ETV Bharat / bharat

ଦିଲ୍ଲୀରେ ବିଗିଡିଲା ପାଗ, 10 ଘଣ୍ଟା ବିଳମ୍ବରେ ଉଡାଣ ଭରିଲା ଏୟାର ଇଣ୍ଡିଆ ବିମାନ

ଖରାପ ପାଗ ଯୋଗୁଁ ବିଳମ୍ବରେ ଉଡାଣ ଭରିଲା ମୁମ୍ବାଇ ଲକ୍ଷ୍ନୌ ଏୟାର ଇଣ୍ଡିଆ ବିମାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 17, 2023, 10:26 AM IST

Etv Air India Express Delays
Air India Express Delays

ମୁମ୍ବାଇ: ଖରାପ ପାଗ ଯୋଗୁଁ ବଦଳିଲା ବିମାନ ଉଡାଣର ସମୟ । ବିଳମ୍ବରେ ଉଡାଣ ଭରିଲା ଏୟାର ଇଣ୍ଡିଆ ବିମାନ । ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା । ଶନିବାର 9ଟା 19ରେ ମୁମ୍ବାଇରୁ ଲକ୍ଷ୍ନୌ ଉଡାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ 10 ଘଣ୍ଟା ବିଳମ୍ବରେ ଉଡାଣ ଭରିଛି । ଆଜି (ରବିବାର) ସକାଳ 7ଟା 15ରେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଲକ୍ଷ୍ନୌ ଅଭିମୁଖେ ବାହାରିଛି ବିମାନ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ AIX-2773 ଶନିବାର ରାତି 9.19ରେ ମୁମ୍ବାଇରୁ ଲକ୍ଷ୍ନୌକୁ ଉଡାଣ କରିବାର ସମୟ ସ୍ଥିର ହୋଇଥିଲା । ଏହା ପୂର୍ବରୁ ସମସ୍ତ ଯାତ୍ରୀ ବିମାନ ମଧ୍ୟକୁ ପ୍ରବେଶ କରି ସିଟରେ ବସିଯାଇଥିଲେ । କିନ୍ତୁ ଉଡାଣର କିଛି ସମୟ ପୂର୍ବରୁ ବିମାନ ଶନିବାର ନୁହଁ ବର ରବିବାର ଉଡାଣ କରିବ ବୋଲି ଯାତ୍ରୀଙ୍କୁ ସୂଚନା ଦିଆଯାଇଥିଲା । ଏୟାର ଇଣ୍ଡିଆ ଏକ୍ସପ୍ରେସ ତରଫରୁ ଏକ ବିବୃତ୍ତି ଜାରି କୁହାଯାଇଛି ଯେ, ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ପାଗ ଭଲ ନଥିବାରୁ ମୁମ୍ବାଇରୁ ଲକ୍ଷ୍ନୌକୁ ଉଡାଣ କରିବାକୁ ଥିବା ବିମାନର ସମୟ ପରିବର୍ତ୍ତନ କରାଯାଇଛି।

ରବିବାର ସକାଳ 7ଟା 15 ମିନିଟରେ ବିମାନ ଉଡାଣ ଭରିଛି । ସେହିପରି ଦିଲ୍ଲୀରେ ଖରାପ ପାଗ ଯୋଗୁଁ ଗୌହାଟୀ-ଦିଲ୍ଲୀ ବିମାନକୁ ଲକ୍ଷ୍ନୌକୁ ଡାଇଭର୍ଟ କରାଯାଇଛି। ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରୁ ଉଡାଣ କରିବାକୁ ଥିବା ବିମାନର ସମୟ ପରିବର୍ତ୍ତନ କରାଯାଇଛି । ବିଳମ୍ବ ଯୋଗୁଁ ଆମେ ଯାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରୁଛୁ । ମୁମ୍ବାଇରୁ ଲକ୍ଷ୍ନୌକୁ ଉଡାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନର ସମୟ ପରିବର୍ତ୍ତନ ହେବା ପରେ ଯାତ୍ରୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବିମାନବନ୍ଦରରେ ହୋହଲ୍ଲା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଏୟାର ଏସିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି, କୋଚି ବିମାନବନ୍ଦରରେ ଜୁରୁରୀ ଅବତରଣ

ଗତ 1 ତାରିଖରେ କୋଚି-ବେଙ୍ଗାଲୁରୁ ଏୟାର ଏସିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ପରିଲକ୍ଷିତ ହେବାରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରିବର୍ତ୍ତେ କୋଚି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ବିମାନ । ଉଡାଣର କିଛି ସମୟ ପରେ ଏୟାର ଏସିଆ ବିମାନ କୋଚି ବିମାନବନ୍ଦରକୁ ଫେରିଆସିଥିଲା । ରାତି ପ୍ରାୟ 11ଟା 20 ମିନିଟ ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାପରେ ବିମାନ କୋଚି ଫେରିଯିବା ନେଇ ଯାତ୍ରୀଙ୍କୁ ଅବଗତ କରାଯାଇଥିଲା । କିଛି ଅଘଟଣ ଘଟିବା ପୂର୍ବରୁ ପାଇଲଟ ବିମାନକୁ କୋଚିରେ ଜରୁରୀ ଅବତରଣ କରିଥିଲେ । ବିମାନରେ 168ଜଣ ଯାତ୍ରୀ ଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.