ETV Bharat / bharat

ଶ୍ରଦ୍ଧାଙ୍କ ହତ୍ୟାକାରୀଙ୍କୁ ନିଶ୍ଚିତ ଶାସ୍ତି ମିଳିବ: ଅମିତ ଶାହ - ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା

ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ (Shraddha Walkar murder case) ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଏହାକୁ ନେଇ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

ଅମିତ ଶାହ
ଅମିତ ଶାହ
author img

By

Published : Nov 25, 2022, 7:52 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା(Sradha Murder Case)। ଦିନକୁ ଦିନ ସାମ୍ନାକୁ ଆସୁଛି ଜହ୍ଲାଦ ପ୍ରେମିକ ଅଫତାବ ପୁନାଓ୍ବାଲାର ନୂଆ ନୂଆ ତଥ୍ୟ । ତେବେ ଶ୍ରଦ୍ଧାଙ୍କ ହତ୍ୟାକାରୀଙ୍କୁ କିଭଳି କଠିନରୁ କଠିନ ଦଣ୍ଡ ବିଧାନ କରାଯାଏ ସେ ବିଷୟରେ ଦିଲ୍ଲୀ ପୋଲିସ ଏବଂ ବିଚାର ବ୍ୟବସ୍ଥା ନିଶ୍ଚୟ ଯତ୍ନବାନ ହେବ ବୋଲି ଗୁରୁବାର କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏହା ମଧ୍ଯ ପଢନ୍ତୁ: IND vs NZ 1st ODI: ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି,"ମୁଁ ଘଟଣା ଉପରେ ଦୃଷ୍ଟି ରଖିଛି । ମୁଁ ଦେଶବାସୀଙ୍କୁ ଏତିକି କହିବାକୁ ଚାହୁଁଛି ଶ୍ରଦ୍ଧା ହତ୍ୟାକାରୀ ଯିଏ ହେଇଥାଉ ନା କାହିଁକି, ଦୋଷୀ ପ୍ରତି କଠିନ ଦଣ୍ଡ ବିଧାନ କରିବାକୁ ଦିଲ୍ଲୀ ପୋଲିସ ଏବଂ ବିଚାର ବ୍ୟବସ୍ଥା ସୁନିଶ୍ଚିତ କରିବେ । ଶ୍ରଦ୍ଧାକୁ ଅଫତାବ ହତ୍ୟାକରି 35 ଖଣ୍ଡ କାଟିଦେଇଥିଲା।2020 ମସିହାରେ ଶ୍ରଦ୍ଧା ଲେଖିଥିବା ଚିଠି ବିଷୟରେ ପୋଲିସର କୌଣସି ଭୂମିକା ନାହିଁ । ମହାରାଷ୍ଟ୍ର ପୋଲିସ ପାଖକୁ ଶ୍ରଦ୍ଧା ଏହି ଚିଠି ଲେଖିଥିଲେ । ତାଙ୍କୁ ହତ୍ୟାକରି ଖଣ୍ଡଖଣ୍ଡ କରି ଦିଆଯିବାକୁ ଧମକ ଦିଆଯାଉଛି ବୋଲି ସେ ଉକ୍ତ ପତ୍ରରେ ଲେଖିଥିଲେ । ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ବର୍ତ୍ତମାନ ଦିଲ୍ଲୀ ଏବଂ ମୁମ୍ବାଇ ପୋଲିସ ଭିତରେ କୌଣସି ସମନ୍ବୟର ଅଭାବ ନାହିଁ । ଶ୍ରଦ୍ଧାଙ୍କ ଯେଉଁ ଚିଠି ସାମ୍ନାକୁ ଆସିଛି ସେଥିରେ ଦିଲ୍ଲୀ ପୋଲିସର କୌଣସି ଭୂମିକା ନାହିଁ । ଶ୍ରଦ୍ଧାକୁ ଖଣ୍ଡ ଖଣ୍ଡ କରି ମାରି ଦେବା ପାଇଁ ଧମକ ଦିଆଯାଇଥିବା ନେଇ ସେ ମହାରାଷ୍ଟ୍ରର ଏକ ଥାନାରେ ମାମଲା ଦାୟର କରିଥିଲେ । ତେବେ ବର୍ତ୍ତମାନ ଦୋଷୀ ପ୍ରତି କଠୋର ଦଣ୍ଡ ବିଧାନ ନେଇ ସନ୍ଦେହ କରିବା ଅନୁଚିତ । ଦୋଷୀକୁ ନିଶ୍ଚୟ କଠୋର ଶାସ୍ତି ମିଳିବ। "

ଏହା ମଧ୍ୟ ପଢନ୍ତୁ: Shraddha Murder: ମିଳୁନି ଶ୍ରଦ୍ଧାଙ୍କ କଟାମୁଣ୍ଡ, ଅଫତାବଙ୍କ ଘରେ ପୋଲିସର ଛାନଭିନ

ସୂଚନାଅନୁସାରେ, ଏକ ଅନଲାଇନ ଡେଟିଂ ଆପ ଜରିଆରେ ପ୍ରଥମେ ପରସ୍ପର ସହ ପରିଚିତ ହୋଇଥିଲେ ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ଓ ଅଭିଯୁକ୍ତ ଅଫତାବ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଭିନ୍ନ ଧର୍ମର ହୋଇଥିବା କାରଣରୁ ପରିବାର ଲୋକେ ଏହାକୁ ବାରଣ କରିଥିଲେ । ପରେ ଉଭୟ ଦିଲ୍ଲୀର ମେହେରୁଲିରେ ଏକ ଭଡା ଆପାର୍ଟମେଣ୍ଟରେ ଲିଭ୍‌-ଇନ-ରିଲେସନସିପରେ ରହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ସମ୍ପୃକ୍ତ ଯୁବତୀ ବିବାହ ପାଇଁ ବାରମ୍ବାର ଅଭିଯୁକ୍ତ ଉପରେ ଚାପ ପକାଇଥିଲା । ଉଭୟଙ୍କ ମଧ୍ୟରେ ଏହି ଘଟଣାକୁ ବଚସା ହେବା ସହ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଥିଲା । ଗତ ମେ’ ମାସରେ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ୩୫ଖଣ୍ଡ କରି କାଟିବା ପରେ ଏକ ଫ୍ରିଜରେ ରଖିଥିଲା । ଏହି ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.