ETV Bharat / bharat

ଅଗ୍ନିପଥ ଯୋଜନାକୁ ନେଇ ୨ବର୍ଷରେ ହୋଇଛି ୨୫୪ ବୈଠକ ୭୫୦ ଘଣ୍ଟା - Agnipath Yojana

ଜୁନ ୧୪ରେ ତିନି ସେନା ପ୍ରମୁଖର ମୁଖ୍ୟଙ୍କ ଉପସ୍ଥିତିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଯୋଜନାକୁ ଘୋଷଣା କରିଥିଲେ । ଏହି ଯୋଜନାକୁ ନେଇ ୨ବର୍ଷ ଧରି ଆଲୋଚନା ହୋଇଥିବାବେଳେ, ମୋଟ ଏଥିପାଇଁ ୨୫୪ଟି ବୈଠକ ହୋଇଥିଲା ଯେଉଁଥିପାଇଁ ୭୫୦ ଘଣ୍ଟା ସମୟ ଲାଗିଥିଲା । ଅଧିକ ପଢନ୍ତୁ

ଅଗ୍ନିପଥ ଯୋଜନାକୁ ନେଇ ୨ବର୍ଷରେ ହୋଇଛି ୨୫୪ ବୈଠକ ୭୫୦ ଘଣ୍ଟା

author img

By

Published : Jun 24, 2022, 11:16 AM IST

ନୂଆଦିଲ୍ଲୀ: ଜୁନ୍ ୧୪ରେ ସେନାରେ ସାମିଲ ପାଇଁ ଘୋଷଣା ହୋଇଛି ଅଗ୍ନିପଥ ଯୋଜନା(Agnipath Scheme ) । ସ୍ଥଳସେନା, ବାୟୁସେନା ଓ ନୌସନାର ବିଭିନ୍ନ ପଦ ପଦବୀରେ ନିଯୁକ୍ତି ନେଇ ଦେଶର ଯୁବକ ଯୁବତୀଙ୍କ ପାଇଁ ଏହି ଯୋଜନାକୁ ଘୋଷଣା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଯାହାର ବୟସ ସୀମା ୧୭ରୁ ୨୩ ବର୍ଷ ରହିଛି । ତେବେ ଅଗ୍ନିପଥ ଯୋଜନା ଘୋଷଣା ହେବାରୁ ୨ ବର୍ଷ ପୂର୍ବରୁ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା ।

୧୯୯୯ ମସିହାରେ କାର୍ଗିଲ ଯୁଦ୍ଧ ପରେ ଭାରତୀୟ ସାମରିକ ନିଯୁକ୍ତି ନୀତିରେ ସଂଶୋଧନ ପରେ ଏହାକୁ କାର୍ଗିଲ କମିଟି, ଅରୁଣ ସିଂ କମିଟି ଏବଂ ଶେକଟକର କମିଟି ସମେତ ଅନେକ କମିଟି ଏବଂ କମିଶନରେ ପ୍ରକାଶ ପାଇଥିଲା । ଜୁନ ୧୪ରେ ତିନି ସେନା ପ୍ରମୁଖର ମୁଖ୍ୟଙ୍କ ଉପସ୍ଥିତିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଯୋଜନାକୁ ଘୋଷଣା କରିଥିଲେ । ଏହି ଯୋଜନାକୁ ନେଇ ୨ବର୍ଷ ଧରି ଆଲୋଚନା ହୋଇଥିବ ବେଳେ ମୋଟ ଏଥି ପାଇଁ ୨୫୪ଟି ବୈଠକ ହୋଇଥିଲା । ଯେଉଁଥିପାଇଁ ୭୫୦ ଘଣ୍ଟା ସମୟ ଲାଗିଥିଲା ।

ତିନୋଟି ସେବାରେ ସର୍ବାଧିକ ସଂଖ୍ୟକ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୧୫୦ ଟି ସଭା ପାଇଁ ୫୦୦ ଘଣ୍ଟା ସମୟ ଲାଗିଥିଲା । ଏହା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ୬୦ଟି ବୈଠକ ଡକାଯାଇଥିଲା ଯେଉଁଥିରେ ୧୫୦ ଘଣ୍ଟା ସମୟ ଲାଗିଥିଲା । ବୈଠକରେ ଆମେରିକା, ଚୀନ୍, ଋଷ, ବ୍ରିଟେନ, ଫ୍ରାନ୍ସ ଏବଂ ଇସ୍ରାଏଲ୍ର ସୈନିକ ନିଯୁକ୍ତି ମଡେଲଗୁଡିକ ବିଷୟରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ଅଗ୍ନିପଥ ଯୋଜନାରେ ୫୦ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ । ଏଥିସହ ତାଙ୍କୁ ତାଲିମ ମଧ୍ୟ ଦିଆଯିବ । ସୈନ୍ୟ ପ୍ରତିଷ୍ଠାନ ସୁତ୍ରରୁ ଜଣାପଡିଛି ଯେ ଏଥି ପାଇଁ ବିଶେଷ ପ୍ରଶିକ୍ଷଣକୁ ଗୁପ୍ତ ରଖାଯାଏ ।

