ETV Bharat / bharat

ସେନା ଉପରେ ଅଗ୍ନିବୀର ଯୋଜନାକୁ RSS ଓ ଗୃହ ମନ୍ତ୍ରଣାଳୟ ବଳପୂର୍ବକ ଲଦିଛନ୍ତି: ରାହୁଲ ଗାନ୍ଧୀ

author img

By

Published : Feb 7, 2023, 4:14 PM IST

ଅଗ୍ନିବୀର ଯୋଜନାରେ ଖୁସିନାହାନ୍ତି ଯୁବପିଢି । ଏହା ଆରଏସଏସ ଓ ଗୃହ ମନ୍ତ୍ରଣାଳୟର ଏହା ଯୋଜନାରେ ସେନା ଉପରେ ଲଦାଯାଇଛି କହିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ସେନା ଉପରେ ଅଗ୍ନିବୀର ଯୋଜନାକୁ ଆରଏସଏସ ଓ ଗୃହ ମନ୍ତ୍ରଣାଳୟ ବଳପୂର୍ବକ ଲଦିଛନ୍ତି: ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ଭାରତ ଯୋଡୋ ଯାତ୍ରାରୁ ଫେରି ସଂସଦର ବଜେଟ ଅଧିବେଶନରେ ଅଂଶଗ୍ରହଣ କରିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଆଜି ସଂସଦରେ କେନ୍ଦ୍ର ସରକାର ଆଣିଥିବା ଅଗ୍ନିବୀର ଯୋଜନାକୁ ନେଇ କଡା ସମାଲୋଚନା କରିଛନ୍ତି । ଅଗ୍ନିବୀର ଯୁବପିଢିର ପସନ୍ଦ ନଥିଲା କି ସେମାନେ ଏଥିରେ ଖୁସି ନାହାନ୍ତି । ବରଂ ଏହା ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ଗୃହ ମନ୍ତ୍ରଣାଳୟ ଦ୍ବାରା ସେନା ଉପରେ ଲଦି ଦିଆଯାଇଛି ବୋଲି ରାହୁଲ କହିଛନ୍ତି ।

ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ରାହୁଲ ନିଜର 3,500 କି.ମି ଦୂର ଯାତ୍ରାର ଅନୁଭବ ବଖାଣିଛନ୍ତି । ସେ କହିଛନ୍ତି, ସେ ଯାତ୍ରା ସମୟରେ ଏହି ପ୍ରସଙ୍ଗରେ ସେ ବିଭିନ୍ନ ରାଜ୍ୟର ଯୁବକଙ୍କ ସହ ଆଲୋଚନା କରିଛନ୍ତି । ସେନାରେ ଭର୍ତ୍ତି ହେବା ପାଇଁ ସ୍ବପ୍ନ ଦେଖୁଥିବା ଦେଶର ଯେଉଁ ଯୁବକ ଯୁବତୀ ପ୍ରାତଃ 4 ଟାରୁ ଉଠି କଠିନ ଶାରୀରିକ ଅଭ୍ୟାସ କରୁଛନ୍ତି, ସେମାନେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଖୁସି ନାହାନ୍ତି । ପୂର୍ବରୁ 15 ବର୍ଷର ସେବା ପରେ ସେମାନେ ଅବସର ନେଉଥିଲେ ଓ ଅବସରକାଳୀନ ଭତ୍ତା ମଧ୍ୟ ପାଉଥିଲେ । ହେଲେ ଏବେ ସରକାର ଆଣିଥିବା ଯୋଜନାରେ ମାତ୍ର 4 ବର୍ଷରେ ଅଗ୍ନିବୀରଙ୍କୁ ସେନାରୁ କାଢି ଫିଙ୍ଗି ଦିଆଯିବାର ବ୍ୟବସ୍ଥା ହୋଇଛି । ଯାହାକୁ ନେଇ ଯୁବ ସେମାନଙ୍କର ସାଙ୍ଘାତିକ ଅଭିଯୋଗ ରହିଛି ।

ଯଦି ଲୋକେ ଏହାକୁ ଚାହୁଁନାହାନ୍ତି, ସେନାରେ ଥିବା ସେନାଧିକାରୀ ମଧ୍ୟ ଗ୍ରହଣ କରିପାରୁନାହାନ୍ତି ତାହାଲେ ଏହା କେଉଁଠାରୁ ଓ କିପରି ଏହି ଯୋଜନା ଆସିଲା ବୋଲି ରାହୁଲ ପ୍ରଶ୍ନ କରିଥିଲେ । ସେହିପରି ସେ ସିଧାସଳଖ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନାମ ନେଇ ମଧ୍ୟ ବର୍ଷିଥିଲେ । ଏନଏସଏ ଡୋଭାଲ ସେନାରେ ଏପରି କରିବା ପାଇଁ ଚାପ ସୃଷ୍ଟି କରିଥିଲେ ବୋଲି ରାହୁଲ କହିଥିଲେ । ସେହିପରି ଡୋଭାଲଙ୍କ ନାମ ସଂସଦରେ କାହିଁକି ନିଆଯାଇ ପାରିବନାହିଁ ବୋଲି ସେ ପାଲଟା ପ୍ରଶ୍ନ ମଧ୍ୟ କରିଥିଲେ ।

କେବଳ ଏତିକି ନୁହେଁ ସେ ସଂସଦ ଅଧିବେଶନ ଆରମ୍ଭରେ ଉଭୟ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନକୁ ମଧ୍ୟ ସମାଲୋଚନା କରିଛନ୍ତି । ରାଷ୍ଟ୍ରପତିଙ୍କ ସମଗ୍ର ଅଭିଭାଷଣରେ ଅଗ୍ନିବୀରଙ୍କ କଥା ମାତ୍ର ଥରେ ଉଲ୍ଲେଖ ରହିଥିବା ରାହୁଲ କହୁଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା, କିନ୍ତୁ ଏହା ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଗୁରୁତ୍ବ ପାଇଲାନାହିଁ । ସେହିପରି ଦରବୃଦ୍ଧି, ମହଙ୍ଗା ମାଡ ଓ ବେକାରୀ ପରି ପ୍ରସଙ୍ଗ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ନଥିଲା ବୋଲି କହି ରାହୁଲ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.