ETV Bharat / bharat

Agnipath Scheme Protest: ସିକନ୍ଦରାବାଦ ଷ୍ଟେସନରେ ଟ୍ରେନ୍‌ରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

author img

By

Published : Jun 17, 2022, 11:18 AM IST

Updated : Jun 17, 2022, 11:50 AM IST

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଜୁଛି ବିବାଦ । ବିହାରରୁ ଆରମ୍ଭ ହୋଇଥିବା ବିକ୍ଷୋଭ ଦେଶର ବିଭିନ୍ନର ରାଜ୍ୟରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଥମୁନି ବିବାଦ, ସିକନ୍ଦରାବାଦ ଷ୍ଟେସନରେ ଜଳିଲା ଟ୍ରେନ

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଜୁଛି ବିବାଦ । ବିହାରରୁ ଆରମ୍ଭ ହୋଇଥିବା ବିକ୍ଷୋଭର ବହ୍ନି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି ।ତେଲେଙ୍ଗାନାରେ ମଧ୍ୟ ବ୍ୟାପିଛି ଅଗ୍ନିପଥ ନିଆଁ । ସିକନ୍ଦରାବାଦ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ (Agnipath Scheme Protest in Secunderabad)। ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚାଲିଛି । ସ୍ଥିତିକୁ ଆୟତ କରିବା ପାଇଁ ପୋଲିସ ଗୁଳି ଚାଳନା କରିଥିଲା । ଫଳରେ 15ରୁ ଅଧିକ ଆହତ ହୋଇଥିବାବେଳେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି ।

ଥମୁନି ବିବାଦ, ସିକନ୍ଦରାବାଦ ଷ୍ଟେସନରେ ଜଳିଲା ଟ୍ରେନ୍‌

ସମସ୍ତ ଆହତଙ୍କୁ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ କହିବାଅନୁସାରେ 15 ଜଣ ଆହତ ହୋଇଛନ୍ତି । ମୃତକ ଜଣକ ନିର୍ମଳ ଜିଲ୍ଲାର ହୋଇଥିବା ଜଣାପଡିଛି । ଆଜି (ଶୁକ୍ରବାର) ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା ହୋଇଛି । ଉତ୍ତ୍ୟକ୍ତ ଲୋକ ଟ୍ରେନ୍‌କୁ ବାଡ଼େଇ ଭଙ୍ଗାରୁଜା କରିବାରେ ସହ ଟ୍ରେନରେ ନିଆଁ ଲଗାଇଛନ୍ତି । ପୋଲିସ ସେଠାରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିବା ସୂଚନା ରହିଛି । ହରିୟାଣାର ପଲୱାଲ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଓ SMS ସର୍ଭିସକୁ ବାତିଲ କରାଯାଇଛି । ଏଠାରେ ସ୍ଥିତି ଭୟଙ୍କର ଥିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଓଡିଶାକୁ ମଧ୍ୟ ଏହି ବିରୋଧର ନିଆଁ ବ୍ୟାପିଛି । ଯୋଜନାରେ ନିଯୁକ୍ତିକୁ ଓଡ଼ିଶାରେ ବିରୋଧ ହୋଇଛି । କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭ ପ୍ରଦର୍ଶନ । ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ ହୋଇଛି । ବିହାରରେ ବ୍ୟାପକ ଭଙ୍ଗରୁଜା ବିକ୍ଷୋଭ ପ୍ରଦର୍ଶନ ପରେ ଅଗ୍ନିପଥ ଯୋଜନାରେ ନିୟମରେ ପରିବର୍ତ୍ତନ ହୋଇଥିଲା । ଆବେଦନ ପାଇଁ ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି । ହେଲେ ଏହି ପରିବର୍ତ୍ତନ ନିଯୁକ୍ତି ଆଶାୟୀଙ୍କୁ ଆଶ୍ୱସ୍ତ କରିପାରିନି ।

Last Updated : Jun 17, 2022, 11:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.