ETV Bharat / bharat

ଖୁବଶୀଘ୍ର ସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ, ହିଂସାରେ ସମ୍ପୃକ୍ତ ଆଶାୟୀଙ୍କୁ ନାହିଁ ସ୍ଥାନ

ଅଗ୍ନିପଥ ଯୋଜନାକୁ ନେଇ ତିନି ସେନାର ମିଳିତ ପ୍ରେସମିଟ । କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବନି ଯୋଜନା । ଖୁବଶୀଘ୍ର 3 ସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ । ଜାରି ରହିଥିବା ହିଂସାକାଣ୍ଡରେ ସାମିଲ ଛାତ୍ରଙ୍କୁ ନାହିଁ ସେନାରେ ପ୍ରବେଶ । ଅଧିକ ପଢନ୍ତୁ

author img

By

Published : Jun 19, 2022, 4:02 PM IST

Updated : Jun 19, 2022, 4:24 PM IST

Agnipath row: ଖୁବଶୀଘ୍ର 3 ସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ, ହିଂସାରେ ସମ୍ପୃକ୍ତ ଆଶାୟୀଙ୍କୁ ନାହିଁ ସ୍ଥାନ

ନୂଆଦିଲ୍ଲୀ: ସାରା ଦେଶରେ ଅଗ୍ନିପଥ ଯୋଜନା ନେଇ ଲାଗି ରହିଥିବା ହିଂସା ମଧ୍ୟରେ ଆଜି 3 ସେନା ଦ୍ବାରା ମିଳିତ ପ୍ରେସମିଟ କରାଯାଇଛି । 3 ସେନାରେ ଖୁବ ଶୀଘ୍ର ଏହି ଯୋଜନା ଅଧୀନରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ସଂଶୋଧିତ ସର୍ତ୍ତାବଳୀ ଓ ନିଯୁକ୍ତି ପ୍ରକ୍ରିୟା ନେଇ ତିନି ସେନା ଆଜି ପ୍ରେସମିଟରେ ବିସ୍ତୃତ ସ୍ପଷ୍ଟୀକରଣ ରଖିଛନ୍ତି ।

ସେନାରେ ଯୁବପିଢିଙ୍କୁ ଗୁରୁତ୍ବ ଦେବା ପ୍ରୟାସ ଜାରି ରହିଛି, କୋଭିଡ ପାଇଁ ପୂର୍ବ ନିର୍ଦ୍ଧାରିତ ବୟସ ବର୍ଗରେ 2 ବର୍ଷ କୋହଳ ମଧ୍ୟ କରାଯାଇଛି । ଏହାରି ମଧ୍ୟ ଶୃଙ୍ଖଳା ନେଇ ମଧ୍ୟ 3 ସେନା ବଡ ସ୍ପଷ୍ଟୀକରଣ ରଖିଛନ୍ତି । ଦେଶରେ ଜାରି ରହିଥିବା ବିକ୍ଷୋଭ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାରେ ସାମିଲ ଆଶାୟୀ ଛାତ୍ରଙ୍କୁ ସେନାରେ କୌଣସି ପ୍ରକାର ଭର୍ତ୍ତି ମିଳିବ ନାହିଁ । ବିଶୃଙ୍ଖଳା ନେଇ ଭାରତୀୟ ସେନାରେ କୌଣସି ସ୍ଥାନ ନାହିଁ ବୋଲି ଆଜି 3 ସେନା ସ୍ପଷ୍ଟ କରିଛି ।

  • Indian Army's foundation in discipline. No space for arson, vandalism. Every individual will give a certificate that they were not part of protest or vandalism. Police verification is 100%, no one can join without that: Lt General Anil Puri, Addit'l Secy, Dept of Military Affairs pic.twitter.com/Ta421tRpkT

    — ANI (@ANI) June 19, 2022 " class="align-text-top noRightClick twitterSection" data=" ">

ସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ, ସେନାରେ ଭର୍ତ୍ତି ପ୍ରକ୍ରିୟାରେ ସ୍ଥାନୀୟ ପୋଲିସର ଭେରିଫିକେସନ ବାଧ୍ୟତାମୂଳକ ରହିବ । ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିବା ହିଂସାରେ ଆବେଦନକାରୀ ଛାତ୍ର ସମ୍ପୃକ୍ତ ଅଛି କି ନାହିଁ ତାହା ପୋଲିସ ସ୍ପଷ୍ଟ କରିବ । ସେହିପରି ଏବେ ଜାରି ରହିଥିବା ଗିରଫଦାରୀ ଓ ଫୌଜଦାରୀ ମାମଲାରେ ଆଶାୟୀ ଛାତ୍ରଙ୍କ ନାମ ଥିଲେ କୌଣସି ପ୍ରକାର କୋହଳ ମନୋଭାବ ପୋଷଣ କରିବ ନାହିଁ ସେନା ।

ଅନ୍ୟପଟେ ଭାରତୀୟ ବାୟୁସେନାରେ, ଜୁନ 24ରୁ ଜୁଲାଇ 24 ମଧ୍ୟରେ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କୁ ଭର୍ତ୍ତି କରାଯିବ । ଏଥିପାଇଁ ଅନଲାଇନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସମସ୍ତ ପ୍ରକ୍ରିୟା ଶେଷ କରି ଡିସେମ୍ବରେ ଯୋଗ୍ୟ ପ୍ରାର୍ଥୀମାନେ ବିଧିବଦ୍ଧ ଭାବେ ବାୟୁସେନାରେ ଏୟାରମ୍ୟାନ ଭାବେ ସାମିଲ ହେବେ । ଡିସେମ୍ବର 30 ସୁଦ୍ଧା ସେମାନଙ୍କ ପ୍ରଶିକ୍ଷଣ ମଧ୍ୟ ଆରମ୍ଭ ହେବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ମାର୍ଶଲ ଏସ.କେ.ଝା ସୂଚନା ଦେଇଛନ୍ତି ।

ସେହିପରି ଚଳିତବର୍ଷ ନଭେମ୍ବର 21ରେ ଭାରତୀୟ ନୌସେନାରେ ପ୍ରଥମ ଅଗ୍ନିବୀରଙ୍କ ବ୍ୟାଚ ପ୍ରବେଶ କରିବ । ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କୁ ଭର୍ତ୍ତି ପ୍ରକ୍ରିୟା ପରେ ଓଡିଶା ଉପକୂଳରେ ଥିବା ନାଭାଲ ବେସ ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ପ୍ରଶିକ୍ଷଣ ଦିଆଯିବ । ଉଭୟ ପୁରୁଷ ଓ ମହିଳା ଅଗ୍ନିବୀର ନୌସେନାରେ ଭର୍ତ୍ତି ହୋଇପାରିବେ । ପ୍ରଥମ ବ୍ୟାଚରେ 25 ହଜାର ଅଗ୍ନିବୀରଙ୍କୁ ନୌସେନାରେ ଭର୍ତ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି । ପରବର୍ଷ ଅର୍ଥାତ 2023 ଫେବୃଆରୀରେ ଏହି ସଂଖ୍ୟା ବୃଦ୍ଧି ପାଇ 40 ହଜାରରେ ପହଞ୍ଚିବା ନେଇ ନୌସେନା ଭାଇସ ଆଡମିରାଲ ଦିନେଶ ତ୍ରିପାଠୀ ଆଜି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 19, 2022, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.