ETV Bharat / sports

ଧୂଆଁଧାର ଶତକ ସହ କମ୍‌ବ୍ୟାକ୍‌ ଘୋଷଣା କଲେ ପନ୍ତ; କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍‌ - IND vs Ban 1st Test

author img

By ETV Bharat Sports Team

Published : 2 hours ago

IND vs Ban 1st Test Rishabh Pant and Shubman Gill Century : ବାଂଲାଦେଶ ବିପକ୍ଷରେ ଚମକିଲେ ଭାରତୀୟ ୟଙ୍ଗଷ୍ଟାର । ଦମଦାର ଶତକ ସହ ଟେଷ୍ଟ କ୍ରିକେଟକୁ ନିଜର କମ୍‌ବ୍ୟାକ୍‌ ଘୋଷଣା କଲେ ପନ୍ତ । ସେପଟେ 5ମ ଶତକ ହାସଲ କରି କୋହଲିଙ୍କୁ ପଛରେ ପକାଇଲେ ଗିଲ୍‌ । ଅଧିକ ପଢ଼ନ୍ତୁ

Rishabh Pant and Shubman Gill
Rishabh Pant and Shubman Gill (ETV Bharat)

ଚେନ୍ନାଇ : ଚେନ୍ନାଇରେ ପନ୍ତ-ଗିଲ୍‌ ଶୋ' । ବାଂଲା ଟାଇଗର୍ସଙ୍କୁ ଧୂଳି ଚଟାଇଲେ ଭାରତୀୟ ୟଙ୍ଗଷ୍ଟାର । ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଖେଳାଯାଉଛି । ଏହି ମ୍ୟାଚ୍‌ର ତୃତୀୟ ଦିନରେ ଭାରତୀୟ ଦଳର ୱିକେଟ୍ କିପର ଓ ବ୍ୟାଟର ଋଷଭ ପନ୍ତ ଓ ଷ୍ଟାର ବ୍ୟାଟର ଶୁବମନ ଗିଲ୍‌ଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଋଷଭ ପନ୍ତ ଉତ୍କୃଷ୍ଟ ବ୍ୟାଟିଂ ପ୍ରଦର୍ଶନ କରି ଶତକ ହାସଲ କରିବା ସହ ଦୁର୍ଘଟଣା ପରେ ନିଜର ଦମଦାର କମ୍‌ବ୍ୟାକ୍‌ର ଘୋଷଣା କରିଛନ୍ତି । ଅନ୍ୟପଟେ 25 ବର୍ଷୀୟ ଶୁବମନ ଗିଲ୍‌ ନିଜ ଟେଷ୍ଟ କ୍ୟାରିୟରର 5ମ ଶତକ ହାସଲ କରି ବିରାଟ କୋହଲିଙ୍କର ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ।

ଦମଦାର ଶତକ ହାସଲ କଲେ ପନ୍ତ :-

ଦୁର୍ଘଟଣା ପରେ ଏହା ଋଷଭ ପନ୍ତଙ୍କର ପ୍ରଥମ ଅନ୍ତର୍ଜାତୀୟ ଶତକ । କେବଳ ଏତିକି ନୁହେଁ, ଦୁର୍ଘଟଣା ପରେ ପନ୍ତଙ୍କର ଏହା ପ୍ରଥମ ଅନ୍ତର୍ଜାତୀୟ ରେଡ୍ ବଲ୍ ମ୍ୟାଚ୍ ମଧ୍ୟ । ଦୀର୍ଘ ଦିନର ଅବଧି ପରେ ଧଳା ଜର୍ସିରେ ନିଜର ପ୍ରଥମ ମ୍ୟାଚ୍‌ରେ ପନ୍ତ ବାଂଲାଦେଶୀ ବୋଲରମାନଙ୍କ ଧୁଲେଇ କରି କେବଳ 124 ବଲରେ 4ଟି ଛକା ଏବଂ 11 ଚୌକା ସହାୟତାରେ ନିଜର ଶତକ ପୂରଣ କରିଥିଲେ । ତେବେ ଏହା ପରେ ସେ ଅଧିକ ସମୟ କ୍ରିଜରେ ରହିପାରିନଥିଲେ । ସମୁଦାୟ 128 ବଲ ଖେଳି 109 ରନ୍ ସ୍କୋର କରି ସେ ପାଭିଲିୟନ ଫେରିଥିଲେ ।

ପନ୍ତ ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ 52 ବଲରୁ 39 ରନ ସ୍କୋର କରି ଆଉଟ୍‌ ହୋଇଯାଇଥିଲେ । ପ୍ରକାଶ ଥାଉ, ମୀରପୁରରେ ବାଂଲାଦେଶ ବିପକ୍ଷରେ ପନ୍ତ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । 634 ଦିନ ପରେ ପନ୍ତ ଅନ୍ତର୍ଜାତୀୟ ଟେଷ୍ଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପ୍ରତ୍ୟାବର୍ତ୍ତନ ପରେ ତାଙ୍କର ପ୍ରଥମ ମ୍ୟାଚ୍‌ରେ ସେ ଏକ ଦମଦାର ଶତକ ସ୍କୋର କରି ନିଜର କମ୍‌ବ୍ୟାକ୍‌ ଘୋଷଣା କରିଛନ୍ତି ।

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍‌ :-

ଅନ୍ୟପଟେ ଚେନ୍ନାଇ ଟେଷ୍ଟର ତୃତୀୟ ଦିନରେ ଶୁବମନ ଗିଲ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଶତକ ହାସଲ କରି ବିଶ୍ବ ଟେଷ୍ଟ ଚାମ୍ପିୟନସିପରେ ଭାରତ ପାଇଁ ଅଧିକାଂଶ ଶତକ ହାସଲ କରିଥିବା ବ୍ୟାଟରଙ୍କ ତାଲିକାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । ଶନିବାର ବାଂଲାଦେଶ ବିପକ୍ଷରେ ଗିଲଙ୍କ ଶତକ ଟେଷ୍ଟ କ୍ରିକେଟ୍ ଏବଂ ଚଳିତ ଡବ୍ଲୁଟିସିରେ ଗିଲ୍‌ଙ୍କ 5ମ ଶତକ । ଏହି ଶତକ ସହ ସେ ବର୍ତ୍ତମାନ ବିରାଟ କୋହଲି, ଋଷଭ ପନ୍ତ ଏବଂ ମାୟଙ୍କ ଅଗ୍ରୱାଲଙ୍କ 4-4 ଶତକ ଅତିକ୍ରମ କରି ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ସେ ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା 33 WTC ମ୍ୟାଚ୍‌ରୁ 9 ଶତକ ହାସଲ କରିସାରିଛନ୍ତି ।

WTCରେ ଭାରତ ପାଇଁ ସର୍ବାଧିକ ଶତକ :-

  1. ରୋହିତ ଶର୍ମା - 9
  2. ଶୁଭମନ ଗିଲ - 5
  3. ବିରାଟ କୋହଲି - 4
  4. ମୟଙ୍କ ଅଗ୍ରୱାଲ - 4
  5. ଋଷଭ ପନ୍ତ - 4

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.