ETV Bharat / bharat

DELHI AIR QUALITY: ପୁଣି ବିଗିଡିଲା ରାଜଧାନୀ ବାୟୁ ଗୁଣବତ୍ତା - ଦିଲ୍ଲୀର ବାୟୁ ଗୁଣବତ୍ତା

ଗୁରୁବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ

ପୁଣି ବିଗିଡିଲା ଦିଲ୍ଲୀର ବାୟୁ ଗୁଣବତ୍ତା
ପୁଣି ବିଗିଡିଲା ଦିଲ୍ଲୀର ବାୟୁ ଗୁଣବତ୍ତା
author img

By

Published : Jan 27, 2022, 10:29 AM IST

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ପୁଣିଥରେ ଖରାପ ସ୍ତରରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀରେ ଆଜି(ଗୁରୁବାର) ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବା ବେଳେ ଘନ କୁହୁଡି ଦେଖା ଦେଇଛି । ତେବେ ଏ ସମ୍ପର୍କରେ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ଦିଆଯାଇଛି ।

ବୁଧବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ(AQI) 237 ରେକର୍ଡ କରାଯାଇଥିବା ବେଳେ ଆଜି(ଗୁରୁବାର) ବାୟୁ ଗୁଣବତ୍ତା ସୂଚକାଙ୍କ(AQI) 262 ରେକର୍ଡ କରାଯାଇଛି । ଯାହା ଅତ୍ୟନ୍ତ ଖରାପ ବୋଲି ବିବେଚିତ କରାଯାଏ । ଦିଲ୍ଲୀରେ ଶନିବାର ହାଲୁକା ବର୍ଷା ହୋଇଥିବା ଯୋଗୁଁ ଦୁଇ ଦିନ ପାଇଁ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ଉନ୍ନତ ରହିଥିଲା ।

ଏହି ସମୟରେ, ନୋଏଡାର ବାୟୁ ଗୁଣବତ୍ତା ସୂଚକାଙ୍କ 194 ରହିଥିବା ବେଳେ ଗୁରୁଗ୍ରାମରେ ବାୟୁ ଗୁଣବତ୍ତା ସୂଚକାଙ୍କ 131 ରହିଥିଲା । ଯାହା ମଧ୍ୟମ ଶ୍ରେଣୀରେ ଧାର୍ଯ୍ୟ ହୁଏ । ଦିଲ୍ଲୀ ସମେତ ଆଖପାଖ ରାଜ୍ୟରେ ଘନ କୁହୁଡିରୁ ଆହୁରି ଅଧିକ କୁହୁଡି ହେବା ସହ ଶୀତ ଲହରି ଅନୁଭୁତ ହେବା ନେଇ IMD ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ। ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ଧରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.