ETV Bharat / bharat

ପାଟନାରେ ପାଇଲଟଙ୍କୁ ଗୁଳି କରି ହତ୍ୟା - AIRPORT PILOT SHOT DEAD BY CRIMINALS IN PATNA

ପାଇଲଟଙ୍କୁ ଗୁଳି କରି ହତ୍ୟା । ବିହାରର ପାଟନାରୁ ଏପରି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି । ପାଇଲଟଙ୍କ ବାସଭବନ ସମ୍ମୁଖରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ବିହାରରେ ପାଇଲଟଙ୍କୁ ଗୁଳି କରି ହତ୍ୟା
ବିହାରରେ ପାଇଲଟଙ୍କୁ ଗୁଳି କରି ହତ୍ୟା
author img

By

Published : Jan 13, 2021, 2:17 PM IST

ପାଟନା: ପାଇଲଟଙ୍କୁ ଗୁଳି କରି ହତ୍ୟା । ବିହାରର ପାଟନାରୁ ଏପରି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି । ପାଇଲଟଙ୍କ ବାସଭବନ ସମ୍ମୁଖରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ପାଇଲଟ ଜଣଙ୍କ ରୂପେଶ କୁମାର ସିଂ ବୋଲି ଜଣାପଡିଛି । ସେ ପାଟନା ବିମାନ ବନ୍ଦରରେ ନିୟୋଜିତ ଥିଲେ ।

ବିହାରରେ ପାଇଲଟଙ୍କୁ ଗୁଳି କରି ହତ୍ୟା, ନୀତିଶଙ୍କ ଇସ୍ତଫା ଦାବି କଲେ ତେଜସ୍ବୀ

ତେବେ ପାଇଲଟଙ୍କ ମୃତ୍ୟୁରେ ଟ୍ବିଟ କରି ଦୁଃଖ ପ୍ରକାଶ କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ସେ ଜଣେ ସ୍ନେହୀ ଓ ପରୋପକାରୀ ଲୋକ ଥିଲେ । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦେବାକୁ ପ୍ରାର୍ଥନା କରିଛନ୍ତି ତେଜସ୍ବୀ । ଏହାର 10 ଘଣ୍ଟା ପରେ ସେ ଟ୍ବିଟ କରି ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବି କରିଛନ୍ତି ତେଜସ୍ବୀ ଯାଦବ ।

ଏହାସହ ସେ ଟ୍ବିଟ କରି କହିଛନ୍ତି, ରାଜ୍ୟରେ ପ୍ରତିଦିନ ଅପରାଧ ବୃଦ୍ଧି ପାଉଛି । ଅପରାଧ ଲୁଚାଇବା ଏବଂ ଏହାକୁ ଗ୍ରହଣ ନକରିବା ନୀତୀଶଙ୍କ ପ୍ରୟାସ ହେଉଛି ସବୁଠାରୁ ବଡ ଅପରାଧ । ଏବଂ ଏହା ଅପରାଧୀଙ୍କ ପାଇଁ ରାମବାଣ ସଦୃଶ। ବିହାରକୁ ପରିଚାଳନା କରିବା ପାଇଁ ସେ ସମର୍ଥ ନୁହନ୍ତି । ସେ ତୁରନ୍ତ ଇସ୍ତଫା ଦେବା ଉଚିତ୍ ।

ତେବେ ଏହି ଘଟଣା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପାଇଲଟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସେପଟେ ଏହାକୁ ନେଇ ରାଜନୀତି ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.