ଅହମ୍ମଦାବାଦ: ଆଜି ପବିତ୍ର ରଥଯାତ୍ରା । ଏନେଇ ଗୁଜୁରାଟର ଅହମ୍ମଦାବାଦରେ ଥିବା ଜଗନ୍ନାଥ ମନ୍ଦିରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋମବାର ସକାଳୁ ମନ୍ଦିରରେ ପହଞ୍ଚି ମହାବାହୁଙ୍କୁ ଦର୍ଶନ କରିବା ସହ ମଙ୍ଗଳ ଆରତି କରିଛନ୍ତି ଏବଂ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି । ସେପଟେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ଚାରିପଟେ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ତିନି ଦିନିଆ ଗୁଜୁରାଟ ଗସ୍ତରେ ଥିବା ଶାହାଙ୍କର ଆଜି ହେଉଛି ଗୁଜୁରାଟ ଗସ୍ତର ଶେଷ ଦିନ । ଶାହ ଆଜି ଅହମ୍ମଦାବାଦରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମେତ ଅନେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଜଗନ୍ନାଥ ମନ୍ଦିରରେ 'ମଙ୍ଗଳ ଆରତୀ'ରେ ଭାଗ ନେବା ପରେ ଶାହା ଅନେକ ଯୋଜନାର ଶୁଭାରମ୍ଭ କରିବାକୁ ଗାନ୍ଧିନଗର ଜିଲ୍ଲାର ନରଦୀପୁର ଗ୍ରାମକୁ ପରିଦର୍ଶନ କରିବେ ।
@ANI