ETV Bharat / bharat

ରକ୍ଷକ ସାଜିଲା ଭକ୍ଷକ: ୨ବର୍ଷର ପୁଅକୁ ଛାତରୁ ଫିଙ୍ଗି ପିତାର ଆତ୍ମହତ୍ୟା ଉଦ୍ୟମ

ରାଜଧାନୀ ଦିଲ୍ଲୀର କାଲକାଜି ଅଞ୍ଚଳରେ ନିଜ ୨ ବର୍ଷର ଶିଶୁକୁ ଛାତରୁ ଫିଙ୍ଗିଛି ମଦ୍ୟପ ପିତା । ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି (Father throws son from first floor) । ଅଧିକ ପଢନ୍ତୁ

Father throws son from first floor
ଶିଶୁକୁ ଛାତରୁ ଫିଙ୍ଗି ପିତାର ଆତ୍ମହତ୍ୟା ଉଦ୍ୟମ
author img

By

Published : Dec 17, 2022, 8:07 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କାଲକାଜି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ପତ୍ନୀ ସହିତ ପାଟିତୁଣ୍ଡ ହେବା ପରେ ଯୁବକ ଜଣକ ୨ବର୍ଷର କୋମଳମତୀ ଶିଶୁକୁ ଛାତରୁ ପ୍ରଥମେ ଫିଙ୍ଗିବା ପରେ ନିଜେ ମଧ୍ୟ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି (Father throws son from first floor) । ଗୁରୁତର ଅବସ୍ଥାରେ ଉଭୟ ବାପ-ପୁଅଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଯୁବକଙ୍କୁ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି ।

ଦକ୍ଷିଣ-ପୂର୍ବାଞ୍ଚଳ ଡିସିପି ଈଶା ପାଣ୍ଡେ ଏ ନେଇ କହିଛନ୍ତି ଯେ ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ତାଙ୍କୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଅଭିଯୁକ୍ତ ତଥା ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ମାନ ସିଂ ଯିଏକି ସଞ୍ଜୟ କଲୋନି ଓଖଲାର ଅଧିବାସୀ । ସେ ପ୍ରଥମେ ପ୍ରଥମ ମହଲାରୁ ନିଜ ୨ବର୍ଷର ଶିଶୁକୁ ଫିଙ୍ଗିଥିଲା । ଏହାପରେ ନିଜେ ମଧ୍ୟ ଛାତରୁ ଡେଇଁ ପଡ଼ିଥିଲା । ଏହାପରେ ଅଭିଯୁକ୍ତଙ୍କ ପତ୍ନୀ ପୂଜା ନିଜ ଶିଶୁକୁ ନେଇ ହୋଲି ଫ୍ୟାମିଲି ହସ୍ପିଟାଲ ନେଇଥିବା ବେଳେ ସ୍ବାମୀ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଛି ।

ଏହା ବି ପଢନ୍ତୁ- Shraddha Murder Case: ଅଫତାବର ଜାମିନ ଆବେଦନ ପ୍ରସଙ୍ଗ, ଆସନ୍ତା ୨୨କୁ ଘୁଞ୍ଚିଲା ଶୁଣାଣି

ଅଭିଯୁକ୍ତଙ୍କ ପତ୍ନୀ ପୂଜା କହିଛନ୍ତି ଯେ ସ୍ବାମୀଙ୍କ ସହିତ ତାଙ୍କର ସମ୍ପର୍କ ଏବେ ଭଲ ନାହିଁ । ଏଥିଲାଗି ସେ ନିଜ ୨ ଶିଶୁଙ୍କ ସହିତ ତାଙ୍କ ଜେଜେମା' ଘରେ ରହୁଛନ୍ତି । ଆଜି ଅଭିଯୁକ୍ତ ଜଣକ ମଦ୍ୟପାନ କରି ତାଙ୍କ ଜେଜେମା' ଘରକୁ ଆସିଥିଲା ଓ ଏହାପରେ ତାଙ୍କ ସହିତ ଝଗଡ଼ା କରିଥିଲା । ଏହାପରେ ସେ ଘର ଛାତ ଉପରୁ ୨ ବର୍ଷର ଶିଶୁକୁ ତଳେ ଫିଙ୍ଗି ଦେଇଥିଲା ଏବଂ ନିଜେ ମଧ୍ୟ ଡେଇଁ ପଡି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପୋଲିସ ଏହି ଘଟଣାରେ ଆଇପିସି ଧାରା ୩୦୭ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.