ETV Bharat / bharat

କର୍ଣ୍ଣାଟକରେ କୋହଳ ହେଲା କଟକଣା, ଅପରାହ୍ନ 5ଟା ପର୍ଯ୍ୟନ୍ତ ଖୋଲିବ ବଜାର

author img

By

Published : Jun 19, 2021, 8:39 PM IST

କର୍ଣ୍ଣାଟକରେ କୋଭିଡ କଟକଣା ହ୍ରାସ ପରେ ଦୋକାନ ବଜାର ସହ ବିଭିନ୍ନ ପ୍ରତିଷ୍ଠାନ ଖୋଲିବା ଉପରେ କୋହଳ ନୀତି ଆପଣାଇଛନ୍ତି ରାଜ୍ୟ ସରକାର । ସନ୍ଧ୍ୟା 5ଟା ଯାଏ ବଜାର ଖୋଲିବାକୁ ଅନୁମତି । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ କୋହଳ ହେଲା କଟକଣା, ଅପରାହ୍ନ 5 ଟା ପର୍ଯ୍ୟନ୍ତ ବଜାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋଭିଡ କଟକଣା ହ୍ରାସ ପରେ ଦୋକାନ ବଜାର ସହ ବିଭିନ୍ନ ପ୍ରତିଷ୍ଠାନ ଖୋଲିବା ଉପରେ କୋହଳ ନୀତି ଆପଣାଇଛନ୍ତି ରାଜ୍ୟ ସରକାର । ଏଣିକି ସମସ୍ତ ଦୋକାନ ଏବଂ ହୋଟେଲ, କ୍ଲବ୍, ରେଷ୍ଟୁରାଣ୍ଟ ଅପରାହ୍ନ 5 ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦେଇଛି ରାଜ୍ୟ ସରକାର । ସେହିପରି ଲଜ୍, ରିସର୍ଟ, ଜିମ୍, ଘରୋଇ କାର୍ଯ୍ୟାଳୟଗୁଡିକ 16 ଟି ଜିଲ୍ଲାରେ ଖୋଲିବାକୁ ଅମୁମତି ଦେଇଛି ରାଜ୍ୟ ସରକାର । ଏହି ସବୁୁ ଅନୁଷ୍ଠାନରେ ମାତ୍ର 50 ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଅନୁମତି ପାଇଥିବା 16 ଜିଲ୍ଲାରେ ସଂକ୍ରମଣ ହାର ମାତ୍ର 5 ପ୍ରତିଶତ ଓ ତାହା ଠାରୁ କମ ଥିବାରୁ ଏପରି କୋହଳ ନୀତି ଆପଣାଇଛନ୍ତି କର୍ଣ୍ଣାଟକ ସରକାର । ଏହି ସବୁ ପ୍ରତିଷ୍ଠାନରେ ସମ୍ପୂର୍ଣ୍ଣ କ୍ଷମତାର ମାତ୍ର 50 ପ୍ରତିଶତ ଲୋକଙ୍କୁ ନେଇ ଖୋଲା ଯାଇପାରିବା ନେଇ ମଧ୍ୟ ନିର୍ଦ୍ଦେଶ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ୟେଦ୍ଦୁରପ୍ପା ସୂଚନା ଦେଇଛନ୍ତି । ଦେଶରେ କୋରୋନା ଦ୍ବିତୀୟ ଲହର ସାମାନ୍ୟ ନିୟନ୍ତ୍ରଣ ଆସିଛି । ଏପରି ସ୍ଥଳେ ବିଭିନ୍ନ ପ୍ରାଦେଶିକ ସରକାର କୋଭିଡ ଗାଇଡଲାଇନକୁ କଟାକଡି କରି ବିଭିନ୍ନ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ସମସ୍ତ ଜରୁରୀ ସେବା ପୁନଃ ଆରମ୍ଭ ହେବା ସହ ସବୁଠି କୋଭିଡ କଟକଣାକୁ ସର୍ତ୍ତମୂଳକ ଭାବେ ବଳବତ୍ତର ରଖାଯାଇଛି । ଭିଡକୁ ଏଡାଇବା ସହ ଫେସ ମାସ୍କ ପରିଧାନ ଓ ସାମାଜିକ ଦୂରତାକୁ ଅଗ୍ରାଧିକାର ଦେଇ ବିଭିନ୍ନ ସାର୍ବଜନୀନ ପ୍ରତିଷ୍ଠାନ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.