ETV Bharat / bharat

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଯୌତୁକ ନିର୍ଯାତନା ମାମଲାରେ 2 ମାସ ପର୍ଯ୍ୟନ୍ତ ଗିରଫ କରିପାରିବନି ପୋଲିସ - ଆହ୍ଲାବାଦ ହାଇକୋର୍ଟଙ୍କ ରାୟ

ଯୌତୁକ ନିର୍ଯାତନା ମାମଲାରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ପ୍ରଥମ ଦୁଇ ମାସ ମଧ୍ୟରେ ଗିରଫ ପରିବର୍ତ୍ତେ ପରିବାର କଲ୍ୟାଣ କମିଟି କରିବ ପାରିବାରିକ ସମାଧାନର ପ୍ରୟାସ । ଆବଶ୍ୟକ ହେଲେ ପରେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ । ଅଧିକ ପଢନ୍ତୁ

କୋର୍ଟଙ୍କ ନିର୍ଦ୍ଦେଶ: ଯୌତୁକ ନିର୍ଯାତନା ଅଭିଯୁକ୍ତଙ୍କୁ 2 ମାସ ପର୍ଯ୍ୟନ୍ତ କରାଯିବନି ଗିରଫ

author img

By

Published : Jun 15, 2022, 10:48 PM IST

ଲକ୍ଷ୍ନୌ: ଯୌତୁକ ନିର୍ଯାତନା ଅଭିଯୁକ୍ତଙ୍କୁ 2 ମାସ ପର୍ଯ୍ୟନ୍ତ ଗିରଫ କରିପାରିବନି ପୋଲିସ । ଏହି ଦୁଇ ମାସ ମଧ୍ୟରେ ପୋଲିସ ନୁହେଁ ବରଂ ପରିବାର କଲ୍ୟାଣ କମିଟି ଅଭିଯୋଗ ହୋଇଥିବା ମାମଲାର ପ୍ରାଥମିକ ତଦନ୍ତ କରିବା ସହ ପାରିବାରିକ ସମାଧାନର ରାସ୍ତା ବାହାର କରିବା ପାଇଁ ପ୍ରାୟସ କରିବ । IPCର ଧାରା- 498 (କ) କୁ ବାଖ୍ୟା କରି ଆହ୍ଲାବାଦ ହାଇକୋର୍ଟ ଏପରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଆଜି ଏହି ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ଜଷ୍ଟିସ ରାହୁଲ ଚତୁର୍ବେଦୀ ଏହି ରାୟ ଶୁଣାଇଛନ୍ତି ।

ଖଣ୍ଡପୀଠ ଏହି ରାୟକୁ ଆହୁରି ସ୍ପଷ୍ଟ କରି କହିଛନ୍ତି, ନିର୍ଯାତନା ମାମଲା ଦାଏର ହେବା ପରେ ପୋଲିସ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରୁ । ଏହି ଦୁଇ ମାସ ଅବଧି ମଧ୍ୟରେ ପାରିବାରିକ ସମସ୍ୟାର କାରଣ ଖୋଜିବା ଓ ସମାଧାନ କରିବା ପାଇଁ ପରିବାର ମଙ୍ଗଳ କମିଟି ପ୍ରୟାସ କରିବ । ଉକ୍ତ କମିଟି ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ପୋଲିସ ଓ ପ୍ରଶାସନକୁ ହସ୍ତାନ୍ତର କରିବ । ପରେ ପୋଲିସ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚିତ ଭାବେ, ତେବେ ମାମଲାର ତଦନ୍ତ କରିପାରିବ । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ପରିବାର କଲ୍ୟାଣ କମିଟିର କୌଣସି ସଦସ୍ଯଙ୍କୁ ସାକ୍ଷୀ ଭାବେ ବ୍ୟବହାର କରିପାରିବ ନାହିଁ ବୋଲିି କୋର୍ଟ ରାୟରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.