ETV Bharat / bharat

ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେଉଁଠି କେତେ ? - ଡିଜେଲ

ଦେଶରେ ପୁଣି ବଢିଲା ତୈଳ ଦର । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୮୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି । ଅଧିକ ପଢନ୍ତୁ...

ଦେଶରେ ପୁଣି ବଢିଲା ତୈଳ ଦର, ଦେଖନ୍ତୁ କେଉଁଠି କେତେ ?

author img

By

Published : Jul 19, 2021, 10:52 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ତୈଳ ଦର । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହୋଇପଡିଥିବା ବେଳେ ଲଗାତାର ତୈଳ ଦର ବୃଦ୍ଧି ସମସ୍ୟାକୁ ଦ୍ବିଗୁଣିତ କରିଛି । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧.୮୪ ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୯.୮୭ ଟଙ୍କା ରହିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୭.୮୩ ଟଙ୍କା ଥିବା ବେଳେ ଡିଜେଲ ୯୭.୪୫ ଟଙ୍କା ରହିଛି । ଭୋପାଳରେ ପେଟ୍ରୋଲ ଓ ଡିଜେଲ ୧୧୦.୨୦, ୯୮.୬୭, କୋଲକାତାରେ ୧୦୨.୦୮ ଓ ୯୩.୦୨ ଟଙ୍କାରେ ପହଞ୍ଚିଛି ।

ଦେଶରେ ତୈଳ ଦର ବୃଦ୍ଧି ପାଉଥିବାରୁ ଏହାକୁ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି । ବିଏସପି ମୁଖ୍ୟ ମାୟାବତୀ, ମହାରାଷ୍ଟ୍ର ଡେପୁଟି ସିଏମ ଅଜିତ ପାୱାର, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କ ସମେତ ଅନେକ ରାଜନୈତିକ ଦଳ ତୈଳ ଦର ହ୍ରାସ କରିବାକୁ ଦାବି କରିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.