102 ମିଟର ଦ୍ୱିତୀୟ ଲାଇନକୁ ସଂଯୋଗ କରୁଥିବା ରୋପୱେ ତିଆରି ହୋଇଛି ।

ଯାହା ଅଷ୍ଟାବୁଜା ପାହାଡରୁ ଟର୍ମିନାଲ୍ (ପାର୍କିଂ ପଏଣ୍ଟ) କୁ ଦର୍ଶକଙ୍କୁ ନେଇପାରିବ । 260 ମିଟରରୁ ଅଧିକ ଉଚ୍ଚରୁ ଦୁଇଟି ପାହାଡ ମଧ୍ୟରେ ଜଙ୍ଗଲ ଅଞ୍ଚଳର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ପର୍ଯ୍ୟଟକ । ଏହାସହ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଭେଟିବେ ବୋଲି ଆଶା କରାଯାଉଛି । ମିର୍ଜାପୁର ଯିବା ପୂର୍ବରୁ ଗୃହମନ୍ତ୍ରୀ ଲକ୍ଷ୍ନୌର ପ୍ରଥମ ଫରେନସିକ୍ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.