ETV Bharat / bharat

3 ଥର ଉଦ୍ୟମ ସତ୍ତ୍ବେ ଅବତରଣ କରିପାରିଲାନି ବିମାନ, ଏକ ଘଣ୍ଟା ମଝି ଆକାଶରେ ହନ୍ତସନ୍ତ ଯାତ୍ରୀ

author img

By

Published : Mar 21, 2021, 8:46 PM IST

ରାଜସ୍ଥାନର ଜୈସଲମେର ବିମାନ ବନ୍ଦରରେ 3 ଥର ଉଦ୍ୟମ ସତ୍ତ୍ବେ ବିମାନ ଅବତରଣ ହୋଇପାରିନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

3ଥର ଉଦ୍ୟମ ସତ୍ତ୍ବେ ଅବତରଣ ହୋଇପାରିଲାନି ବିମାନ, ଘଣ୍ଟାଏ ବିପଦ ଅବସ୍ଥାରେ ଉଡିଲେ ଯାତ୍ରୀ

ଜୟପୁର: ରାଜସ୍ଥାନର ଜୈସଲମେର ସିଭିଲ ଏୟାରପୋର୍ଟ ଠାରେ ଶନିବାର ଅବତରଣ କରିବାକୁ ଥିବା ସ୍ପାଇସଜେଟ ବିମାନ 3 ଥର ଉଦ୍ୟମ ସତ୍ତ୍ବେ ଅବତରଣ କରିପାରି ନଥିଲା । ଫଳରେ ବିପଦ୍ଜନକ ଅବସ୍ଥାରେ ପ୍ରାୟ 1 ଘଣ୍ଟା ଧରି ଯାତ୍ରୀଙ୍କୁ ମଝି ଆକାଶରେ ଝୁଲାଇ ରଖିଥିଲା ବିମାନ ।

ମିଳିଥିବା ସୂଚନା ଅନୁସାରେ ଗତ ଶନିବାର ଅହମ୍ମଦାବାଦରୁ 12ଟା 5 ମିନିଟରୁ ସ୍ପାଇସଜେଟ ବିମାନ SG-3012 ଯାତ୍ରା ଆରମ୍ଭ କରି ରାଜସ୍ଥାନ ଜୈସଲମେର ବିମାନ ବନ୍ଦରରେ ଦିନ 1ଟା ବେଳେ ପହଞ୍ଚିଥିଲା । ପାଇଲଟ ବିମାନର ସୁରକ୍ଷିତ ଅବତରଣ କରିବା ପାଇଁ ପ୍ରାୟ 3 ଥର ଚେଷ୍ଟା କରିବା ପରେ ବିଫଳ ହୋଇଥିଲେ । ବିମାନର ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଯାତ୍ରୀମାନଙ୍କୁ ସୂଚନା ଦିଆଯିବା ପରେ ସମସ୍ତେ ଭୟଭୀତ ହୋଇପଡି ପ୍ରାର୍ଥନା କରିବା ଆରମ୍ଭ କରିଥିଲେ ।

ତେବେ ଏହିଭଳି ଅବସ୍ଥାରେ ପ୍ରାୟ 1 ଘଣ୍ଟା ଧରି ବିମାନ ଆକାଶ ମାର୍ଗରେ ଉଡିଥିଲା । ପାଇଲଟ ମାନେ ଉକ୍ତ ବିମାନକୁ ଅହମ୍ମଦାବାଦ ବିମାନ ବନ୍ଦରକୁ ଫେରାଇ ନେଇ ସେଠାରେ ପ୍ରାୟ 2ଟା 40 ମିନିଟରେ ସୁରକ୍ଷିତ ଅବତରଣ କରାଇଥିଲେ । ଏହାପରେ ପ୍ରାୟ 2 ଘଣ୍ଟା ପରେ ପୁଣି ଜୈସଲମେର ବିମାନ ବନ୍ଦରକୁ ଉକ୍ତ ବିମାନ ଯାତ୍ରା ଆରମ୍ଭ କରି 5ଟା 15ରେ ପହଞ୍ଚିଥିଲା । ତେବେ ବିମାନ ଯାତ୍ରୀମାନେ ଜୈସଲମେରରେ ସୁରକ୍ଷିତ ବିମାନ ଅବତରଣ ପରେ ସେଲଫି ନେଇଥିଲେ । ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.