ETV Bharat / bharat

Launch of Aditya-L1: ଚନ୍ଦ୍ର ପରେ ସୂର୍ଯ୍ୟ ମିଶନ, ସେପ୍ଟେମ୍ବର 2ରେ ଲଞ୍ଚ ହେବ Aditya-L1 - ମିଶନ ସୂର୍ଯ୍ୟ

ଚନ୍ଦ୍ର ପରେ ଏବେ ISRO ନଜରରେ ସୂର୍ଯ୍ୟ । ସେପ୍ଟେମ୍ବର 2 ତାରିଖରେ ଲଞ୍ଚ ହେବ ଆଦିତ୍ୟ ଏଲ-1 । ପୃଥିବୀଠାରୁ 1.5 ମିଲିୟନ୍ କି.ମି ଦୂରରେ L-1 ପଏଣ୍ଟରୁ ସୂର୍ଯ୍ୟକୁ କରିବ ଅନୁଧ୍ୟାନ । ଅଧିକ ପଢନ୍ତୁ

Launch of Aditya-L1 : ସେପ୍ଟେମ୍ବର 2 ରେ ଲଞ୍ଚ ହେବ ଆଦିତ୍ୟ ଏଲ-1

author img

By ETV Bharat Odisha Team

Published : Aug 26, 2023, 6:07 PM IST

ବେଙ୍ଗାଲୁରୁ: ଚନ୍ଦ୍ର ଅଭିଯାନରେ ଐତିହାସିକ ସଫଳତା ପରେ ଭାରତ ତାର ମହାକାଶ ଗବେଷଣାକୁ ଆହୁରି ତ୍ବରିତ କରିବାକୁ ଯାଉଛି । ଚନ୍ଦ୍ର ମିଶନ ସଫଳତାର ସହ ଜାରି ରହିଥିବା ବେଳେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ବହୁ ପ୍ରତୀକ୍ଷିତ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ-1’ର ଉତକ୍ଷେପଣ କରିବାକୁ ଯାଉଛି । ଆସନ୍ତାମାସ (ସେପ୍ଟେମ୍ବର) 2 ତାରିଖରେ ଏହି ଉପଗ୍ରହର ଉତକ୍ଷେପଣ କରାଯିବା ନେଇ ପ୍ରାଥମିକ ଭାବେ ସମୟ ଧାର୍ଯ୍ୟ କରାଯାଇଥିବା ସଂସ୍ଥା ସୂତ୍ରରୁ ସୂଚନା ମିଳିଛି ।

ଦେଶର ପ୍ରଥମ ସୌର ମିଶନ :-

ଏହା ଭାରତର ପ୍ରଥମ ସୌର ଅଧ୍ୟୟନ ମିଶନ । ସୌରମଣ୍ଡଳର ଏକମାତ୍ର ତଥା ସର୍ବାଧିକ ଉତପ୍ତ ନକ୍ଷେତ୍ର ସୂର୍ଯ୍ୟ ସମ୍ପର୍କରେ ଏହି ମିଶନରେ ଅଧ୍ୟୟନ କରାଯିବ । ପୂର୍ବରୁ ଭାରତ ଏକାଧିକ ଉପଗ୍ରହ ପୃଥିବୀ ଓ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ପ୍ରେରଣ କରି ଅବସ୍ଥାପିତ କରିଛି । ସେହିପରି ଚନ୍ଦ୍ର ଅଧ୍ୟୟନ ପାଇଁ ଚନ୍ଦ୍ରାୟନ ସିରିଜ ମଧ୍ୟ ଜାରି ରଖିଛି ଇସ୍ରୋ । 2019 ରେ ବିଫଳ ହେବା ପରେ 2023 ରେ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର 4ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ଭାରତ । ହେଲେ ସୂର୍ଯ୍ୟ ଅଧ୍ୟୟନରେ ଏହା ଦେଶର ପ୍ରଥମ ମିଶନ ହେବାକୁ ଯାଉଛି ।

