ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କୋଭିଡରେ ସଂକ୍ରମିତ । ଗତକାଲି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ କୋରୋନା ପଜିଟିଭ ପରେ ଆଜି ପ୍ରିୟଙ୍କା କୋଭିଡରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ପ୍ରିୟଙ୍କା ଗାନ୍ଧୀ ଦୁଇଦିନିଆ ନବ ସଂକଳ୍ପ ଚିନ୍ତନ ଶିବିର ଲକ୍ଷ୍ନୌ ଯାଇଥିବା ବେଳେ ଗତକାଲି ସେ ଦିଲ୍ଲୀରୁ ଫେରିଥିଲେ ।
-
I've tested positive for COVID-19 with mild symptoms. Following all the protocols, I have quarantined myself at home.
— Priyanka Gandhi Vadra (@priyankagandhi) June 3, 2022 " class="align-text-top noRightClick twitterSection" data="
I would request those who came in contact with me to take all necessary precautions.
">I've tested positive for COVID-19 with mild symptoms. Following all the protocols, I have quarantined myself at home.
— Priyanka Gandhi Vadra (@priyankagandhi) June 3, 2022
I would request those who came in contact with me to take all necessary precautions.I've tested positive for COVID-19 with mild symptoms. Following all the protocols, I have quarantined myself at home.
— Priyanka Gandhi Vadra (@priyankagandhi) June 3, 2022
I would request those who came in contact with me to take all necessary precautions.
କୋଭିଡରେ ସଂକ୍ରମିତ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପ୍ରିୟଙ୍କା । ଟ୍ବିଟ କରି ଲେଖିଛନ୍ତି କି, ମୋର ସାମାନ୍ୟ କୋରୋନା ଲକ୍ଷଣ ରହିଛି । ସମସ୍ତ ପ୍ରୋଟୋକଲକୁ ଧ୍ୟାନରେ ରଖି ମୁଁ ନିଜକୁ କ୍ବାରେଣ୍ଟାଇନରେ ରଖିଛି ।
ସୂଚନା ଥାଉକି, ଗତକାଲି ସୋନିଆ ଗାନ୍ଧୀ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ସେ ନିଜକୁ ଆଇସୋଲେଟ କରି ରଖିଥିବା କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଥିଲେ । ନ୍ୟାସନାଲ ହେରାଲ୍ଡ କେସକୁ ନେଇ ଇଡି ଜାଲରେ ଛନ୍ଦି ହୋଇଛନ୍ତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ଉଭୟଙ୍କୁ ସମନ କରିଛି ଇଡି ।