ETV Bharat / bharat

ମମତାଙ୍କ ଗଡରେ ବିଜୟ ଧ୍ବଜା ଉଡାଇବାକୁ ରଥଯାତ୍ରା କରିବ ବିଜେପି - ପଶ୍ଚିମବଙ୍ଗ ନିର୍ବାଚନ

ନିଜ ନୂଆ ଅଭିଯାନ ଅନ୍ତର୍ଗତ ବିଜେପି ପଶ୍ଚିମବଙ୍ଗରେ ରଥଯାତ୍ରା କରିବ ବୋଲି ଜଣାପଡିଛି । ଏହି ରଥଯାତ୍ରା ମାଧ୍ୟମରେ ଦଳ ରାଜ୍ୟର ଲୋକଙ୍କ ନିକଟରେ ପହଞ୍ଚିବା ସହ ପରିବର୍ତ୍ତନର ସନ୍ଦେଶ ଦେବ । ଅଧିକ ପଢନ୍ତୁ...

ମମତାଙ୍କ ଗଡରେ ବିଜୟ ଧ୍ବଜା ଉଡାଇବାକୁ ରଥଯାତ୍ରା କରିବ ବିଜେପି

author img

By

Published : Jan 17, 2021, 3:43 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ କେଇ ମାସ ମାତ୍ର ବାକି। ଏହାପୂର୍ବରୁ ମମତାଙ୍କ ଗଡରେ ବିଜୟ ଧ୍ବଜା ଉଡାଇବାକୁ ସମସ୍ତ ଶକ୍ତି ଲଗାଇଦେଇଛି ଭାରତୀୟ ଜନତା ପାର୍ଟି । ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ ଆରମ୍ଭ କରିଦେଇଛି ଦଳ । ନିଜ ନୂଆ ଅଭିଯାନ ଅନ୍ତର୍ଗତ ବିଜେପି ରାଜ୍ୟରେ ରଥଯାତ୍ରା କରିବ ବୋଲି ଜଣାପଡିଛି । ଏହି ରଥଯାତ୍ରା ମାଧ୍ୟମରେ ଦଳ ରାଜ୍ୟର ଲୋକଙ୍କ ନିକଟରେ ପହଞ୍ଚିବା ସହ ପରିବର୍ତ୍ତନର ସନ୍ଦେଶ ଦେବ ।

ସୂଚନା ଅନୁଯାୟୀ ବିଜେପି ପଶ୍ଚିମବଙ୍ଗରେ 5 ଭିନ୍ନ ଭିନ୍ନ ଅଞ୍ଚଳରେ ରଥଯାତ୍ରା ବାହାର କରିବ । ଦଳ ଏହା ଜରିଆରେ 294 ଆସନ କଭର କରିବାକୁ ଲକ୍ଷ ରଖିଛି । ବିଜେପିର ପ୍ରୟାସ ଏହା ରହିଛି ଯେ ଯାତ୍ରା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ଦେଇ ଯିବ ଯାହାଫଳରେ ପରିବର୍ତ୍ତନର ସନ୍ଦେଶ ପ୍ରତିଟି ଘରେ ପହଞ୍ଚିପାରିବ । ରଥଯାତ୍ରାର ଆରମ୍ଭର ଫେବୃଆରୀର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହେବ ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଆୟୋଜିତ ବୈଠକରେ ଯୋଗ ଦେବାପରେ ବିଜେପି ନେତା କହିଛନ୍ତି ଯେ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ବିଜେପି ରାଜ୍ୟର ପାଞ୍ଚଟି କ୍ଷେତ୍ରରେ ରଥଯାତ୍ରା ବାହାର କରି 294ଟି ବିଧାନସଭା ଆସନରେ ପହଞ୍ଚିବ। ଦଳର କେତେକ ବରିଷ୍ଠ ନେତା ରଥ ଯାତ୍ରା କରିବେ। ଏହା ଏପରି ଭାବରେ ପ୍ରସ୍ତୁତ ହେବ ଯେ ଯାତ୍ରା ଆରମ୍ଭ କରୁଥିବା ରାଜ୍ୟର ବରିଷ୍ଠ ନେତା ସପ୍ତାହସାରା ଏହି ଯାତ୍ରା ସହିତ ଜଡିତ ରହିବେ । ଖୁବ ଶୀଘ୍ର ରଥଯାତ୍ରାର ରୋଡମ୍ୟାପ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ପଶ୍ଚିମବଙ୍ଗରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି । ରାଜ୍ୟ ରାଜନୀତିରେ କ୍ରମାଗତ ଓଲଟପାଲଟ ଦେଖିବାକୁ ମିଳୁଛି । ନିକଟରେ ରାଜ୍ୟର ଶାସକ ଦଳ ଟିଏମସିର ଅନେକ ନେତା ଦଳଛାଡି ବିଜେପିରେ ଯୋଗ ଦେଇଛନ୍ତି। ଅନେକ ଟିଏମସି ଶକ୍ତିଶାଳୀ ନେତା ବିଜେପିରେ ଯୋଗଦେବା ପରେ ମମତାଙ୍କ ଗଡ ଦୋହଲିବାରେ ଲାଗିଛି । ଏଥି ସହିତ ବିଜେପି କ୍ରମାଗତ ଭାବରେ ଟିଏମସି ଉପରେ ଟିଏମସି ଉପରେ ଭାରି ପଡୁଥିବା ଦେଖିବାକୁ ମିଳୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.