ETV Bharat / bharat

ଅମ୍ରିତସରରେ ଆତଙ୍କ, ସ୍ବାଧୀନତା ଦିବସର ଦିନକ ପୂର୍ବରୁ ହୋଇଥାନ୍ତା ବିସ୍ଫୋରଣ - ଅମ୍ରିତସର ବିସ୍ଫୋରକ ସାମଗ୍ରୀ

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଅମ୍ରିତସରରେ ହୋଇଥାନ୍ତା ବିସ୍ଫୋରଣ । ସମୟ ପୂର୍ବରୁ ଝାଡୁଦାରଙ୍କୁ ମିଳିଲା ବିସ୍ଫୋରକ ସାମଗ୍ରୀ । ଅଧିକ ପଢନ୍ତୁ:

amritsar handgrenade
amritsar handgrenade
author img

By

Published : Aug 13, 2021, 7:45 PM IST

ଅମ୍ରିତସର: ଅମ୍ରିତସରରେ ଆତଙ୍କ । ସ୍ବାଧୀନତା ଦିବସର ଦିନକ ପୂର୍ବରୁ ପୋଷ ଅଞ୍ଚଳରୁ ମିଳିଲା ବିସ୍ଫୋରକ ସାମଗ୍ରୀ । ହ୍ୟାଣ୍ଡ ଗ୍ରେନେଡ ଭଳି ଦିଶୁଥିବା ଏହି ସାମଗ୍ରୀକୁ ପ୍ରଥମେ ଜଣେ ଝାଡୁଦାର ଦେଖିଥିଲେ । ରଞ୍ଜିତ ଏଭେନ୍ୟୁ ସାମନାରେ ଝାଡୁ କରୁଥିବା ସମୟରେ କିଛି ଶୁଖିଲା ପତ୍ର ମଧ୍ୟରେ ପଡିଥିବା ବିସ୍ଫୋରକ ସାମଗ୍ରୀ ତାଙ୍କ ନଜରକୁ ଆସିଥିଲା । ଏନେଇ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ ଝାଡୁଦାର ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ବୋମା ନିଷ୍କ୍ରିୟକାରୀ ଦଳକୁ ସୂଚନା ଦେଇଥିଲା । ଏକ ଖୋଲା ସ୍ଥାନରେ ବିସ୍ଫୋରକ ସାମଗ୍ରୀକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟକାରୀ ଦଳ । କିଛିଦିନ ପୂର୍ବରୁ ଅମ୍ରିତସରର ଡାଲେକେ ଗାଁରୁ ଏକ ଟିଫିନ ଭିତରୁ ଆଇଡି ଜବତ କରାଯାଇଥିଲା । ତେବେ ଆଇଡି ଭିତରେ ଏକ ପିସିବି ମୋଟର ଥିବା ତଦନ୍ତରୁ ଜଣାପଡିଥିଲା । ଯାହାକି ରିମୋଟ ଆକ୍ଟିଭେଟ ହେବାରେ ସହାୟକ ହୋଇଥାଏ । ସେହିପରି ଆଇଡିରେ 2 ରୁ 3 କିଲୋଗ୍ରାମ ଆରଡିଏକ୍ସ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ଅସାବଧାନତାରୁ ବଡ ଅଘଟଣ ଘଟିବା ନେଇ ଆଶଙ୍କା କରିଥିଲା ଏନଏସଜି ।

ଏପରିକି ଛୋଟ ପିଲାଙ୍କ ନଜରକୁ ଆସିବା ପାଇଁ ଏକ ଆକର୍ଷଣୀୟ ଟିଫିନ ବକ୍ସରେ ଆଇଡି ଖଞ୍ଜା ଯାଇଥିଲା । ଯେଉଁ କାରଣରୁ ଅନେକ ଜୀବନହାନୀ ହେବାର ଆଶଙ୍କା ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.