ଭାରତୀୟ ସେନାରେ ସାମିଲ ହେବାକୁ ହେଲେ ପ୍ରଥମେ ୯ ମାସ ପ୍ରଶିକ୍ଷଣ ଦିଆଯାଏ । କିନ୍ତୁ ଅଗ୍ନିବୀରରେ ୬ ମାସ ପ୍ରଶିକ୍ଷଣ ଦିଆଯିବ। ନୌସେନାରେ ୨୨ ସପ୍ତାହ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଏବେ ୧୮ ସପ୍ତାହ ପ୍ରଶିକ୍ଷଣ ଦିଆଯିବ । ସେହିପରି ଆଜିଠାରୁ ବାୟୁସେନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲିପୂର୍ବରୁ ଘୋଷଣା କରିଥିଲେ ଏୟାର ଚିଫ୍ ମାର୍ଶଲ ବି.ଆର ଚୌଧୁରୀ ।

ସେହିପରି ଜୁଲାଇରୁ ସ୍ଥଳସେନା ପାଇଁ ପ୍ରଶିକ୍ଷଣ ଆରମ୍ଭ ହେବା ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ଭାରତୀୟ ସ୍ଥଳସେନାର ଅଫିସିଆଲ ଓ୍ବେବସାଇଟରେ ପଞ୍ଜୀକରଣ କରିପାରିବେ । ଜେନେରାଲ ଡ୍ୟୁଟି, ବୈଷୟିକ, ଟ୍ରେଡ୍ସମ୍ୟାନ ଆଦି ଏକାଧିକ ବର୍ଗର ପଦବୀ ପାଇଁ ଅଗ୍ନିବୀର ଚୟନ କରିବ ଭାରତୀୟ ସ୍ଥଳସେନା । ଏହି ସବୁ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଆଧାରରେ ଭିନ୍ନଭିନ୍ନ ମାପଦଣ୍ଡ ମଧ୍ୟ ରହିଛି ।

ଭାରତୀୟ ନୌସେନାର ଭାଇସ ଆଡମିରାଲ ଦୀନେଶ କେ ତ୍ରିପାଠୀ ମଙ୍ଗଳବାର ଦିନ କହିଛନ୍ତି ଯେ, ''ପ୍ରଶିକ୍ଷଣର ସମୟକୁ କମ କରାଯାଇଥିଲେ ମଧ୍ୟ ଏହାର ଗୁଣବତ୍ତା ଉନ୍ନତ ହେବ। ଆମେ ପ୍ରଶିକ୍ଷଣକୁ ଉନ୍ନତମାନର କରିବା ପାଇଁ ଅଗ୍ନିବୀରଙ୍କୁ ଟାବଲେଟ୍ ଏବଂ ଇ-ରିଡର୍ ଦେବା ପାଇଁ ଚିନ୍ତା କରୁଛୁ, ଯାହା ଦ୍ବାରା ସେମାନେ ପାଠ ମଧ୍ୟ ପଝିପାରିବେ ଏବଂ କ୍ଲାସରେ ମଧ୍ୟ ରହିବାକୁ ପଡିବ ନାହିଁ ।"

ଏହି ଯୋଜନାରେ ପ୍ରଶିକ୍ଷଣ ଅବଧି ସମେତ ମୋଟ ସେବା ଅବଧି ୪ ବର୍ଷ ରଖାଯାଇଛି । ପରେ ଯୋଜନାରେ ଥିବା ସର୍ତ୍ତାବଳୀ ଅନୁସାରେ ପ୍ରାୟ ୨୫ପ୍ରତିଶତ ଅଗ୍ନିବୀର ଯୋଗ୍ୟତା ମାପଦଣ୍ଡରେ ନିୟମିତ ଭାବେ ସେନାରେ କାର୍ଯ୍ୟ ଜାରି ରଖିବେ । ସେବାନିବୃତ ହେବାକୁ ଥିବା ଅନ୍ୟ ୭୫ପ୍ରତିଶତଙ୍କୁ ‘ସେବା ନିଧି’ ମିଶନରେ ଆତ୍ମନିର୍ଭର କରାଯିବ । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ପୁଣି ଥରେ ସୁରକ୍ଷା ବଳରେ ଭର୍ତ୍ତି ପ୍ରକ୍ରିୟାରେ ସଂରକ୍ଷଣ ମଧ୍ୟ ଯୋଗାଇବା ବ୍ୟବସ୍ଥା ରହିଛି । ୨୦୨୨ ବର୍ଷ ପାଇଁ ନିଯୁକ୍ତି ବୟସସୀମାକୁ ପୂର୍ବ ଘୋଷିତ ୨୧ରୁ ୨୩ବର୍ଷକୁ ବୃଦ୍ଧି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.