ETV Bharat / bharat

ଯଦି ବଞ୍ଚିଛ ତେବେ ଦିଲ୍ଲୀ ଆସ: ରାକେଶ ଟିକାୟତ - farm law

ଚାଷୀଙ୍କୁ ଏକତ୍ରିତ କରିବାରୁ 'ଯଦି ବଞ୍ଚିଛ ତେବେ ଦିଲ୍ଲୀ ଆସ' ସ୍ଲୋଗାନ ମାଧ୍ୟମରେ ଅନୁରୋଧ କରିଛନ୍ତି ଭାରତୀୟ କିଶାନ ସଂଘର ମୁଖପାତ୍ର ରାକେଶ ଟିକାୟତ । ଅଧିକ ପଢନ୍ତୁ...

ରାକେଶ ଟିକାୟତ
ରାକେଶ ଟିକାୟତ
author img

By

Published : May 24, 2021, 8:03 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଅନେକ ଦିନ ହେବ ସୀମାରେ ଚାଷୀମାନେ ଅନ୍ଦୋଳନରେ ବସିଛନ୍ତି । ନୂଆ କୃଷି ଆଇନ ବିରୋଧରେ ସ୍ଲୋଗାନ ଦେଇ ଶେଷ ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଶାନ ସଂଘର ମୁଖପାତ୍ର ରାକେଶ ଟିକାୟତ ।

'ଯଦି ବଞ୍ଚିଛ ତେବେ ଦିଲ୍ଲୀ ଆସ'ସ୍ଲୋଗାନ ମାଧ୍ୟମରେ ଚାଷୀଙ୍କୁ ଏକତ୍ରିତ ହେବାକୁ ଅନୁରୋଧ କରିଛନ୍ତି ରାକେଶ ଟିକାୟତ । ଗଣମାଧ୍ୟମକୁ ସୂଚନା ଦେଇ ଟିକାୟତ କହିଛନ୍ତି ଥରେ ଖାଲି ଏହି କୋଭିଡ ଅବଧି ଶେଷ ହୋଇଯାଉ ଏହି ବାର୍ତ୍ତା ଗାଁକୁ ଗାଁ ପଠାଯିବ । ଯଦି ତୁମେ ବଞ୍ଚିବାକୁ ଚାହୁଁଛ ଏବଂ ଜମିକୁ ବଞ୍ଚାଇବାକୁ ଚାହୁଁଛ ତେବେ ଦିଲ୍ଲୀ ଆସି ଆନ୍ଦୋଳନ କରିବାକୁ କହିଛନ୍ତି କୃଷକ ନେତା ରାକେଶ ଟିକାୟତ ।

ସରକାରଙ୍କ ପକ୍ଷରୁ କୌଣସି ଆଲୋଚନା କରାଯାଇ ନାହିଁ । ଆମେ ସରକାରଙ୍କୁ ଚିଠି ଲେଖିଛୁ ଯେଉଁଥିରେ କୁହାଯାଇଛି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ କଲରେ କଥା ହୋଇପାରିବା କିନ୍ତୁ ଏପର୍ଯ୍ୟନ୍ତ ସେହି ଫୋନ୍ ନମ୍ବର ଆମକୁ ପ୍ରଦାନ କରାଯାଇ ନାହିଁ ବୋଲି ଟିକାୟତ କହିଛନ୍ତି । ଆମେ କେନ୍ଦ୍ର ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛୁ ହେଲେ ଉପଯୁକ୍ତ ସମାଧାନ ନ ହେବା ପର୍ଯ୍ୟନ୍ତ ଆମର ଏହି ଆନ୍ଦୋଳନ ବନ୍ଦ ହେବନାହିଁ ବୋଲି କହିଛନ୍ତି ରାକେଶ ଟିକାୟତ ।

ପ୍ରକାଶ ଥାଉ କି, ସଂଯୁକ୍ତ କିଶାନ ମୋର୍ଚ୍ଚାର କୃଷକମାନେ ମେ 26 ତାରିଖକୁ କଳା ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଛନ୍ତି । ମେ 26 ତାରିଖକୁ ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀଙ୍କ ଆନ୍ଦୋଳନକୁ ଛଅ ମାସ ପୂରଣ ହେଉଛି । ନଭେମ୍ବର 2020ରୁ ସୀମାରେ ଶହ ଶହ ଚାଷୀ କୃଷକ ଉତ୍ପାଦନ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଅଧିନିୟମ, 2020, କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) କୃଷି ସେବା ଆଇନ, 2020କୁ ସଂଶୋଧନ କରିବାରୁ ଦାବି କରି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.