ETV Bharat / bharat

ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ପରଲୋକ - ମହନ୍ତ ନରେନ୍ଦ୍ର ଗିରି

ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ତଥା ମହନ୍ତ ନରେନ୍ଦ୍ର ଗିରିଙ୍କ ପରଲୋକ ପରଲୋକ । ସାଧୁସନ୍ଥଙ୍କ ମହଲରେ ଖେଳିଯାଇଛି ଶୋକର ଲହରୀ । ଅଧିକ ପଢନ୍ତୁ...

ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ପରଲୋକ

author img

By

Published : Sep 20, 2021, 6:56 PM IST

Updated : Sep 20, 2021, 7:16 PM IST

ପ୍ରୟାଗରାଜ: ସାଧୁସନ୍ଥଙ୍କ ସବୁଠ ବଡ ସଂସ୍ଥା ଅଖିଳ ଭାରତୀୟ ଆଖଡା ପରିଷଦରୁ ସାମ୍ନାକୁ ଆସିଛି ବଡ ଖବର । ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ପରଲୋକ । ପ୍ରୟାଗରାଜର ବାଘମ୍ବବରୀ ମଠରେ ହୋଇଛି ନରେନ୍ଦ୍ର ଗିରିଙ୍କ ଦେହାନ୍ତ ।

ସନ୍ଥ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ମଠରେ ପହଞ୍ଚିଛି । ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ନେଇ ସାଧୁସନ୍ଥଙ୍କ ମହଲରେ ଖେଳିଯାଇଛି ଶୋକର ଲହରୀ ।

  • अखिल भारतीय अखाड़ा परिषद के अध्यक्ष पूज्य नरेंद्र गिरी जी का निधन, अपूरणीय क्षति!

    ईश्वर पुण्य आत्मा को अपने श्री चरणों में स्थान व उनके अनुयायियों को यह दुख सहने की शक्ति प्रदान करें।

    भावभीनी श्रद्धांजलि। pic.twitter.com/wD2JC14LDp

    — Akhilesh Yadav (@yadavakhilesh) September 20, 2021 " class="align-text-top noRightClick twitterSection" data=" ">

ବାଘମ୍ବବରୀ ମଠରେ ଫାଶୀରେ ଝୁଲିଥିବା ଅବସ୍ଥାରେ ଉଦ୍ଧାର ହୋଇଛି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ । ପୋଲିସ ଘଟଣାର ତଦନ୍ତ କରୁଛି । ପ୍ରାଥମିକ ଯାଞ୍ଚ ଆଧାରରେ ଏହାକୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି ।

ଗୋଟିଏ ପକ୍ଷେ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଏହା ଆତ୍ମହତ୍ୟା ନା ହତ୍ୟା କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ନରେନ୍ଦ୍ର ଗିରିଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ମଧ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ।

Last Updated : Sep 20, 2021, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.