ETV Bharat / bharat

Budget Session: ସର୍ବଦଳୀୟ ବୈଠକ ଆରମ୍ଭ, ନାହାନ୍ତି କଂଗ୍ରେସ ନେତା - ବଜେଟ 2023

ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ କରିଛି କେନ୍ଦ୍ର । ଗୃହରେ ଫଳପ୍ରଦ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ମାଗିବେ ସରକାର । ଆସନ୍ତାକାଲିଠୁ (ମଙ୍ଗଳବାର) ଅଧିବେଶନ ଆରମ୍ଭ । ଅଧିକ ପଢନ୍ତୁ

all party meeting ahead of Budget
Budget Session
author img

By

Published : Jan 30, 2023, 1:26 PM IST

Updated : Jan 30, 2023, 1:37 PM IST

ନୂଆଦିଲ୍ଲୀ: ଆସନ୍ତାକାଲିଠୁ(ମଙ୍ଗଳବାର) ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବୃଆରୀ 1ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ କରିଛନ୍ତି କେନ୍ଦ୍ର ସରକାର । ଜାତୀୟ ରଜଧାନୀ ଦିଲ୍ଲୀରେ ସର୍ବଦଳୀୟ ବୈଠକରେ ଗୃହରେ ଫଳପ୍ରଦ ଆଲୋଚନା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିବେ କେନ୍ଦ୍ର ସରକାର ।

ଅପରାହ୍ନ 1ଟାରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ବାରା ପାରମ୍ପରିକ ଭାବେ ବୈଠକ ଆହୁତ ହୋଇଛି । ଏଥିବେ ସଂସଦରେ ପ୍ରତିନିଧିତ୍ବ ଥିବା ପ୍ରାୟ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିଛନ୍ତି । ବୈଠକରେ ବିରୋଧୀ ଦଳ ଚଳିତ ଅଧିବେଶନରେରେ ସେମାନଙ୍କ ଦ୍ବାରା ଉଠାଯିବାକୁ ଥିବା ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦାବି କରିବେ । ସେହିପରି ଅଧିବେଶନର ଫଳପ୍ରଦତା ଓ ଶୃଙ୍ଖଳିତ ଗୃହ ପରିଚାଳନା ପାଇଁ ସରକାର ବିରୋଧୀ ଦଳଙ୍କ ସହଯୋଗ ଆଶା କରିବେ । ସଂସଦର ଅନେକ୍ସ ବିଲ୍ଡିଂରେ ବୈଠକ ହୋଇଛି । ଏହା ସହିତ ଏନଡିଏ ଫ୍ଲୋର ଲିଡରଙ୍କର ଏକ ବୈଠକ ମଧ୍ୟ ରଖାଯାଇଛି । ବୈଠକରେ କଂଗ୍ରେସ ଦଳର ନେତା ସାମିଲ ହୋଇନାହାନ୍ତି । ସରକାରୀ ସୂତ୍ର ଅନୁଯାୟୀ ଉଭୟ ମଲ୍ଲିକାର୍ଜୁନ ଖଡଗେ ଏବଂ ଆଧୀର ରଞ୍ଜନ ଚୌଧୁରୀ ଆଜି ଶ୍ରୀନଗରରେ ଶେଷ ହୋଇଥିବା ଭାରତ ଯୋଡା ଯାତ୍ରା କାରଣରୁ ବୈଠକରେ ସାମିଲ ହୋଇନଥିବା ଜଣାପଡିଛି ।

ଏହା ବି ପଢନ୍ତୁ...Tripura Assembly Election: 22ଟି ଆସନରେ ପ୍ରାର୍ଥୀ ଘୋଷଣା କଲା TMC

ସଂସଦର ବଜେଟ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଶେଷ ହେବ । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଦ୍ବିତୀୟ ପାଳି ସରକାର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଏହି ଅଧିବେଶନରେ ଉପସ୍ଥାପିତ ହେବାକୁ ଯାଉଛି । ବର୍ଷ 2023ର ପ୍ରଥମ ସଂସଦ ଅଧିବେଶନ ହୋଇଥିବା କାରଣରୁ ପ୍ରଥମ ଦିବସରେ ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଦ୍ବିତୀୟ ଦିବସ ତଥା ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । 2024ରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହି ବଜେଟ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ହେବାକୁ ଯାଉଛି । ଶେଷ ବଜେଟର ରୂପରେଖକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି ।

ଅଧିବେଶନର ପ୍ରଥମ ଭାଗ ଆସନ୍ତାକାଲିଠୁ ଆରମ୍ଭ ହୋଇ ଫେବୃଆରୀ 13 ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ଭାଗ ମାର୍ଚ୍ଚ 13 ରେ ଆରମ୍ଭ ହେବ ଏବଂ ଏପ୍ରିଲ 6 ପର୍ଯ୍ୟନ୍ତ ଚାଲିବ । ମୌସୁମୀ ଅଧିବେଶନରେ ଉଭୟ ଗୃହରେ 9ଟି ବିଲ ପାରିତ ହୋଇଥିଲା । ଚଳିତ ଅଧିବେଶନରେ ମଧ୍ୟ ମୋଦି ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ମଧ୍ୟ ଆଗତ କରିବା ନେଇ ଚର୍ଚ୍ଚା ହେଉଛି ।

Last Updated : Jan 30, 2023, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.