ETV Bharat / bharat

Urination Incidents: ଜଣେ ପାଇଲଟଙ୍କ ସମେତ 4 କ୍ର୍ୟୁ ସଦସ୍ୟଙ୍କୁ ହଟାଇଲା ଏୟାର ଇଣ୍ଡିଆ - ଏୟାର ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ

ବାରମ୍ବାର ମଝି ଆକାଶରେ ଯାତ୍ରୀ ପରିସ୍ରା କରିବା ଘଟଣା ପରେ ଜଣେ ପାଇଟଲ ଓ 4 କ୍ର୍ୟୁ ସଦସ୍ୟଙ୍କୁ ହଟାଇଲା ଏୟାର ଇଣ୍ଡିଆ (mid air urination incidents in Air india flight)। କର୍ମଚାରୀଙ୍କୁ ବିମାନ ଉଡାଣ ନିୟମ ନେଇ ସମ୍ବେଦନ ହେବାକୁ ଏୟାର ଇଣ୍ଡିଆ ସିଇଓଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଜଣେ ପାଇଲଟଙ୍କ ସମେତ 4 କ୍ର୍ୟୁ ସଦସ୍ୟଙ୍କୁ ହଟାଇଲା ଏୟାର ଇଣ୍ଡିଆ

author img

By

Published : Jan 7, 2023, 4:38 PM IST

ହାଇଦ୍ରାବାଦ: ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏଯାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ଜଣେ ପୁରୁଷ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ପରିସ୍ରା କରିବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି (mid air urination incidents)। ତାଙ୍କୁ ପୋଲିସ ବେଙ୍ଗାଲୁରୁର ଗିରଫ କରି ଦିଲ୍ଲୀରେ କୋର୍ଟ ଫରଓ୍ବାର୍ଡ କରିଥିବା ବେଳେ ବିମାନ କମ୍ପାନୀ ମଧ୍ୟ ନିଜ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହି ଘଟଣା ଓ ପୂର୍ବରୁ ନଭେମ୍ବର 26 ରେ ହୋଇଥିବା ସମାନ ଘଟଣାରେ ଜଣେ ପାଇଟଲ ଓ 4 କ୍ର୍ୟୁ ସଦସ୍ୟଙ୍କୁ ସଂସ୍ଥା ଦାୟିତ୍ବରୁ ଅପସାରଣ କରିଥିବା ସୂଚନା ମିଳିଛି (mid air urination incidents in Air india flight )। ଏହି ପାଇଲଟଙ୍କ ସମେତ କ୍ର୍ୟୁ ସଦସ୍ୟମାନେ ଉକ୍ତ ଦୁଇ ଘଟଣାରେ ବିମାନ ଉଡାଣ ଦାୟିତ୍ବରେ ଥିଲେ । କେବଳ ଏତିକି ନୁହେଁ ସଂସ୍ଥା ଏମାନଙ୍କ ବିରୋଧରେ ଏକ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛି ।

ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାମ୍ପବେଲ ୱିଲସନ (ଗତକାଲି) ଶୁକ୍ରବାର ବିମାନ କର୍ମଚାରୀଙ୍କୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ମଝି ଆକାଶରେ ଉଡାନ୍ତା ବିମାନରେ ଏପରି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା କିମ୍ବା କୌଣସି ଯାତ୍ରୀ ଅନୁପଯୁକ୍ତ ଆଚରଣ କଲେ, ତାହା ସମାଧାନ ଯୋଗ୍ୟ ପରି ମନେ ହେଉଥିଲେ ସୁଦ୍ଧା ବିମାନ ସଂସ୍ଥାର ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଅବଗତ କରନ୍ତୁ ବୋଲି ଓ୍ବିଲସନ କହିଛନ୍ତି । ସଂସ୍ଥାର କାର୍ଯ୍ୟନିର୍ବାହୀ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ଯେ ଯେଉଁ ବିମାନ କର୍ମଚାରୀମାନେ ବିମାନ ଉଡାଣ ନିୟମ ପାଳନ କରୁନାହାଁନ୍ତି ସେମାନଙ୍କ ବିରୋଧରେ ସଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଛି ।

ଅନ୍ୟପଟେ ଏହି ମାମଲାର ମହିଳାଙ୍କ ଉପରେ ପରିସ୍ରା କରିଥିବା ମୁଖ୍ୟ ଅଭିଯୁକ୍ତ ତଥା ଯାତ୍ରୀ ଶଙ୍କର ମିଶ୍ରାକୁ ବେଙ୍ଗାଲୁରୁ ଆଜି ଗିରଫ କରିଛି ଦିଲ୍ଲୀ ପୋଲିସ (Shankar Mishra arrest)। ତାଙ୍କୁ ଦିଲ୍ଲୀ ଅଣାଯାଇ କୋର୍ଟରେ ମଧ୍ୟ ହାଜର କରାଯାଇଛି । ଶଙ୍କର ମିଶ୍ରା (Shankar Mishra arrest) ଆମେରିକାରେ କାର୍ଯ୍ୟରତ ଥିବା ବେଳେ ଉକ୍ତ ଦିନ ଦିଲ୍ଲୀ ଫେରୁଥିଲେ । ତେବେ ପ୍ରଚୁର ମଦ୍ୟପାନ କରି ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ଏନେଇ ମହିଳାଜଣଙ୍କ ଏୟାର ଇଣ୍ଡିଆର ମୂଳ କମ୍ପାନୀ ଟାଟାସନ୍ସର ମୁଖ୍ୟ ନଟରାଜନ ଚନ୍ଦ୍ରଶେଖରନଙ୍କ ନିକଟକୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ବିମାନ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିଥିଲେ । ଆଜି ଶଙ୍କର ମିଶ୍ରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଏୟାର ଇଣ୍ଡିଆ ମଧ୍ୟ ନିଜ କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.