ETV Bharat / bharat

ଆସନ୍ତାକାଲିଠୁ AIIMS ଦିଲ୍ଲୀରେ ଶିଶୁଙ୍କ କୋଭାକ୍ସିନ ଟ୍ରାଏଲ ଆରମ୍ଭ - AIIMS Delhi

AIIMS ଦିଲ୍ଲୀରେ ମଙ୍ଗଳବାରଠାରୁ ଶିଶୁଙ୍କ କୋଭାକ୍ସିନ ଟ୍ରାଏଲ ଆରମ୍ଭ କରିବ ଭାରତ ବାୟୋଟେକ । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ AIIMS ଦିଲ୍ଲୀରେ ଶିଶୁଙ୍କ କୋଭାକ୍ସିନ ଟ୍ରାଏଲ ଆରମ୍ଭ

author img

By

Published : Jun 14, 2021, 5:30 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀଠାରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ଟୀକାକରଣ ଉପରେ ଗୁରୁତ୍ବ ଦେଇଛି ଭାରତ ବାୟୋଟେକ । ଏଥିଲାଗି ଆସନ୍ତାକାଲି(ମଙ୍ଗଳବାର) ଭାରତ ବାୟୋଟକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ ବୋଲି ଜଣାପଡିଛି ।

ପୂର୍ବରୁ 12 ବର୍ଷରୁ 18 ବର୍ଷ ମଧ୍ୟରେ ଥିବା ଛୋଟ ପିଲାଙ୍କ କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ସେମାନଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି । ମଙ୍ଗଳବାର 6ରୁ 12 ବର୍ଷ ବୟସର ଶିଶୁଙ୍କ ଉପରେ ଟିକା ପରୀକ୍ଷଣ ହେବା ପରେ 2ରୁ 6 ବର୍ଷ ବୟସର ଶିଶୁଙ୍କ ଉପରେ କ୍ଲିନିକାଲ ଟ୍ରାଏଲ ପାଇଁ AIIMS ଦିଲ୍ଲୀ ଲକ୍ଷ୍ୟ ରଖିଛି । ମୋଟ 525ଟି କେନ୍ଦ୍ରରେ ଏହି କ୍ଲିନିକାଲ ଟ୍ରାଏଲ କରାଯାଉଛି ବୋଲି ସୂଚନା ମିଳିଛି ।

AIIMS ପାଟନା, ମହୀଶୂର କଲେଜ ଓ କର୍ଣ୍ଣାଟକର ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ଶିଶୁଙ୍କ ଉପରେ ଟିକାର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦିଆଯାଇଛି । ପାଟନା AIIMSର ନିର୍ଦ୍ଦେଶକ ପ୍ରଭାତ କୁମାର ସିଂଙ୍କ କହିବା ଅନୁସାରେ ଏଠାରେ 6ରୁ 12 ବର୍ଷ ବୟସ୍କଙ୍କ ଉପରେ ଟ୍ରାଏଲ ଆରମ୍ଭ ହୋଇଛି । ସେପଟେ 12ରୁ 18 ବର୍ଷ ବୟସ୍କଙ୍କ ଟ୍ରାଏଲ ଶେଷ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.