ETV Bharat / bharat

ଇସ୍ତଫା ପୂର୍ବରୁ ସୋନିଆଙ୍କୁ କୋହଭରା ଚିଠି ଲେଖିଥିଲେ କ୍ୟାପ୍ଟେନ

author img

By

Published : Sep 19, 2021, 4:35 PM IST

ଦୀର୍ଘ ଦିନ ଧରି ଯନ୍ତ୍ରଣା ଓ କଷ୍ଟକୁ ନିଜ ଛାତିରେ ଚାପିଧରି ଶେଷରେ ଇସ୍ତଫା ଦେବା ପୂର୍ବରୁ ସୋନିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ । ଅଧିକ ପଢନ୍ତୁ...

ଇସ୍ଥାଫା ପୂର୍ବରୁ ସୋନିଆଙ୍କୁ କୋହଭାରା ଚିଠି ଲେଖିଥିଲେ କ୍ୟାପ୍ଟେନ

ଚଣ୍ଡିଗଡ: 'ଗତ ୫ ବର୍ଷର ଘଟଣା କ୍ରମ ମୋତେ କଷ୍ଟ ଦେଇଛି । ବ୍ୟକ୍ତିଗତ ପୀଡା ସତ୍ତ୍ବେ ମୋର ଆଶା ରହିଛି ଯେ କଂଗ୍ରେସର ଘଟଣାକ୍ରମ କଠିନ ପରିଶ୍ରମରୁ ଅର୍ଜିତ ଶାନ୍ତି ଓ ବିକାଶକୁ କ୍ଷତି ପହଁଞ୍ଚାଇବ ନାହିଁ ।' ଦୀର୍ଘ ଦିନ ଧରି ଯନ୍ତ୍ରଣା ଓ କଷ୍ଟକୁ ନିଜ ଛାତିରେ ଚାପିଧରି ଶେଷରେ ଇସ୍ତଫା ଦେବା ପୂର୍ବରୁ ସୋନିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ ।

ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କ୍ୟାପ୍ଟେନ ଅମରିନ୍ଦର ସିଂ ବଖାଣିଛନ୍ତି ୫ ମାସର ଦୁଃଖ ଓ ଯନ୍ତ୍ରଣା । ଚିଠିରେ ଅସନ୍ତୋଷ ବି ରହିଛି ହେଲେ ଯନ୍ତ୍ରଣାରୁ ଜଳଜଳ କରି ବାରି ହୋଇପଡୁଛି ଅସହାୟତା । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ସୋନିଆ ଗାନ୍ଧୀଙ୍କୁ ଏହି ଚିଠି ଲେଖିଥିଲେ । ଏହି ଚିଠିରେ ସୋନିଆ ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କାରଣ ସମ୍ପର୍କରେ ସୂଚନା ଦେଇଥିଲେ କ୍ୟାପ୍ଟେନ ।

କ୍ୟାପଟେନ ଅମରିନ୍ଦର ସୋନିଆଙ୍କୁ ଲେଖିଛନ୍ତି ଯେ ରାଜ୍ୟରେ ଗତ ୫ ମାସର ଘଟଣାକ୍ରମରେ ସେ ଅତ୍ୟନ୍ତ ଦୁଃଖିତ। ପଞ୍ଜାବରେ ହାଇକମାଣ୍ଡର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ଅମରିନ୍ଦର ଲେଖିଛନ୍ତି, ପଞ୍ଜାବରେ ନିଆଯାଇଥିବା ନିଷ୍ପତ୍ତିର ପ୍ରଭାବ ଜାତୀୟ ସ୍ତରରେ କ’ଣ ହୋଇପାରେ ଏବଂ ଏହା ସହ ଜଡିତ ଚିନ୍ତାଧାରାକୁ ବିଚାର କରାଯାଇ ନାହିଁ।

ମୋର ବ୍ୟକ୍ତିଗତ ଯନ୍ତ୍ରଣା ସତ୍ତ୍ବେ ମୁଁ ଆଶା କରୁଛି କଂଗ୍ରେସର ବିକାଶ ପଞ୍ଜାବରେ କଠିନ ପରିଶ୍ରମରୁ ଅର୍ଜିତ ଶାନ୍ତି ଏବଂ ବିକାଶକୁ ପ୍ରଭାବିତ କରିବ ନାହିଁ । ମୁଁ ସମସ୍ତଙ୍କ ଉପରେ ନ୍ୟାୟ ସୁନିଶ୍ଚିତ କରିବାକୁ ଯେଉଁ ପ୍ରୟାସ କରୁଛି, ତାହା ଜାରି ରଖିବ। ମୁଁ କେବଳ ଆଇନର ନିୟମ ପ୍ରତିଷ୍ଠା କରି ସ୍ବଚ୍ଛ ଶାସନ ସୁନିଶ୍ଚିତ କରି ନାହିଁ, ବରଂ ରାଜନୈତିକ ପ୍ରସଙ୍ଗରେ ନୈତିକ ଆଚରଣ ମଧ୍ୟ ବଜାୟ ରଖିଥିବା ଲେଖିଛନ୍ତି ଅମରିନ୍ଦର ସିଂ ।

କଂଗ୍ରେସରେ କଳହ ଯୋଗୁଁ ସୀମା ଟପିଛି କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଅସନ୍ତୋଷ । ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା କଳହ ଉଗ୍ର ରୂପ ନେଉଥିବାବେଳେ ଶେଷରେ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପ୍ଟେନ । ଇସ୍ତଫା ସମ୍ପର୍କରେ ସୋନିଆ ଗାନ୍ଧୀଙ୍କୁ ସଫାସଫା ଜଣାଇ ସାରିଥିଲେ ସିଂ। କଂଗ୍ରେସର ଘଟଣାକ୍ରମରେ ଅପମାନିତ ହେଉଥିବା ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲେ ବୋଲି ଇସ୍ତଫା ପରେ ବୟାନ ଦେଇଥିଲେ ଅମରିନ୍ଦର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.