ETV Bharat / bharat

World Record: 1 ମିନିଟ 54 ସେକେଣ୍ଡରେ ହନୁମାନ ଚାଳିସା ପାଠ କରି ରେକର୍ଡ, ସମ୍ମାନିତ କଲେ ରାଷ୍ଟ୍ରପତି

author img

By ETV Bharat Odisha Team

Published : Sep 7, 2023, 7:42 AM IST

ହନୁମାନ ଚାଳିସା ପାଠ କରି ବିଶ୍ବ ରେକର୍ଡ କରିଛନ୍ତି ମାତ୍ର 5 ବର୍ଷର ବାଳକ । ମାତ୍ର 1ମିନିଟ 54 ସେକେଣ୍ଡରେ ହନୁମାନ ଚାଳିସା ପାଠକରି କୀର୍ତ୍ତିମାନ ସ୍ଥାପନ । ରାଷ୍ଟ୍ରପତି କଲେ ସମ୍ମାନିତ । ଅଧିକ ପଢ଼ନ୍ତୁ

ହନୁମାନ ଚାଳିସା ପାଠ କରି ବିଶ୍ବ ରେକର୍ଡ
ହନୁମାନ ଚାଳିସା ପାଠ କରି ବିଶ୍ବ ରେକର୍ଡ

ଚଣ୍ଡିଗଡ଼: ହନୁମାନ ଚାଳିସା ପାଠ କରି ବିଶ୍ବ ରେକର୍ଡ । ଏଭଳି ଏକ ରେକର୍ଡ କରିଛନ୍ତି ମାତ୍ର 5 ବର୍ଷର ବାଳକ । ମାତ୍ର 1 ମିନିଟ 54 ସେକେଣ୍ଡରେ ହନୁମାନ ଚାଳିସା ପାଠକରି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ପଞ୍ଜାବର ଗୀତାଂଶ ଗୋୟଲ । ବିଶ୍ବ ରେକର୍ଡ ପରେ ଗୀତାଂଶକୁ ଡାକି ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ତେବେ ପଞ୍ଜାବ ମୌର ମଣ୍ଡିର 5ବର୍ଷର ବାଳକ ଗୀତାଂଶ ଗୋୟଲ ହନୁମାନ ଚାଳିସା ପାଠ କରି ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ମାତ୍ର 1 ମିନିଟ 54 ସେକେଣ୍ଡରେ ସମ୍ପୁର୍ଣ୍ଣ ହନୁମାନ ଚାଳିସାକୁ ନିର୍ଭୁଲ ଭାବରେ ପାଠ କରି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଗୀତାଂଶ । ତେବେ ଗୀତାଂଶଙ୍କ ନାମ ଇଣ୍ଡିଆ ବୁକ ଅଫ୍‌ ରେକର୍ଡ ଏବଂ ଓ୍ବାର୍ଲ୍ଡ ରେକର୍ଡ ଅଫ୍‌ ୟୁନିଭର୍ସିଟିରେ ପଞ୍ଜିକୃତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରଣ କରି ସମ୍ମାନିତ କରିଛନ୍ତି । ତେବେ ରାଷ୍ଟ୍ରପତି ଗୀତାଂଶଙ୍କୁ 'ରାମ ଭଗତ' କହି ସମ୍ବୋଧନ କରିବା ସହ ତାଙ୍କ ଠାରୁ ହନୁମାନ ଚାଳିସା ଶୁଣିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Record: କୁନି ଆର୍ଯ୍ୟଭଟ୍ଟ, ୩ ମିନିଟରେ ସମାଧାନ କଲେ ୧୦୦ଟି ପ୍ରଶ୍ନ

ତେବେ ଗୀତାଂଶ ରାଷ୍ଟ୍ରପତିଙ୍କୁ ଭେଟି ଖୁସି ହେବା ସହ କହିଛନ୍ତି ଯେ, ରାଷ୍ଟ୍ରପତି ତାଙ୍କୁ ଏକ ସ୍ବତନ୍ତ୍ର ନିମନ୍ତ୍ରଣ ପଠାଇ ନିମନ୍ତ୍ରିତ କରିଥିଲେ ଏବଂ ସେ ତାଙ୍କ ବାପା-ମାଆଙ୍କ ସହ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଇଥିଲେ । ସେପଟେ ଗୀତାଂଶଙ୍କ ମାଆ ଅମନଦୀପ କହିଛନ୍ତି ଯେ, ଗୀତାଂଶ ବର୍ତ୍ତମାନ UKGର ଛାତ୍ର ଏବଂ ସେ ହନୁମାନ ଚାଳିସାକୁ ମନେ ରଖିଛନ୍ତି । ତେବେ ଗୀତାଂଶଙ୍କୁ ତାଙ୍କ ଜେଜେବାପା ଏବଂ ବାପାମାଆ ଏହି ହନୁମାନ ଚାଳିସା ଶିକ୍ଷା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଘରେ ପୂଜା ସମୟରେ ପାଠ କରାଯାଉଥିବା ହନୁମାନ ଚାଳିସାକୁ ଶୁଣି ଏହାକୁ ଧିରେ ଧିରେ ମନେରଖିବା ସହ ମାତ୍ର 2 ମିନିଟରେ ସମ୍ପୁର୍ଣ ହନୁମାନ ଚାଳିସାକୁ ପାଠ କରିଥିଲେ । ତେବେ ଏଥିପାଇଁ ଗୀତାଂଶଙ୍କ ନାମ ଇଣ୍ଡିଆ ବୁକ ଅଫ୍‌ ରେକର୍ଡ ଏବଂ ଓ୍ବାର୍ଲ୍ଡ ରେକର୍ଡ ଅଫ୍‌ ୟୁନିଭର୍ସିଟିରେ ନାମିତ କରାଯାଇଥିଲା ।

ତେବେ ଏହା ବ୍ୟତୀତ ଗୀତାଂଶ ଅନେକ କାର୍ଯ୍ୟକ୍ରମରେ ହନୁମାନ ଚାଳିସା ପାଠ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି । ତେବେ ହନୁମାନ ସଙ୍କିର୍ତ୍ତନ ମଣ୍ଡଳଙ୍କ ଦ୍ବାରା ଆୟୋଜନ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଗୀତାଂଶ 4 ବର୍ଷ ବୟସରେ ପ୍ରଥମେ ହନୁମାନ ଚାଳିସା ପାଠ କରିଥିଲେ । ସେଠାରେ କାର୍ଯ୍ୟକ୍ରମର ଆୟୋଜକମାନେ ଏକ ସୁନା ଚେନ ଦେଇ ଗୀତେଶଙ୍କୁ ସମ୍ମାନିତ କରିଥିଲେ । ପ୍ରତିଦିନ ନିରନ୍ତନ ଅଭ୍ୟାସ ବଳରେ ଗୀତାଂଶ ମାତ୍ର ଦେଢ ମିନିଟ ମଧ୍ୟରେ ସମ୍ପୂର୍ଣ୍ଣ ହନୁମାନ ଚାଳିସା ପାଠ କରିପାରୁଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନିତ ହେବା ପରେ ଗୀତାଂଶଙ୍କ ପାଇଁ ଉଭୟ ବାପାମାଆ ଗର୍ବିତ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.