ETV Bharat / bharat

ଶାହାଙ୍କ ଦମ୍ଭୋକ୍ତି; ମମତା ହାରୁଛନ୍ତି ବଙ୍ଗ ନିର୍ବାଚନ, BJP ଖାତାକୁ ଆସିବ ଏତିକି ସିଟ୍...‌ - ଅମିତ ଶାହ

ପଶ୍ଚିମବଙ୍ଗର ଦୁଇଟି ପର୍ଯ୍ୟାୟରେ କାହା ସପକ୍ଷରେ ଅଧିକ ମତଦାନ ହୋଇଛି ତାହା ସସପେନ୍ସରେ ରହିଥିବା ବେଳେ ବିଜେପିର ବିଜୟକୁ ନେଇ ଦମ୍ଭୋକ୍ତି ଭରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ...

ଶାହଙ୍କ ଦମ୍ଭୋକ୍ତି; ମମତା ହାରୁଛନ୍ତି ବଙ୍ଗ ନିର୍ବାଚନ, BJP ଖାତାକୁ ଆସିବ ଏତିକି ସିଟ୍...‌

author img

By

Published : Apr 2, 2021, 9:13 PM IST

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ବଙ୍ଗ ମୈଦାନ । ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ରହିଛି ଜୋରଦାର ଟକ୍କର । ରାଜ୍ୟରେ 2ଟି ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ତେବେ ଏହି ଦୁଇ ପର୍ଯ୍ୟାୟରେ କାହା ସପକ୍ଷରେ ଅଧିକ ମତଦାନ ହୋଇଛି ତାହା ସସପେନ୍ସରେ ରହିଥିବା ବେଳେ ବିଜେପିର ବିଜୟକୁ ନେଇ ଦମ୍ଭୋକ୍ତି ଭରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟରୂପେ ବିଧାନସଭା ନିର୍ବାଚନ ହାରୁଥିବା ଦାବି କରିଛନ୍ତି ଅମିତ ଶାହ । ସେ କହିଛନ୍ତି, କ୍ଷମତାକୁ ଆସୁଥିବା ଭାରତୀୟ ଜନତା ପାର୍ଟିର ନୂଆ ସରକାରର ପ୍ରଥମ ବୈଠକରେ ନାଗରିକତା ସଂଶୋଧନ ଆଇନର ବିଷୟ ଉଠାଯିବ ।

ଅମିତ ଶାହ ପଶ୍ଚିମବଙ୍ଗରେ ଶୁକ୍ରବାର 2ଟି ରୋଡ ଶୋ କରିଛନ୍ତି । ଗୋଟିଏ ଦକ୍ଷିଣ 24 ପ୍ରଗଣାର ବାରୁଇପୁରରେ ହୋଇଥିବା ବେଳେ ଅନ୍ୟ ରୋଡ ଶୋ ହୁଗୁଳି ଜିଲ୍ଲାର ଆରାମବାଗରେ ଥିଲା ।

ଅମିତ ଶାହା ଦାବି କରିଛନ୍ତି ଯେ ସେ ଫିଡବ୍ୟାକ ଅନୁଯାୟୀ, ପ୍ରଥମ ଦୁଇଟି ପର୍ଯ୍ୟାୟରେ ମୋଟ 60ଟି ଆସନ ମଧ୍ୟରୁ ବିଜେପି 50ଟି ଜିତି ସାରିଛି । ତେବେ 294 ଆସନ ବିଶିଷ୍ଟ ବିଧାନସଭାରେ ବିଜେପି 200ରୁ ଅଧିକ ସିଟ ଜିତିବ ବୋଲି ଜୋର ଦେଇ କହିଛନ୍ତି ଶାହ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.