ନୂଆଦିଲ୍ଲୀ: ଜେଏନୟୁରେ ଦେଶବିରୋଧୀ ନାରା ଦେବା ମାମଲାରେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜାମିନ ମିଳିଛି । 7 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ମାମଲାରେ ଜେଏନୟୁ ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର, ଉମର ଖଲିଦ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କୁ କୋର୍ଟ ଜାମିନ ଦେଇଥିଲେ ।
ଆଜି କହ୍ନେୟା କୁମାର ଓ ଉମର ଖଲିଦ କୋର୍ଟରେ ହାଜର ହୋଇଥିଲେ । ଦିଲ୍ଲୀ ପୋଲିସର ଚାର୍ଜସିଟ ଆଧାରରେ ପଟିଆଲା ହାଉସ କୋର୍ଟ ଏମାନଙ୍କୁ ସମନ କରିଥିଲେ । ଏହା ଉପରେ ଆଜି ଶୁଣାଣି କରି 7 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲ 7 ତାରିଖରେ ହେବ ବୋଲି ଜଣାପଡିଛି ।
ସେପଟେ ଆଜି 7 ଅଭିଯୁକ୍ତଙ୍କୁ 25 ହଜାର ଲେଖାଏଁ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।