ETV Bharat / bharat

ଚର୍ଚ୍ଚାରେ ବୋଥ୍ରାଙ୍କ ବ୍ୟାଗ, ବିମାନ ବନ୍ଦରରେ ଯାଞ୍ଚ ବେଳେ ବାହାରିଲା ଏମିତି କିଛି - ବିମାନବନ୍ଦରରେ ଅରୁଣ ବୋଥ୍ରାଙ୍କ ସହ ଘଟିଲା ଘଟଣା

ଜୟପୁର ବିମାନ ବନ୍ଦରରେ ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ ଯାଞ୍ଚ ବେଳେ ଘଟିଲା ଏପରି କିଛି ଘଟଣା ତାହା ଜାଣି ଆଶ୍ଚର୍ଯ୍ୟ ହେବେ । । ଅଧିକ ପଢନ୍ତୁ

IPS Officer Arun Bothra
IPS Officer Arun Bothra
author img

By

Published : Mar 18, 2022, 1:14 PM IST

Updated : Mar 18, 2022, 2:15 PM IST

ଜୟପୁର: ପୁଣି ଚର୍ଚ୍ଚାରେ IPS ଅରୁଣ ବୋଥ୍ରା । ଜୟପୁର ବିମାନ ବନ୍ଦରରେ ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ବ୍ୟାଗ ଯାଞ୍ଚ ବେଳେ ଘଟିଲା ଏପରି କିଛି ଘଟଣା ତାହା ଜାଣି ଆଶ୍ଚର୍ଯ୍ୟ ହେବେ । ଓଡିଶା ପରିବହନ କମିଶନର ଅରୁଣ ବୋଥ୍ରା କୌଣସି କାର୍ଯ୍ୟ ପାଇଁ ରାଜସ୍ଥାନର ଜୟପୁର ଯାଇଥିଲେ । ବିମାନ ବନ୍ଦରରେ ପହଞ୍ଚିବା ପରେ ସିକ୍ୟୁରିଟି ଅଧିକାରୀ ତାଙ୍କ ବ୍ୟାଗ ଯାଞ୍ଚ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ବ୍ୟାଗରୁ ବାହାରିଲା ସତେଜ ଗ୍ରୀନ ମଟର । ଯାହାର ଫଟୋ ଟ୍ବିଟରରେ ସେୟାର କରିଛନ୍ତି ଅରୁଣ ବୋଥ୍ରା ।

ଏକ ବଡ ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇଥିଲା ୧୦ କିଲୋ ଗ୍ରୀନ ମଟର । ଯାହାକୁ କିଲୋପ୍ରତି ୪୦ ଟଙ୍କାରେ କିଣିଥିବା କହିଛନ୍ତି ବୋଥ୍ରା । ଜୟପୁର ସିକ୍ୟୁରିଟି ଷ୍ଟାଫ ତାଙ୍କୁ ବ୍ୟାଗ ଖୋଲିବାକୁ କହିଥିବା କ୍ୟାପସନ ଦେଇ ଫଟୋଟିକୁ ସେୟାର କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଫଟୋଟିକୁ ୪୮ ହଜାର ପସନ୍ଦ କରିଥିବାବେଳେ ୧୦୦ରୁ ଅଧିକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ତାଙ୍କର ଏହି ଟ୍ବିଟ ପରେ ୨୦୦୯ ଛତିଶଗଡ କ୍ୟାଡରରେ ଆଇଏଏସ ଅଶ୍ବିନୀ ଶର୍ମା ତାଙ୍କ ସହ ଘଟିଥିବା ଏକ ଘଟଣା ବିଷୟରେ ଟ୍ବିଟ କରିଥିଲେ । ତାଙ୍କୁ ମଧ୍ୟ ଏମିତି କିଛି ପାଇଁ ବିମାନବନ୍ଦରରେ ଫାଇନ ଗଣିବାକୁ ପଡିଥିଲା । ଇଣ୍ଡିଗୋ @IndiaG0୬E ବିମାନରେ ବ୍ୟାଗରେ ଲାଉ ଓ ବାଇଗଣ ନେଇ ଯାଉଥିବାରୁ ତାଙ୍କୁ ୨ ହଜାର ଟଙ୍କା ଫାଇନ ଦେବାକୁ ପଡିଥିବା ସେ ଟ୍ବିଟରେ କହିଛନ୍ତି । ସେହିପରି ଆଇଏଫଏସ ଅଫିସର ପ୍ରବୀର କାଶୱାନ ଏହାକୁ ମଟର ଚାଲାଣ ବୋଲି କହିଥିଲେ ।

Last Updated : Mar 18, 2022, 2:15 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.