ETV Bharat / bharat

Amarnath Yatra: ଆଜିଠୁ ପୁଣି ଆରମ୍ଭ ହେବ ଅମରନାଥ ଯାତ୍ରା

author img

By

Published : Jul 11, 2022, 7:21 AM IST

4 ଦିନ ପରେ ଆଜି ଠାରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଶୁକ୍ରବାର ବାଦଲଫଟା ବର୍ଷା ପରେ ପ୍ରାଣ ହରାଇଥିଲେ 16 ତୀର୍ଥଯାତ୍ରୀ । 3 ଦିନର ଉଦ୍ଧାର ଅପରେସନ କରିଥିଲେ ମିଳିତ ବାହିନୀ । ଆଜି ପୁଣି ଯାତ୍ରା ଆରମ୍ଭ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ । ଅଧିକ ପଢନ୍ତୁ

ଆଜି ଠାରୁ ପୁଣି ଆରମ୍ଭ ହେବ ଅମରନାଥ ଯାତ୍ରା
ଆଜି ଠାରୁ ପୁଣି ଆରମ୍ଭ ହେବ ଅମରନାଥ ଯାତ୍ରା

ଶ୍ରୀନଗର: ପ୍ରସିଦ୍ଧ ଅମରନାଥ ପୀଠରେ ବାଦଲ ଫଟା ବର୍ଷାରେ ସୃଷ୍ଟି ହୋଇଥିବା ଖଣ୍ଡପ୍ରଳୟ ପରେ ଆଜି ଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ତେବେ ସ୍ଥିତିକୁ ଦେଖି ଯାତ୍ରା ପଥରେ ସାମାନ୍ୟ ପରିବର୍ତ୍ତନ ମଧ୍ୟ କରାଯାଇଛି । ନୁନଓ୍ବାନ ପହଲଗାମ ସାଇଡ (Nunwan Pahalgam side)ରୁ ଶ୍ରଦ୍ଧାଳୁମାନେ ପୁଣି ବାବାଙ୍କ ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିବା ନେଇ ଯାତ୍ରାର ପରିଚାଳନା କରୁଥିବା ଅମରନାଥ ଜୀ ସ୍ରାଇନ ବୋର୍ଡ (Shri Amarnath Ji Shrine Board) ପକ୍ଷରୁ ସୂଚନା ମିଳିଛି ।

ସେହିପରି ବାଲତଲ ବେସ କ୍ୟାମ୍ପରେ ମଧ୍ୟ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଆଜି ଗୁମ୍ଫା ଅଭିମୁଖେ ଯାତ୍ରା ପାଇଁ ଅନୁମତି ମିଳିବ । ବାଦଲ ଫଟା ବର୍ଷାରେ ପ୍ରାୟ 16 ଜଣ ତୀର୍ଥଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ସ୍ଥଳସେନା, ITBP, NDRF ଓ ବାୟୁସେନାର ମିଳିତ ଉଦ୍ଧାର ଅପରେସନରେ ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ 3 ଦିନର ଉଦ୍ଧାର ଅପରେସନରେ ଗୁମ୍ଫା ନିକଟସ୍ଥ ଯାତ୍ରୀ ଶିବିରରୁ ପ୍ରାୟ 15 ହଜାର ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ITBP ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଦୀର୍ଘ 4 ଦିନ ବନ୍ଦ ରହିବା ପରେ ଆଜି ପାଗରେ ସୁଧାର ଆସିବା ଯୋଗୁ ଯାତ୍ରା ପୁଣି ଆରମ୍ଭ ହେବା ନେଇ ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର ପ୍ରଶାସନ । ପ୍ରତିକୂଳ ପାଗ ସାଙ୍ଗକୁ ଏପରି ଦୁଃଖଦ ଅଘଟଣ ପରେ ମଧ୍ୟ ଅପେକ୍ଷାରତ ଯାତ୍ରୀଙ୍କ ମଧ୍ୟରେ ବାବାଙ୍କୁ ଦର୍ଶନ କରିବାର ଉତ୍ସାହ କମିନି । ଗତମାସ 30 ତାରିଖରୁ ଆରମ୍ଭ ହୋଇଥିବା ଏହି ପବିତ୍ର ଯାତ୍ରା ଆସନ୍ତାମାସ (ଅଗଷ୍ଟ) 11 ତାରିଖରେ ଶେଷ ହେବ । ଗତ ଦୁଇ ବର୍ଷ କୋଭିଡ କାରଣରୁ ଯାତ୍ରା ବନ୍ଦ ରହିବା କାରଣରୁ ଚଳିତ ଥର ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲିକ୍ଷିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.