କ‘ଣ ଏହି L-1 ପଏଣ୍ଟ:-

ଏହି ମିଶନର ନାମ ଏଲ-1 ରଖାଯିବାର କାରଣ ହେଉଛି, ଏହି ଉପଗ୍ରହ ସୂର୍ଯ୍ୟଙ୍କର ଏଲ-1 ଅର୍ବିଟାଲ ପଏଣ୍ଟରେ ସ୍ଥାପିତ ହୋଇ ଅଧ୍ୟୟନ କରିବ । ଏଲ-1 ପଏଣ୍ଟ ହେଉଛି ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ କକ୍ଷପଥ ପଏଣ୍ଟ । ଆଦିତ୍ୟ-L1 ମହାକାଶ ଯାନ ପୃଥିବୀଠାରୁ ପ୍ରାୟ 1.5 ମିଲିୟନ୍ କି.ମି (15 ଲକ୍ଷ କି.ମି) ଦୂରରେ ଥିବା L-1 ପଏଣ୍ଟ (ସୂର୍ଯ୍ୟ-ପୃଥିବୀ ଲାଗ୍ରାଙ୍ଗିଆନ୍ ପଏଣ୍ଟ) ରେ ଅବସ୍ଥାପିତ ହେବ । ସେହିଠାରୁ ହିଁ ସୌରପୃଷ୍ଠରେ ଘଟୁଥିବା ପରିବର୍ତ୍ତନ, ସୂର୍ଯ୍ୟଙ୍କଠାରୁ ଆସୁଥିବା ଶକ୍ତିଶାଳୀ ସୌର ପବନ, ଏହାର କଣିକା ଓ ସୂର୍ଯ୍ୟଙ୍କ କିରଣରେ ଥିବା ରଙ୍ଗର ଉପାଦନକୁ ଅଧ୍ୟୟନ କରିବ ଏହି ଉପଗ୍ରହ ।

ଅଧ୍ୟୟନର ମୁଖ୍ୟାଂଶ :-

ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସୂର୍ଯ୍ୟକୁ L-1 କକ୍ଷପଥରୁ ଅଧ୍ୟୟନ କରିବା । ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଏବଂ କ୍ରୋମୋସଫିର୍ ଉପରେ ଅଧ୍ୟୟନ କରିଯିବ । ଏହି ଉପଗ୍ରହରେ ମୋଟ ଅତ୍ୟାଧୁନିକ 7-ପେଲୋଡ ସିଷ୍ଟମ ବ୍ୟବସ୍ଥିତ ରହିବ । ଏଥିରେ ବ୍ଯବହୃତ ହେବାକୁ ଥିବା ସୋଲାର ଅଲଟ୍ରାଭାଓଲେଟ୍ ଇମେଜର୍ ପେଲୋଡ୍ ପୁଣେ ସ୍ଥିତ ଅନ୍ତଃ ବିଶ୍ବବିଦ୍ୟାଳୟ ଆଷ୍ଟ୍ରୋନୋମି ଓ ଆଷ୍ଟ୍ରୋଫିଜିକ୍ସ ସେଣ୍ଟର ପକ୍ଷରୁ ବିକଶିତ କରିଛି । ସେହିପରି ସୌରପୃଷ୍ଠର ବାହାର ପରସ୍ତ ବା (କରୋନା)କୁ ଅନୁଧ୍ୟାନ କରିବା ପାଇଁ ଇନଷ୍ଟଲ ହୋଇଥିବା ‘କୋରନାଗ୍ରାଫ ପେଲୋଡ’ ବେଙ୍ଗାଲୁରୁରେ ଥିବା ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ (IIA) ଦ୍ବାରା ବିକଶିତ ହୋଇଥିବା ISRO ଜଣେ ଅଧିକାରୀ କହିଛନ୍ତି । ସମ୍ପୂର୍ଣ୍ଣ ମିଶନରେ ବ୍ୟବହାର ହୋଇଥିବା ଯନ୍ତ୍ରାଂଶ ବିକଶିତ କରିବାରେ ସ୍ବଦେଶୀ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :-Mission Aditya-L1: ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-1’ !

ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ:-

ଯଦି ସମସ୍ତ ପ୍ରକ୍ରିୟା ସଠିକ ସମୟରେ ଶେଷ ହୁଏ, ତେବେ ସେପ୍ଟମ୍ବର 2 ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତକ୍ଷେପଣ ହେବ । ପୂର୍ବରୁ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଏନେଇ ସୂଚନା ଦେଇସାରିଥିବା ବେଳେ ଏବେ ସମ୍ଭାବିତ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଭାରତର ଚନ୍ଦ୍ର ଅଭିଯାନ ଏବେ ସଫଳ ହେବା ପରେ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ବର ଏକ ପ୍ରମୁଖ ରାଷ୍ଟ୍ର । ପୂର୍ବରୁ 3ଟି ବିକଶିତ ଦେଶ ଆମେରିକା, ଋଷ ଓ ଚୀନ ଚନ୍ଦ୍ରର ବିଷୁବମଣ୍ଡଳୀୟ ଓ ଅନ୍ୟ କ୍ଷେତ୍ରରେ ପହଞ୍ଚି ସାରିଥିବା ବେଳେ ଏହି ତାଲିକାରେ 4ର୍ଥ ସ୍ଥାନରେ ଭାରତର ନାମ ଯୋଡି ହୋଇଛି । ଏହା ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିବା ପ୍ରଥମ ଦେଶ ହେଉଛି ଭାରତ । ଦକ୍ଷିଣ ମେରୁରେ ଜଳ ଓ ଜୀବନ ସତ୍ତା ସମ୍ଭାବନା ଅଧିକ ରହିଥିବା କାରଣରୁ ଇସ୍ରୋର ଉପଲବ୍ଧି ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.