ETV Bharat / bharat

ସାମ୍ନାକୁ ଆସିଲା ଆତଙ୍କୀ ସଂଗଠନ ଅଲ-କାଏଦା ମୁଖ୍ୟର ଭିଡିଓ, ମୃତ୍ୟୁ ଗୁଜବକୁ କଲା ଖଣ୍ଡନ

author img

By

Published : Sep 12, 2021, 7:47 PM IST

ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ପେଣ୍ଟାଗନ ଟାଓ୍ବାର ଉପରେ ଆକ୍ରମଣର 20 ତମ ବାର୍ଷିକୀ ପାଳନ ଅବସରରେ ସାମ୍ନାକୁ ଆସିଲା ଆତଙ୍କୀ ସଂଗଠନ ଅଲ-କାଏଦା ମୁଖ୍ୟର ଭିଡିଓ । ମୃତ୍ୟୁ ଖବରକୁ ଖଣ୍ଡନ କରିବା ସହ ସଂଗଠନକୁ କଲା ପ୍ରଶଂସା । ଅଧିକ ପଢନ୍ତୁ...

ସାମ୍ନାକୁ ଆସିଲା ଆତଙ୍କୀ ସଂଗଠନ ଅଲ-କାଏଦା ମୁଖ୍ୟର ଭିଡିଓ, ମୃତ୍ୟୁ ଗୁଜବକୁ କଲା ଖଣ୍ଡନ
ସାମ୍ନାକୁ ଆସିଲା ଆତଙ୍କୀ ସଂଗଠନ ଅଲ-କାଏଦା ମୁଖ୍ୟର ଭିଡିଓ, ମୃତ୍ୟୁ ଗୁଜବକୁ କଲା ଖଣ୍ଡନ

ବେରୁଟ: ସେପ୍ଟେମ୍ବର 11ରେ ଆମେରିକାର ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣର 20 ତମ ବାର୍ଷିକୀ ପାଳନ ଅବସରରେ ନୂତନ ଭିଡିଓ ଜାରି କଲା ଆତଙ୍କୀ ସଂଗଠନର ‘ଅଲ-କାଏଦା’ର ମୁଖ୍ୟ ଆୟମାନ ଅଲ-ଜହ୍ବାରୀ । କିଛି ମାସ ପୂର୍ବେ ତାର ମୃତ୍ୟୁ ହୋଇଯାଇଥିବା ନେଇ ଖବର ପ୍ରସାରଣ ଚାଲିଥିବାବେଳେ ଏହକୁ ଗୁଜବ କହିବା ସହ ସେ ଜୀବିତ ଥିବା ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛି ଆୟମାନ ଅଲ-ଜହ୍ବାରୀ ।

ଏପରି ଭିଡିଓ ଭାଇରାଲ ହେବା ପରେ ଆମେରିକା ସମେତ ବିଭିନ୍ନ ଦେଶର ଗୁଇନ୍ଦା ସଂସ୍ଥା ତତ୍ପର ହୋଇ ଉଠିଛନ୍ତି । ଆତଙ୍କୀ ସଂଗଠନର ୱେବ-ସାଇଟ୍ ଉପରେ ନଜର ରଖୁଥିବା ଇଣ୍ଟେଲିଜେନ୍ସି ଗ୍ରୁପ ଏହି ଭିଡିଓ ଶନିବାର ରିଲିଜ୍ ହୋଇଥିବା ସ୍ପଷ୍ଟ କରିଛି ।

ଭିଡିଓରେ ଅଲ-ଜାବାହାରୀ ଅଲ-କାଏଦା ସଂଗଠନର ଅନ୍ୟ ସଦ୍ୟସଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିବା ସହ ଜାନୁଆରୀରେ ଋଷ ସେନାର ଏକ ଟିମ ଉପରେ ସିରିଆରେ ହୋଇଥିବା ଆକ୍ରମଣକୁ ମଧ୍ୟ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ଗତମାସରେ ତାଲିବାନର ଆଫଗାନିସ୍ତାନ ଦଖଲ ପ୍ରସଙ୍ଗ ମଧ୍ୟ ସେ ଭିଡିଓରେ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି ।

2020 ର ଶେଷବେଳକୁ ଆତଙ୍କାବାଦୀ ଅଲ-ଜବାହରୀ ଅସୁସ୍ଥ ହୋଇ ମୃତ୍ୟୁ ମୁଖରେ ପଡିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା । ତେବେ ଏପିର ଭିଡିଓ ସାମ୍ନାକୁ ଆସିବା ପରେ ଭିଡିଓର ସତ୍ୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭିଡିଓରେ ଥିବା ବ୍ୟକ୍ତି ଉକ୍ତ ଆତଙ୍କବାଦୀ ନା ଆଉ କେହି ତାକୁ ନେଇ ତଦନ୍ତ କରୁଛନ୍ତି ଗୁଇନ୍ଦା ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.