ETV Bharat / bharat

ଫୋନ କଲ୍‌ ଧମକରେ ନଡରିବାରୁ ଉମେଶ ପାଲଙ୍କୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲା ଅତିକ

author img

By

Published : May 7, 2023, 8:57 PM IST

ଜେଲ୍‌ ଭିତରୁ ଫୋନ କଲ ଧମକରେ ନଡରିବାରୁ ଉମେଶ ପାଲଙ୍କୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥିଲା ମାଫିଆ ଅତିକ ଅହମ୍ମଦ । ଅତିକ ସହ ଉମେଶ ପାଲଙ୍କୁ ଫୋନରେ କଥାବାର୍ତ୍ତା କରାଇଥିଲା ଗୁଡ୍ଡୁ ମୁସଲିମ୍‌ । ଅଧିକ ପଢନ୍ତୁ

After responding to the threat Atiq Ahmed said kill Umesh Pal

ଲକ୍ଷ୍ନୌ: ବହୁଚର୍ଚ୍ଚିତ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡର ପ୍ରାୟ ଅଢେଇ ମାସ ପରେ ପୋଲିସ ହାତରେ ଲାଗିଛି ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜେଲ୍‌ରେ ଥିବା ବେଳେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ଧମକକୁ ବେଖାତିର କରିବାରୁ ଉମେଶ ପାଲଙ୍କୁ କରାଯାଇଥିଲା ହତ୍ୟା । ଅତିକ ଏକ ପୁରୁଣା ମାମଲାରେ ସାକ୍ଷୀ ନଦେବା ପାଇଁ ଅତିକ ଧମକ ଦେବା ପରେ ଭୟଭୀତ ହୋଇନଥିଲେ ଉମେଶ ପାଲ । ଫଳରେ ତାଙ୍କୁ ହତ୍ୟା କରିବା ପାଇଁ ଅତିକ ନିଜ ପୁଅ ଓ ତାର ଅପରାଧୀ ଗୋଷ୍ଠୀଙ୍କୁ ନିର୍ଦ୍ଦେଶ ଦେଇଥିଲା । ତଦନ୍ତ ଆଧାରରେ ପୋଲିସ ନିକଟରେ ଏହି ସୂଚନା ପହଞ୍ଚିଛି ।

ପୋଲିସ ତଦନ୍ତରୁ ମିଳିଥିବା ସୂଚନା ଉମେଶ ପାଲଙ୍କ ହତ୍ୟା ପୂର୍ବରୁ ଗୁଜୁରାଟର ସାବରମତି ଜେଲ୍‌ରେ ଥିବା ମାଫିଆ ଅତିକ ଅହମ୍ମଦ ତାଙ୍କୁ ଫୋନ ଯୋଗେ ଧମକ ଦେଇଥିଲା । ଭୟଭୀତ ହେବା ପରିବର୍ତ୍ତେ ଉମେଶ ପାଲ ଫୋନରେ ଅତିକ୍ ଅହମ୍ମଦ ସହ ଭୀଷଣ ଯୁକ୍ତିତର୍କ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅତିକ ନିଜ ପତିଆରା ଜାହିର କରିବା ପାଇଁ ହତ୍ୟା ଷଡଯନ୍ତ୍ର କରିଥିଲା । ନିଜ ପୁଅ ଅସଦ ଓ ତାର ଅପରାଧିକ ସହଯୋଗୀଙ୍କୁ ଉମେଶ ପାଲଙ୍କୁ ହତ୍ୟା କରିବା ପାଇଁ ଜେଲ୍‌ରୁ ହିଁ ନିର୍ଦ୍ଦେଶ ଦେଇଥିଲା ।

ଅନ୍ୟ ଏକ ସୂଚନା ଅନୁସାରେ, ହତ୍ୟାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବମବାଜ ଗୁଡ୍ଡୁ ମୁସଲିମ ଉମେଶ ପାଲଙ୍କ ଘରକୁ ଯାଇ ତାଙ୍କ ସହ ଅତିକର କଥାବାର୍ତ୍ତା କରାଇଥିଲା । ଉଭୟଙ୍କ ମଧ୍ୟରେ ଏକ ପୂର୍ବ ମାମଲାରେ ପ୍ରସଙ୍ଗରେ ମଧ୍ୟସ୍ଥି ପରି କାର୍ଯ୍ୟ କରିଥିଲା ଗୁଡ୍ଡୁ ମୁସଲିମ । ହେଲେ ଉମେଶ ପାଲ ଅତିକର ଧମକରେ ବିଚଳିତ ନହୋଇ ତାକୁ ମୁଁହତୋଡ ଜବାବ ଦେବା ପରେ ଆରମ୍ଭ ହୋଇଥିଲା ହତ୍ୟା ଷଡଯନ୍ତ୍ର । ମଧ୍ୟସ୍ଥି ଭାବେ ଫୋନରେ କଥାବାର୍ତ୍ତା କରାଇଥିବା ଗୁଡ୍ଡୁ ମୁସଲିମ ମଧ୍ୟ ଏହି ହତ୍ୟାକାଣ୍ଡରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା ।

ଅତିକ୍ ଅହମ୍ମଦର ଏକାଧିକ ମାମଲା ଲଢୁଥିବା ଓକିଲ ଖାନ ସୌଲତ ହନିଫକୁ ପୋଲିସ 12 ଘଣ୍ଟିଆ ରିମାଣ୍ଡରେ ନେଇ ଜେରା କରିବା ବେଳେ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି । ଖାନ୍‌ ସୌଲତ ହନିଫର କହିବା ଅନୁସାରେ, ଉମେଶ ପାଲ ଅପହରଣ ମାମଲାର ଶୁଣାଣି ପୂର୍ବରୁ ଅତିକ ଅହମ୍ମଦ ଉମେଶଙ୍କୁ ଫୋନରେ ମାମଲା ପ୍ରତ୍ୟାହାର କରିବାକୁ କିମ୍ବା ସାକ୍ଷୀ ନଦେବା ପାଇଁ ଚାପ ପକାଇଥିଲା । ହେଲେ ଏହା କରିବା ପାଇଁ ଉମେଶ ପାଲ ସହମତ ନହେବା ସହ ଅତିକ ଧମକର କଡା ଜବାବ ଦେଇଥିଲେ । ଏଥିରେ ଅତିକ ଉତକ୍ଷିପ୍ତ ହୋଇଥିଲା ଅତିକ ।

ଷଡଯନ୍ତ୍ର ହେବା ପରେ ପ୍ରଥମେ 21 ଫେବୃଆରୀରେ ହତ୍ୟା କରାଯିବା ନେଇ ଉଦ୍ୟମ କରାଯାଇଥିଲା । ହେଲେ ସେହି ସମୟରେ ପୋଲିସ ଆସିଯିବାରୁ ଉମେଶଙ୍କୁ ଅସଦ ଗ୍ୟାଙ୍ଗ ହତ୍ୟା କରିପାରିନଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ 24 ତାରିଖରେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିଲେ ଅତିକର ପୁଅ ଅସଦ, ବମବାଜ ଗୁଡ୍ଡୁ ମୁସଲିମ ଓ ଅନ୍ୟ କିଛି ସୁଟର । ଏହି ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.