ETV Bharat / bharat

ସିଦ୍ଧୁଙ୍କୁ ସିଧା ଟକ୍କର ଦେବେ ଅମରିନ୍ଦର, ଘୋଷଣା କଲେ ନୂଆ ଦଳ - ଅମରିନ୍ଦରଙ୍କ ନୂଆ ଦଳ

ନୂଆ ଦଳ ଘୋଷଣା କଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ । କିଛିମାସ ପୂର୍ବରୁ ଦଳ ସହ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର । ଅଧିକ ପଢନ୍ତୁ...

amarinder-singh-launches-new-political-party-vows-to-fight-against-navjot-singh-sidhu
ସିଦ୍ଧୁଙ୍କୁ ଟକ୍କର ଦେବେ ଅମରିନ୍ଦର, ନୂଆ ଦଳ ଘୋଷଣା କଲେ
author img

By

Published : Oct 27, 2021, 1:39 PM IST

ଚଣ୍ଡିଗଡ: ପୂର୍ବରୁ ଚର୍ଚ୍ଚାରେ ବିରାମ ଲଗାଇ ଶେଷରେ ନୂଆ ଦଳ ଘୋଷଣା କରିଛନ୍ତି ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ । ସାମ୍ବାଦିକ ସମ୍ମିଳନୀ କରି ନିଜ ନୂଆ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି କ୍ୟାପଟେନ୍‌ । ତେବେ ବର୍ତ୍ତମାନ ସୁଦ୍ଧା ଦଳର ନାମ ଘୋଷଣା କରିନାହାନ୍ତି ।

ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଏକ ନୂଆ ଦଳ ଗଠନ କରିବି । ଆୟୋଗଙ୍କ ଅନୁମୋଦନ ପରେ ଦଳର ନାଁ ଏବଂ ଚିହ୍ନ ଘୋଷଣା କରାଯିବ । ମୋର ଓକିଲମାନେ ଏହା ଉପରେ କାମ କରୁଛନ୍ତି ।’ ସିନ୍ଧୁଙ୍କୁ ଟାର୍ଗେଟ କରି ଅମରିନ୍ଦର କହିଛନ୍ତି ଯେ, ସିଦ୍ଧୁଙ୍କ ମସ୍ତିଷ୍କ ନାହିଁ, ସେ କିଛି ଜାଣିନାହାନ୍ତି । କେବଳ ଗପୁଛନ୍ତି । ସିଦ୍ଧୁ ପିସିସି ସଭାପତି ହେବା ପରେ କଂଗ୍ରେସର ଲୋକପ୍ରିୟତା ୨୫ ପ୍ରତିଶତ ହ୍ରାସ ପାଇଛି ।

ଅମରିନ୍ଦର କହିଛନ୍ତି ଯେ, ଯେଉଁଠାରୁ ସିଦ୍ଧୁ ନିର୍ବାଚନ ଲଢିବେ ହେବେ ଆମେ ସେହିଠାରୁ ତାଙ୍କୁ ଚ୍ୟାଲେଞ୍ଜ ଦେବୁ । ସମୟ ଆସିଲେ ଆମେ ସମସ୍ତ ୧୧୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ । ତେବେ ଅମରିନ୍ଦର ସିଂ ୨୦୨୨ ପଞ୍ଜାବ ନିର୍ବାଚନରେ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବେ କି ନାହିଁ ତାହା ସ୍ପଷ୍ଟ କରି ନାହାଁନ୍ତି ।

ସୂଚନା ଅନୁଯାୟୀ କ୍ୟାପ୍ଟେନ ଅମରିନ୍ଦର ସିଂ ଦଳୀୟ ବିଶୃଙ୍ଖଳା ଦର୍ଶାଇ କିଛି ମାସ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ନୂଆ ଦଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସବୁ ଚର୍ଚ୍ଚାରେ ଅନ୍ତ ଘଟିଛି । ଅମରିନ୍ଦର ସିଂ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.