ନୂଆଦିଲ୍ଲୀ: କୋରୋନା ମହାମାରୀ କାରଣରୁ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଦ୍ୱାରା ଅଗଷ୍ଟ 2020ରେ କଣ୍ଟାକ୍ଟଲେସ ଇ-ଟିକେଟିଂ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଚୂଡ଼ାନ୍ତ ପରୀକ୍ଷା ପାଇଁ ସମସ୍ତ ବସକୁ ଅନ୍ତର୍ଭୁକ୍ତ କରିଛି। ତେବେ ଫେବୃଆରୀର ଶେଷ ସପ୍ତାହରେ ପୂର୍ବରୁ ସମସ୍ତ 3760 DTC ବସରେ ଏହି ଆପର ପରୀକ୍ଷଣକୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।
ଏହି ସମସ୍ତ ବସର ଫାଇନାଲ ଟ୍ରାଏଲ ପରିବହନ ମନ୍ତ୍ରୀଙ୍କ ଦ୍ବାରା ଗଠିତ ଏକ ଟାସ୍କ ଫୋର୍ସ ଦ୍ବାରା କରାଯାଉଛି। ଯେଉଁଥିରେ ପରିବହନ ନିଗମ(ଡିଟିସି), ଦିଲ୍ଲୀ ଇଣ୍ଟିଗ୍ରେଟେଡ ମଲ୍ଟି ମଡେଲ ଟ୍ରାଞ୍ଜିଟ ସିଷ୍ଟମ ଲିମିଟେଡ (DIMTS), ଇନ୍ଦ୍ରପ୍ରସ୍ଥ ସୂଚନା ପ୍ରାଦ୍ୟାଗିକ ସଂସ୍ଥାନ (ଆଇଆଇଟି ଦିଲ୍ଲୀ) ଓ ଓ୍ବାଲର୍ଡ ରିସର୍ଚ୍ଚେସ ଇଂଷ୍ଟିଚ୍ୟୁଟ (ଡବ୍ଲୁଆରଆଇ) ସମେତ ବିଶେଷଜ୍ଞମାନେ ସାମିଲ ଅଛନ୍ତି। ତେବେ ଏହି ମୋବାଇଲ ଇ-ଟିକେଟିଂ ଆପ ଟି ଆଇଆଇଆଇଟି-ଦିଲ୍ଲୀ ଦ୍ବାରା ବିକଶିତ କରାଯାଇଛି।
ଗତ ବର୍ଷ ଅଗଷ୍ଟ ମାସରେ 473 ରୁଟ ବସରେ DIMTS ଦ୍ୱାରା ଇ-ଟିକେଟ ଆରମ୍ଭ କରାଯାଇଥିଲା । ଏହା ପରେ ଟ୍ରାଏଲରେ ଜଡ଼ିତ ବସ ସଂଖ୍ୟା 550 କୁ ବୃଦ୍ଧି ପାଇଛି । ଏଥି ସହିତ, ଡିଟିସିରେ ଏହି ଅନଲାଇନ ଟିକେଟ ଆପ ପରୀକ୍ଷା ଗତ ବର୍ଷ ସେପ୍ଟେମ୍ବରରେ ଗାଜିପୁର ଏବଂ ହସନପୁର ଡିପୋରେ ରୁଟ 534ରେ ଆରମ୍ଭ ହୋଇଥିଲା। ଏହା ଉଭୟ ଡିପୋରୁ ମୋଟ 35ଟି ବସ ରେ ଆରମ୍ଭ ହୋଇଥିଲା । ଏହି ଡିପୋଗୁଡ଼ିକର ସଫଳତା ପରେ, ଡିଟିସିର ସମସ୍ତ ଡିପୋରେ ଇ-ଟିକେଟ ପ୍ରଚାର କରାଯାଇଥିଲା । ବର୍ତ୍ତମାନ, 31 ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ଡିଟିସି ବସ୍ ରେ ଇ-ଟିକେଟ୍ ସେବା ପରୀକ୍ଷା କରାଯାଉଛି । ଯଦି ଏହି ସମଗ୍ର ଟ୍ରାଏଲରେ ନିରନ୍ତର ସର୍ଭେ ମଧ୍ୟ କରାଯାଇଥାଏ ଯାହା ଦ୍ବାରା ଯଦି ଯାତ୍ରୀମାନେ ଏହି ଆପ ବ୍ୟବହାର କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଏହାକୁ ହଟାଯାଇପାରିବ ।