ETV Bharat / bharat

ଛାବୁଆ ଏୟାର ଫୋର୍ସ ଷ୍ଟେସନ ପରିଦର୍ଶନରେ ଏୟାର ମାର୍ଶାଲ ଅମିତ ଦେବ - ଛାବୁଆରେ ଏୟାର ଫୋର୍ସ ଷ୍ଟେସନ

ଏୟାର ମାର୍ଶାଲ ତଥା ପୂର୍ବ ଭାରତ ଏୟାର କମାଣ୍ଡ ମୁଖ୍ୟ ଅମିତ ଦେବ ଛାବୁଆ ଏୟାର ଫୋର୍ସ ଷ୍ଟେସନରେ ଦିନିକିଆ ଗସ୍ତ କରିଛନ୍ତି । ଷ୍ଟେସନରେ ବିଭିନ୍ନ କାର୍ଯ୍ୟକ୍ଷମ ୟୁନିଟ୍ ଏବଂ ପ୍ରମୁଖ ସ୍ଥାନ ଗୁଡ଼ିକୁ ଯାଞ୍ଚ କରି ସେମାନଙ୍କ କାର୍ଯ୍ୟକ୍ଷମ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

chief-eastern-air-command-visit-chabua
ପୂର୍ବ ଭାରତ ଏୟାର କମାଣ୍ଡ ମୁଖ୍ୟ ଅମିତ ଦେବ ପରିଦର୍ଶନ କଲେ ଛାବୁଆ ଏୟାର ଫୋର୍ସ ଷ୍ଟେସନ
author img

By

Published : Dec 30, 2020, 7:53 AM IST

ଗୌହାଟୀ:ଏୟାର ମାର୍ଶାଲ ତଥା ପୂର୍ବ ଭାରତ ଏୟାର କମାଣ୍ଡ ମୁଖ୍ୟ ଅମିତ ଦେବ ଆସାମର ତେଜପୁରରେ ଥିବା ଛାବୁଆ ଏୟାର ଫୋର୍ସ ଷ୍ଟେସନରେ ଦିନିକିଆ ଗସ୍ତ କରିଛନ୍ତି । ସେଠାରେ ସେ ବାୟୁସେନା ଘାଟିରେ ଥିବା ସମସ୍ତ ପ୍ରସ୍ତୁତି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଆବଶ୍ୟକତା ବିଷୟରେ ଆଲୋଚନା କରିଛନ୍ତି ।

chief-eastern-air-command-visit-chabua
ପୂର୍ବ ଭାରତ ଏୟାର କମାଣ୍ଡ ମୁଖ୍ୟ ଅମିତ ଦେବ ପରିଦର୍ଶନ କଲେ ଛାବୁଆ ଏୟାର ଫୋର୍ସ ଷ୍ଟେସନ

ତେଜପୁରରେ ସାମରିକ ମୁଖପାତ୍ର ଲେପ୍ଟନାଣ୍ଟ କନନେଲ ହର୍ଷବର୍ଦ୍ଧନ ପାଣ୍ଡେ କହିବା ଅନୁଯାୟୀ ଛାବୁଆ ଏୟାର ଷ୍ଟେସନରେ ଏୟାର କମାଣ୍ଡର ଇନ ଚିଫ ବିକାଶ ଶର୍ମା ଭିଏମ ଏୟାର ମାର୍ଶାଲ ତଥା ପୂର୍ବ ଭାରତ ଏୟାର କମାଣ୍ଡ ମୁଖ୍ୟ ଅମିତ ଦେବ ଗ୍ରହଣ କରିଥିଲେ। ଏୟାର ମାର୍ଶଲକୁ ବେସରେ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ସେ କହିଛନ୍ତି ଯେ ଏହି ଗସ୍ତ ସମୟରେ ଏୟାର ମାର୍ଶଲ ଷ୍ଟେସନରେ ବିଭିନ୍ନ କାର୍ଯ୍ୟକ୍ଷମ ୟୁନିଟ୍ ଏବଂ ପ୍ରମୁଖ ସ୍ଥାନ ଗୁଡ଼ିକୁ ଯାଞ୍ଚ କରି ସେମାନଙ୍କ କାର୍ଯ୍ୟକ୍ଷମ ପ୍ରସ୍ତୁତି ଆକଳନ କରିଥିଲେ।

ବାୟୁୁୁୁସେନାବେସରେ ଯୁଦ୍ଧ ସାମର୍ଥ୍ୟକୁ ସୁଦୃତା କରିବା ପାଇଁ ଚାଲିଥିବା ଆଧୁନିକ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ଅନୁଧ୍ୟାନ କରିଥିଲେ | ଏୟାର ମାର୍ଶଲ ଷ୍ଟେସନ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଉଚ୍ଚ ନିରାପତ୍ତା, କାର୍ଯ୍ୟକ୍ଷମ ପ୍ରସ୍ତୁତି ଏବଂ ସୁରକ୍ଷା ସଚେତନତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏୟାର ମାର୍ଶଲ ମଧ୍ୟ ପ୍ରଚଳିତ COVID-19 ମହାମାରୀ ପ୍ରତି ନିଆଯାଇଥିବା ସମସ୍ତ ପଦକ୍ଷେପ ସମୀକ୍ଷା କରିଛନ୍ତି । ଏହା ସହ ଏହି ଆହ୍ବାନପୂର୍ଣ୍ଣ ସମୟରେ ଉତ୍ସଗୁଡିକର ଉପଯୋଗ ଏବଂ ଯୋଜନା ମାଧ୍ୟମରେ କାର୍ଯ୍ୟକ୍ଷମ କ୍ଷମତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲା। ବିମାନଘାଟିର ସମସ୍ତ କର୍ମଚାରୀଙ୍କ ଦ୍ୱାରା ପ୍ରଦର୍ଶିତ କର୍ତ୍ତବ୍ୟ ପ୍ରତି ଗଭୀର ଯୋଗଦାନ ଏବଂ ପ୍ରତିବଦ୍ଧତା ପାଇଁ ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ କୃତଜ୍ଞତା ଜଣାଇଛନ୍ତି । ଏହା ସହ ସେମାନଙ୍କୁ ଫିଟ୍ ଏବଂ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.