ବେଙ୍ଗାଲୁରୁ: ଦେଶରେ ଭୟଙ୍କର ରୂପ ନେଇଛି ମହାମାରୀର ଦ୍ବିତୀୟ ଲହର । 4 ଲକ୍ଷ ମୁହାଁ ହୋଇଛି ସଂକ୍ରମଣ । ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ସଭିଏଁ । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ସାମ୍ନାକୁ ଆସିଛି । ବେଙ୍ଗାଲୁରୁରୁ 3 ହଜାର କୋରୋନା ସଂକ୍ରମିତ ନିଖୋଜ ରହିଛନ୍ତି । ଏନେଇ ରାଜ୍ୟର ରାଜସ୍ବ ମନ୍ତ୍ରୀ ଆର ଆଶୋକା ସୂଚନା ଦେଇଛନ୍ତି । ଏନେଇ ଏକ ବୈଠକ କରିଥିଲେ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ସାମିଲ ହୋଇଥିଲେ । ନିଖୋଜ ଥିବା କୋରୋନା ସଂକ୍ରମିତଙ୍କୁ ଖୋଜିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । କାହିଁକିନା ଅଧିକାଂଶ ସଂକ୍ରମିତଙ୍କ ଫୋନ ବନ୍ଦ ଥିବା ବେଳେ ସେମାନଙ୍କ ଘରେ ତାଲା ଝୁଲୁଛି । କିଏ କେଉଁଠାରେ ଚିକିତ୍ସିତ ହେଉଛନ୍ତି ଏହାର ଖବର ଖୋଦ ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ ନାହିଁ ।
ମହାମାରୀ ଆରମ୍ଭ ହେବା ଦିନଠାରୁ ବେଙ୍ଗାଲୁରୁ ସଂକ୍ରମଣ ବ୍ୟାପିବାରରେ ଲାଗିଛି । ଏହା ଏକ ପ୍ରକାର କୋରୋନା ସଂକ୍ରମଣର ହବ ପାଲଟିଛି । ରାଜ୍ୟର ଅଧିକାଂଶ ଲୋକେ କୋରୋନାରେ ସଂକ୍ରମିତ ହୋଇ ସାରିଛନ୍ତି । 2ରୁ 3 ପ୍ରତିଶତ ଲୋକେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି । ନିଖୋଜ ଥିବା ସଂକ୍ରମିତଙ୍କ ପାଇଁ ସଂକ୍ରମଣ ଅଧିକ ମାତ୍ରାରେ ବ୍ୟାପୁଛି । ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ମାଗଣାରେ ଔଷଧ ବଣ୍ଟନ କରୁଛନ୍ତି । ଯାହା 90 ପ୍ରତିଶତ ମାମଲାକୁ ନିୟନ୍ତ୍ରଣ କରୁଛି ।
ନିଖୋଜ କୋରୋନା ସଂକ୍ରମିତଙ୍କ ମଧ୍ୟରୁ କିଛି ଆକ୍ରାନ୍ତ ଗୁରୁତର ଅବସ୍ଥାରେ ମେଡିକାଲେ ପହଞ୍ଚୁଛନ୍ତି । ଆଇସିୟୁ ପାଇଁ ବେଡ ଖୋଜୁଛନ୍ତି । ଯେଉଁମାନେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ସେମାନଙ୍କୁ ନିଜ ଫୋନ ଅନ ରଖିବାକୁ ନିବେଦନ କରିଛନ୍ତି ମନ୍ତ୍ରୀ । ଯାହା ଦ୍ବାରା ସେମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଓ ଯାଞ୍ଚ ପ୍ରକ୍ରିୟା ସହଜ ହୋଇ ପାରିବ । ସେପଟେ, ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କୋରୋନା ସ୍ଥିତିକୁ ମୁକାବିଲା କରିବା କ୍ଷେତ୍ରରେ ଗୋଟିଏ ବର୍ଷର ଅଭିଜ୍ଞତା ରହିଛି । ଅତି କମରେ 20 ପ୍ରତିଶତ ରୋଗୀ ଆମ ଫୋନ୍ କଲ ଉଠାନ୍ତି ନାହିଁ । ଯଦିଓ ଅଧିକାଂଶ କ୍ଷେତ୍ରରେ ପୋଲିସ ସେମାନଙ୍କୁ ନିଜ ଉପାୟରେ ଟ୍ରାକ୍ କରିଥାଏ । ଆଉ ସେମାନଙ୍କ ନିକଟରେ ପହଞ୍ଚିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