ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ(Agnipath Scheme) ନେଇ ଦେଶବ୍ୟାପୀ ଆନ୍ଦୋଳନ ଓ ରାଜନୀତି ଜାରି ରହିଥିବାବେଳେ, ବାସ୍ତବ ଚିତ୍ର ଓଲଟା ପରିଲିକ୍ଷିତ ହୋଇଛି । ଭାରତୀୟ ବାୟୁସେନା ଅଗ୍ନିପଥ ଯୋଜନାରେ ରବିବାର ସୁଦ୍ଧା ୫୬୯୬୦ ଜଣ ପଞ୍ଜୀକରଣ କରିଥିବା ଜଣାପଡିଛି । ଭାରତୀୟ ବାୟୁସେନା ପକ୍ଷରୁ ଏନେଇ ଟ୍ୱିଟଯୋଗେ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଅଗ୍ନିପଥ ଯୋଜନାରେ ରବିବାର ସୁଦ୍ଧା ୫୬୯୬୦ ଜଣ ରେଜିଷ୍ଟ୍ରେସନ କରିସାରିଛନ୍ତି ।
ଯେଉଁଥିରୁ ଭବିଷ୍ୟତର ଅଗ୍ନିବୀର ତିଆରି ହେବେ । ଜୁଲାଇ ୫ ତାରିଖ ଯାଏଁ ଆବେଦନ କରାଯାଇପାରିବ ବୋଲି ସେନା ପକ୍ଷରୁ କୁହାଯାଇଛି। ସୂଚନାଅନୁସାରେ ଗତ ୧୪ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ୪ ବର୍ଷ ପାଇଁ ସେନାରେ ୧୭ ରୁ ୨୧ ବର୍ଷ ବୟସର ଯୁବକଙ୍କୁ ନିଯୁକ୍ତି ଦିଆଯିବ । ଏବଂ ସେନାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ଅଗ୍ନିବୀର ଯୋଗ୍ୟତା ମାପଦଣ୍ଡରେ ନିୟମିତ ଭାବେ ସେନାରେ କାର୍ଯ୍ୟ ଜାରି ରଖିବେ ।
-
56960 !
— Indian Air Force (@IAF_MCC) June 26, 2022 " class="align-text-top noRightClick twitterSection" data="
That's the total number of applications received till date from future #Agniveers in response to the #Agnipath recruitment application process on https://t.co/kVQxOwkUcz
Registration closes on 05 July 2022.
Details about the process available on the website. pic.twitter.com/fkq4HQ3cbx
">56960 !
— Indian Air Force (@IAF_MCC) June 26, 2022

Details about the process available on the website. pic.twitter.com/fkq4HQ3cbx56960 !
— Indian Air Force (@IAF_MCC) June 26, 2022
That's the total number of applications received till date from future #Agniveers in response to the #Agnipath recruitment application process on https://t.co/kVQxOwkUcz
Registration closes on 05 July 2022.
Details about the process available on the website. pic.twitter.com/fkq4HQ3cbx
ସେବାନିବୃତ ହେବାକୁ ଥିବା ଅନ୍ୟ 75 ପ୍ରତିଶତଙ୍କୁ 'ସେବା ନିଧି' ମିଶନରେ ଆତ୍ମନିର୍ଭର କରାଯିବ । ଏହି ଘୋଷଣା ପରେ ସାରା ଦେଶରେ ବିକ୍ଷୋଭ ଦେଖାଯାଇଥିଲା । ସେନାରେ ଭର୍ତ୍ତି ପାଇଁ ବୟସ ସୀମା ଠାରୁ, ଯୋଗ୍ୟତା ମାନଦଣ୍ଡ, ଦରମା, ବୀମା, ଛୁଟି, ପୁରସ୍କାର ଏବଂ ଚିକିତ୍ସା ସୁବିଧା ସମ୍ପର୍କିତ ସମସ୍ତ ତଥ୍ୟ ଉଲ୍ଲେଖ କରାଯାଇଛି । ଅଗ୍ନିପଥ ଯୋଜନାରେ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ । ବାର୍ଷିକ ୩୦ ଦିନ ଛୁଟି ପାଇବେ ଅଗ୍ନିବୀର । ଏହାବାଦ୍ ମେଡିକାଲ ଛୁଟି ମଧ୍ୟ ରହିଛି ।
ଏଥିସହ ସେମାନଙ୍କ ପାଇଁ ୟୁନିଫର୍ମ ଏବଂ କ୍ୟାଣ୍ଟିନ ସୁବିଧା ମଧ୍ୟ ଉପଲବ୍ଧ ହେବ । ସରକାର ଜୁନ ୧୬ରେ ଏହି ଯୋଜନାରେ ସାମିଲ ପାଇଁ ସର୍ବାଧିକ ବୟସସୀମାକୁ ୨୩ କରିଥିଲେ । ଏହାପରେ ଗୃହ ମନ୍ତ୍ରାଳୟ ଅର୍ଦ୍ଧସୈନିକ ବଳ ଓ ପ୍ରତିରକ୍ଷା ବିଭାଗ ମନ୍ତ୍ରାଳୟରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବେ ବୋଲି ଘୋଷଣା କରିଥିଲେ ।