ନୂଆଦିଲ୍ଲୀ: ଆସନ୍ତାକାଲି(ଶନିବାର)ଠୁ ଦୁଇ ଦିନିଆ ମେଘାଳୟ ଗସ୍ତ କରିବେ ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ବିକାଶର ସମୀକ୍ଷା କରିବେ । ଶାହାଙ୍କ ସହିତ ଆଉ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଗସ୍ତ କରିବା ନେଇ ସୂଚନା ମିଳିିଛି ।
ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସଂସ୍କୃତି ମନ୍ତ୍ରୀ ଜି.କିଶାନ ରେଡ୍ଡୀ ଓ ଜିତେନ୍ଦ୍ରି ସିଂ ମଧ୍ୟ ଗସ୍ତ କରିବା ନେଇ ସୂଚନା ମିଳିଛି । ମେଘାଳୟ ଗସ୍ତ କରି ସେଠାରେ ନର୍ଥଇଷ୍ଟର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ।
ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଏକ ଏମଡିଏ ବୈଠକ ଆୟୋଜିତ କରିଥିଲେ । ସେଥିରେ ରୁଲିଙ୍ଗ ପାର୍ଟିର ସଭାପତି ଉପସ୍ଥିତ ଥିଲେ । ବୈଠକରେ ଶହାଙ୍କ ଗସ୍ତ ନେଇ ଆଲୋଚନା ହୋଇଥିଲା । ଏହା ସହିତ ଅନ୍ୟ ସମସ୍ୟା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।
ନିକଟରେ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାଓ୍ବନ୍ତଙ୍କ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଗୋଆରେ ଥିବା ଦଙ୍ଗର ଗୋଷ୍ଠୀକୁ ଆଦିବାସୀ ଶ୍ରେଣୀରେ ଅର୍ନ୍ତଭୁକ୍ତ କରିବା ନେଇ ପ୍ରମୋଦଙ୍କ ଏକ ପ୍ରତିନିଧି ଦଳ ଶାହାଙ୍କୁ ଭେଟିିଥିଲେ । ଦଙ୍ଗର ଗୋଷ୍ଠୀ ଆଦିବାସୀ ଶ୍ରେଣୀରେ ସାମିଲ ହେଲେ କେନ୍ଦ୍ର ସରକାରଙ୍କର ଆଦିବାସୀ ମାନଙ୍କ ପାଇଁ ଥିବା ସମସ୍ତ ଯୋଜନାରେ ଲାଭବାନ ହେବେ ।
@ANI