ETV Bharat / bharat

କୋରୋନା ନିୟମ ପାଳନ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ, 6 ଜିଲ୍ଲା ଉପରେ ଡ୍ରୋନର ନଜର - ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଉତ୍ତରପ୍ରଦେଶରେ କୋରୋନା ସଂକ୍ରମଣ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ 6 ଟି ଜିଲ୍ଲାକୁ କଡାକଡି ଭାବେ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

କୋରୋନା ନିୟମ
କୋରୋନା ନିୟମ
author img

By

Published : Nov 25, 2020, 11:54 AM IST

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ କୋରୋନା ସଂକ୍ରମଣ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋରୋନା ଦ୍ବାରା ସର୍ବାଧିକ ପ୍ରଭାବିତ 6 ଟି ଜିଲ୍ଲାକୁ କଡାକଡି ଭାବେ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି, ପ୍ରୟାଗରାଜ, ଲକ୍ଷ୍ନୌ, ଗାଜିଆବାଦ, ମେରଟ, କାନପୁର ଏବଂ ଗୌତମ ବୁଦ୍ଧନଗର । ଆଗାମୀ 30 ଦିନ ପାଇଁ ଏହି ଜିଲ୍ଲା ଉପରେ ହାଇକୋର୍ଟ ତୀବ୍ର ନିରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହ୍ଲାବାଦ ହାଇକୋର୍ଟ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ୍ ଉପରେ 24 ଘଣ୍ଟା ନଜର ରଖିବାକୁ ଏବଂ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ପିନ୍ଧିବାର ନିୟମ ବାଧ୍ୟତାମୂଳକ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହ ଖାଦ୍ୟ ଏବଂ ପାନୀୟ ସାମଗ୍ରୀକୁ ଖୋଲା ସ୍ଥାନରେ ବିକ୍ରୟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 6 ସପ୍ତାହ ପର୍ଯ୍ୟନ୍ତ ସମସ୍ତ ନିୟମ ବଳବତ୍ତର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପରବର୍ତ୍ତୀ ଶୁଣାଣି ଯଥା ଡିସେମ୍ବର 3 ରେ କରାଯିବା ସହ ଏନେଇ ଆହ୍ଲାବାଦ ହାଇକୋର୍ଟ ରିପୋର୍ଟ ମାଗିଛନ୍ତି । ପ୍ରକାଶଥାଉକି, ଗତ 24 ଘଣ୍ଟା ମଧ୍ୟରେ ଆଉ 33 ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 7,615 କୁ ବୃଦ୍ଧି ପାଇଛି ଏବଂ 2,274 ନୂତନ ସଂକ୍ରମଣ ରିପୋର୍ଟ ହେବା ପରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା 5,31,050 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.