ETV Bharat / bharat

Assembly Polls 2022: 10 ଫେବୃଆରୀରୁ 7 ପର୍ଯ୍ୟାୟରେ ୫ ରାଜ୍ୟରେ ନିର୍ବାଚନ, ମାର୍ଚ୍ଚ 10ରେ ଫଳାଫଳ

author img

By

Published : Jan 8, 2022, 4:43 PM IST

Updated : Jan 8, 2022, 4:51 PM IST

୫ଟି ରାଜ୍ୟରେ ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଫେବୃଆରୀ ୧୦ରେ ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଶେଷ ପର୍ଯ୍ୟାୟ ନିର୍ବାଚନ ତାରିଖ 7 ମାର୍ଚ୍ଚ । 10 ମାର୍ଚ୍ଚରେ ଫଳାଫଳ । ଅଧିକ ପଢନ୍ତୁ

10 ଫେବୃଆରୀରୁ 7 ପର୍ଯ୍ୟାୟରେ ୫ ରାଜ୍ୟରେ ନିର୍ବାଚନ, ମାର୍ଚ୍ଚ 10ରେ ଫଳାଫଳ

ନୂଆଦିଲ୍ଲୀ: ଘୋଷଣା ହୋଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ । ଆଜି ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁଶିଲ ଚନ୍ଦ୍ରା ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।

ବିଧାନସଭା ନିର୍ବାଚନ ପ୍ରକ୍ରିୟା 10 ଫେବୃଆରୀରୁ ଆରମ୍ଭ ହୋଇ 7 ମାର୍ଚ୍ଚରେ ଶେଷ ହେବ । ମାର୍ଚ୍ଚ 10 ରେ ମତଗଣନା ସହ ଫଳାଫଳ ଘୋଷଣା ହେବାକୁ ତାରିଖ ସ୍ଥିର କାରାଯାଇଛି । ଆଜି ତାରିଖ ଘୋଷଣା ସହିତ ନିର୍ବାଚନ ଆଚରଣ ବିଧି (MCC) ମଧ୍ୟ କାର୍ଯ୍ୟକାରୀ କରାଯାଇଥିବା ନିର୍ବାଚନ ଆୟୁକ୍ତ ସୂଚନା ଦେଇଛନ୍ତି ।

ମୋଟ ୭ ପର୍ଯ୍ୟାୟରେ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ଗୋଆ, ଉତ୍ତରାଖଣ୍ଡ ଓ ପଞ୍ଜାବରେ 14 ଫେବୃଆରୀରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବ । ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟ ଓ ଉତ୍ତର ପ୍ରଦେଶରେ ମୋଟ ୭ ପର୍ଯ୍ୟାୟରେ ନିର୍ବାଚନ ଶେଷ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ଆୟୋଗ ।

ଗୋଆ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ 14 ଫେବୃଆରୀରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ସହ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ମଣିପୁରେ ଦୁଇ ପର୍ଯ୍ୟାୟ ତଥା 27 ଫେବୃଆରୀ ଏବଂ 3 ମାର୍ଚ୍ଚରେ ମତଦାନ ହେବା ନେଇ ଘୋଷଣା କରିଛନ୍ତି ଆୟୋଗ ।

୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ECI କହିଲେ- ୫ ରାଜ୍ୟର ୬୯୦ଟି ଆସନ ପାଇଁ ହେବ ନିର୍ବାଚନ । ୫ ରାଜ୍ୟର ୧୮ କୋଟି ୩୪ ଲକ୍ଷ ମତଦାତା ମତଦାନ କରିବେ । ସୁରକ୍ଷିତ ନିର୍ବାଚନ କରାଇବା ଆମର ମୁଖ୍ୟ ଲକ୍ଷ୍ୟ । ମୋଟ ୬୯୦ ବିଧାନସଭା ଆସନରେ ହେବ ନିର୍ବାଚନ । ଗୋଆ, ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁରରେ ହେବ ନିର୍ବାଚନ । କୋରୋନା ସମୟରେ ନିର୍ବାଚନ କରାଇବା ଏକ ବଡ ଚ୍ୟାଲେଞ୍ଜ ।

୫ଟି ରାଜ୍ୟର ୧୮ କୋଟି ୩୪ ଲକ୍ଷ ଲୋକ ଦେବେ ଭୋଟ । ୨ ଲକ୍ଷ ୧୫ ହଜାର ୩୬୮ଟି କେନ୍ଦ୍ରରେ ହେବ ମତଦାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 8, 2022, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.