ETV Bharat / bharat

ବିହାର ଗସ୍ତରେ ନୀତିଶଙ୍କୁ ସିଧା ଟାର୍ଗେଟ କଲେ ଶାହ, କହିଲେ ‘ପଲଟୁ ବାବୁ’

author img

By

Published : Jun 29, 2023, 10:14 PM IST

ଦିନିକିଆ ବିହାର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ଯମନ୍ତ୍ରୀ ନୀତିଶ କୁମାରଙ୍କୁ କଲେ ଟାର୍ଗେଟ । ମନେ ପକାଇଲେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବାର ସମୟ । କହିଲେ ‘ପଲଟୁ ବାବୁ’ ।

ବିହାର ଗସ୍ତରେ ନୀତିଶ କୁମାରଙ୍କୁ ସିଧା ଟାର୍ଗେଟ କଲେ ଶାହ, କହିଲେ ‘ପଲଟୁ ବାବୁ’

ପାଟନା: ଦିନିକିଆ ବିହାର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନିଜ ସମ୍ବୋଧନରେ ସିଧା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ନୀତିଶଙ୍କୁ ‘ପଲଟୁ ବାବୁ’ ବୋଲି କହିଛନ୍ତି ଶାହ । ସେହିପରି ନୀତିଶ କାହା ସମର୍ଥନରେ ବିହାରରେ ସରକାର ଗଠନ କରିଥିଲେ । କାହା ସହଯୋଗରେ ସେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିପାରିଥିଲେ, ସେମାନଙ୍କୁ ଅନ୍ତତଃପକ୍ଷେ ସମ୍ମାନ ଦେବାକୁ ମଧ୍ୟ ଶାହ କହିଛନ୍ତି ।

ଆଜି (ଗୁରୁବାର) ଶାହ ଦିନିକିଆ ବିହାର ଗସ୍ତରେ ଲକ୍ଷିସରାଇ ଜିଲ୍ଲାରେ ପହଞ୍ଚିଛନ୍ତି । ସେ ସେଠାରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରି ବିହାର ସରକାର ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସିଧା ଟାର୍ଗେଟ କରିଛନ୍ତି । ଗତ 9 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା କ’ଣ କାର୍ଯ୍ୟ କରାଯାଇଛି ବୋଲି ନୀତିଶ ପ୍ରଶ୍ନ କରୁଛନ୍ତି । ହେଲେ ସେ ଏକଥା ମନେ ପକାଇବା ଉଚିତ କାହା ସମର୍ଥନରେ ସେ ବିହାରରେ ସରକାର ଗଠନ କରିଥିଲେ । କାହା ସହଯୋଗରେ ମୁଖ୍ଯମନ୍ତ୍ରୀ ହୋଇଥିଲେ । ଯେଉଁମାନଙ୍କ ସହଯୋଗରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେମାନଙ୍କୁ ଅନ୍ତତଃପକ୍ଷେ ସମ୍ମାନ ରହିବା ଉଚିତ ବୋଲି ଶାହ କହିଥିଲେ ।

ସେହିପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରର 9 ବର୍ଷକୁ ଦେଶ ପାଇଁ ଗୌରବର ସମୟ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଶ୍ବବ୍ୟାପୀ ଲୋକପ୍ରିୟତାକୁ ଦର୍ଶାଇ ସେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ମଧ୍ୟ ଉଦାହରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଇଜିପ୍ଟ ଯେଉଁଠାରେ ଗଲେ ମଧ୍ଯ ମୋଦି ମୋଦି ନାରା ଶୁଣିବାକୁ ମିଳୁଛି । କେତେକ ରାଷ୍ଟ୍ରମଖ୍ୟ ମୋଦିଙ୍କ ସହ ସାକ୍ଷାତ କରିବା ପାଇଁ ସମୟ ମାଗୁଛନ୍ତି, ଆଉ କିଛି ଅଟୋଗ୍ରାଫ ମାଗୁଛନ୍ତି, ଆଉ କେହି ପାଦ ଛୁଇଁ ଆର୍ଶୀବାଦ ନେଉଛନ୍ତି ବୋଲି କହିଛନ୍ତି ଶାହ ।

2020 ବିହାର ବିଧାନସଭା ନିର୍ବାଚନରେ ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଭାରତୀୟ ଜନତା ପାର୍ଟି ସମର୍ଥନରେ ସରକାର ଗଠନ କିରଥିଲା । ବିଜେପିର ବିଧାୟକ ସଂଖ୍ୟା ଜେଡିୟୁ ସଂଖ୍ୟା ଠାରୁ ଅଧିକ ଥିଲେ ମଧ୍ୟ ନୀତିଶ କୁମାରଙ୍କ ପାଇଁ ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲା । ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ହେଲେ ଗତବର୍ଷ (2022) ଅଗଷ୍ଟରେ ଅତି ନାଟକୀୟ ଢଙ୍ଗରେ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ମାତ୍ର 24 ଘଣ୍ଟା ମଧ୍ୟରେ ଆରଜେଡି ଓ କଂଗ୍ରେସ ସହଯୋଗରେ ମହାମେଣ୍ଟ ସମର୍ଥିତ ସରକାର ଗଠନ କରିଥିଲେ । ସେ ବିଜେପିକୁ ବିରୋଧୀ ଦଳକୁ ରାସ୍ତା ଦେଖାଇ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିବା ବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲେ ।

ରାଜ୍ୟରେ ସରକାର ଭାଙ୍ଗିବା ପରେ ମଧ୍ୟ ଚୁପ ବସିନଥିଲେ ନୀତିଶ । 2024 ସଧାରଣ ନିର୍ବାଚନରେ ବିଜେପି ବିରୋଧରେ ବିରୋଧୀଙ୍କ ଏକାଠି କରିବାରେ ଲାଗିଛନ୍ତି ନୀତିଶ କୁମାର । ନିକଟରେ ଚଳିତ ମାସ 23 ତାରିଖରେ ତାଙ୍କ ନେତୃତ୍ବରେ ପାଟନାରେ 17 ଟି ବିରୋଧୀ ଦଳ ଏକାଠି ହୋଇ ବୈଠକ ମଧ୍ୟ କରିଥିଲେ । ପରବର୍ତ୍ତୀ ବୈଠକ ବେଙ୍ଗାଲୁରୁରେ ରଖାଯାଇଛି । ବିଜେପି ମଧ୍ୟ ନୀତିଶଙ୍କ ନେତୃତ୍ବରେ ମେଳି ବାନ୍ଧିବାରେ ଲାଗିଥିବା ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପାର୍ଥୀ କି’ଏ ବୋଲି ବାରମ୍ବାର ପ୍ରଶ୍ନ କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.