ETV Bharat / bharat

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ: ଆଜି ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ମାକେନ-ଖଡ୍‌ଗେ

author img

By

Published : Sep 27, 2022, 10:09 AM IST

ରାଜସ୍ଥାନ ରାଜନୈତିକ ସଙ୍କଟ । ଆଜି ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲିଖିତ ରିପୋର୍ଟ ଦେବେ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖଡ୍‌ଗେ । ଅଧିକ ପଢନ୍ତୁ

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ: ଆଜି ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ମାକେନ-ଖଡ୍‌ଗେ
ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ: ଆଜି ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ମାକେନ-ଖଡ୍‌ଗେ

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହକୁ(Rajasthan political crisis) ନେଇ ଦେଶବ୍ୟାପୀ ଚର୍ଚ୍ଚା ଲାଗି ରହିଛି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ରିପୋର୍ଟ ପର୍ଯ୍ୟବେକ୍ଷକଙ୍କୁ ମାଗିଛନ୍ତି । କଂଗ୍ରେସ ବିଧାୟକ ଦଳ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଥିବା ଅଜୟ ମାକେନ ଓ ମଲ୍ଲିକାର୍ଜୁନ ଖଡ୍‌ଗେ(Mallikarjun Kharge) ଆଜି ସୋନିଆ ଗାନ୍ଧୀଙ୍କୁ ଘଟଣାକ୍ରମ ସମ୍ପର୍କରେ ଲିଖିତ ରିପୋର୍ଟ ପ୍ରଦାନ କରିବେ । ଉଭୟ କଂଗ୍ରେସ ନେତା ଅପରାହ୍ନ ୧୨ଟା ସମୟରେ ଅଧ୍ୟକ୍ଷାଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ଥିବା ସୂଚନା ମିଳିଛି ।

ଏହାପୂର୍ବରୁ ସୋମବାର ଦିନ ମାକେନ ଓ ଖଡ୍‌ଗେ ସୋନିଆ ଗାନ୍ଧୀଙ୍କୁ ଘଟଣା ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । କିନ୍ତୁ ଏହାର ଲିଖିତ ରିପୋର୍ଟ ଦେବାକୁ ସୋନିଆ ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ କଂଗ୍ରେସ ସଭାପତି ପଦ ପାଇଁ ଦୃଢ ଦାବିଦାର ଅଶୋକ ଗେହଲଟଙ୍କ ଅନୁଗତ ବିଧାୟକମାନଙ୍କ ବିଦ୍ରୋହ ପରେ ହାଇକମାଣ୍ଡ ଗେହେଲଟ ଗୋଷ୍ଠୀଙ୍କ ଆଚରଣରେ କ୍ଷୁବ୍ଧ ଥିବା ଆଲୋଚନା ହେଉଛି । ଏଣୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଗେହେଲଟଙ୍କ ପ୍ରାର୍ଥୀତ୍ବ ଉପରେ ପୁନଃ ବିଚାର କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହାମଧ୍ୟ ପଢନ୍ତୁ: Rajasthan Political Crisis: ସୋନିଆ ଖପ୍ପା, ଗେହେଲଟଙ୍କ ଅଧ୍ୟକ୍ଷ ପ୍ରାର୍ଥୀତ୍ୱ ନେଇ କରିପାରନ୍ତି ପୁନଃବିଚାର

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବାକୁ ଥିବାବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ତାଙ୍କ ଅନୁଗତ ବିଧାୟକମାନେ ତୀବ୍ର ବିରୋଧ କରିଥିଲେ । ଗେହଲଟଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ସେନେଇ ନିଷ୍ପତ୍ତି ନିଆଯିବାକୁ ରବିବାର ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକ ଡକାଯାଇଥିଲା । ଏଥିପାଇଁ ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଅଜୟ ମାକେନଙ୍କୁ ଦଳୀୟ ହାଇକମାଣ୍ଡ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଥିଲେ ।

ହେଲେ ଦୁଇ ପର୍ଯ୍ୟବେକ୍ଷକ ବୈଠକରେ ଯୋଗ ଦେବାକୁ ପହଞ୍ଚି ଥିବାବେଳେ ଗେହଲଟଙ୍କ ଅନୁଗତ ବିଧାୟକମାନେ ତାଙ୍କ ଠାରୁ ଦୂରେଇ ଯାଇ ଅନ୍ୟତ୍ର ବୈଠକ କରିଥିଲେ । ସେମାନେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ବିରୋଧ କରିଥିଲେ ଏବଂ ବାଚସ୍ପତିଙ୍କୁ ସମୂହ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ।

କଂଗ୍ରେସ ସଭାପତି ନିର୍ବାଚନ ପାଇଁ ୩୦ ତାରିଖ ଯାଏଁ ନାମାଙ୍କନ ପ୍ରକ୍ରିୟା ଚାଲିବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ । ଯଦି ଏକାଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରନ୍ତି, ତେବେ ଅକ୍ଟୋବର ୧୭ରେ ସଭାପତି ପଦ ପାଇଁ ମତଦାନ ହେବ । ଏହା ପରେ ଅକ୍ଟୋବର ୧୯ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.