ETV Bharat / bharat

ଦାଦାଙ୍କୁ ଅଖିଳେଶଙ୍କ ଦୀପାବଳି ଭେଟି, ଏକାଠି ନିର୍ବାଚନ ଲଢିବେ PSP-SP - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ

ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବେ ସମାଜବାଦୀ ପାର୍ଟି । ଘୋଷଣା କଲେ ସପା ମୁଖ୍ୟ ଅଖିଳେଶ ଯାଦବ । ଅଧିକ ପଢନ୍ତୁ...

ଅଖିଳେଶ ଯାଦବଙ୍କ ଘୋଷଣା, PSP ସହ ମେଣ୍ଟରେ SP ଲଢିବ ନିର୍ବାଚନ

author img

By

Published : Nov 3, 2021, 5:10 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକାଠି ଲଢିବେ ସମାଜବାଦୀ ପାର୍ଟି (SP) ଓ ପ୍ରଗତିଶୀଳ ସମାଜବାଦୀ ପାର୍ଟିିି (PSP) । ଉଭୟ ଦଳ ମେଣ୍ଟରେ ନିର୍ବାଚନ ଲଢିବା ନେଇ ଆଜି ଘୋଷଣା କରିଛନ୍ତି SP ମୁଖ୍ୟ ଅଖିଳେଶ ଯାଦବ । ତେବେ ଏହି ରାଜନୈତିକ ମେଣ୍ଟକୁ ଅଖିଳେଶଙ୍କ ଦାଦା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟି (PSP) ମୁଖ୍ୟ ଶିବପାଲ ଯାଦବଙ୍କୁ ଦିପାବଳୀ ଉପହାର ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଉଭୟ ଦଳ ମଧ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପର୍ବରୁ ମେଣ୍ଟ ହେବା ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅଖିଳେଶ । ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି ।

ଗତ କିଛି ଦିନ ହେବ ଶିବପାଲ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଥିବାବେଳେ ସପା ନିଜ ଆଡୁ ଆଗ୍ରହ ଦେଖାଇବା ଆବଶ୍ୟକ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ କହିଥିଲେ । ତେବେ ଆଜି ସେହି ପ୍ରକ୍ରିୟାକୁ ପୁରା କରି ଅଖିଳେଶ ଆନୁଷ୍ଠାନିକ ମେଣ୍ଟ ଘୋଷଣା କରିଛନ୍ତି । SP ,PSP ସହ ଅନ୍ୟ କିଛି ଛୋଟ ଦଳ ମଧ୍ୟ ଆସନ ବୁଝାମଣା କରିପାରେ ବୋଲି ଅଖିଳେଶ ଇସାରା ଦେଇଛନ୍ତି ।

ଗତ ବିଧାନସଭା ନିର୍ବାଚନରେ ଦାଦା-ପୁତୁରାଙ୍କ ମଧ୍ୟରେ ପ୍ରତିଦ୍ବିନ୍ଦିତା ଦେଖିବାକୁ ମିଳିଥିବାବେଳେ ଚଳିତ ନିର୍ବାଚନ ଉଭୟ ଏକାଠି ଲଢିପାରନ୍ତି ବୋଲି ପୂର୍ବାନୁମାନ କରାଯାଉଥିଲା । ତେବେ ନଭେମ୍ବର 22ରେ ମୁଲାୟମ ସିଂଙ୍କ ଜନ୍ମଦିନ ଅବସରରେ ଦୁଇ ପାର୍ଟି ମଧ୍ୟରେ ନିର୍ବାଚନୀ ମେଣ୍ଟ ନେଇ ବୁଝାମଣା କିମ୍ବା ଘୋଷଣା ହୋଇପାରେ ବୋଲି ଅନୁମାନ କାରଯାଉଥିବା ବେଳେ ଦିପାବଳୀରେ ନିର୍ବାଚନୀ ମେଣ୍ଟରେ ମୋହର ଲଗାଇଛନ୍ତି ସପା ମୁଖ୍ୟ ଅଖିଳେଶ ।

ଶାସକ ବିଜେପି ତାର ନିର୍ବାଚନୀ ଅଭିଯାନ ଆରମ୍ଭ କରିସାରିଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଆସନରୁ ନିର୍ବାଚନ ଲଢିବା ନେଇ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି । ସେହିକ୍ରମରେ ମୁଖ୍ୟ ବିରୋଧୀ ସମାଜବାଦୀ ପାର୍ଟି ମଧ୍ୟ ନିର୍ବାଚନୀ ପ୍ରଚାର ପ୍ରକ୍ରିୟା ଆରମ୍ଭ କରିସାରିଛି । ତେବେ ଏହି ମେଣ୍ଟ ରଣନୀତି ଦାଦା-ପୁତୁରାଙ୍କୁ କେତେ ଲାଭ ଦେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.