ETV Bharat / bharat

Agnipath Row: ଅଗ୍ନିବୀରଙ୍କ ପାଇଁ 10% ସଂରକ୍ଷଣକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ

author img

By

Published : Jun 18, 2022, 4:49 PM IST

ଅର୍ଦ୍ଧସାମରିକ ବଳ ପରେ ଅଗ୍ନିବୀରଙ୍କ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟରେ 10 ପ୍ରତିଶତ ସଂରକ୍ଷଣ ମଞ୍ଜୁରୀ । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି । ପୂର୍ବରୁ କେନ୍ଦ୍ରୀୟ ସଶସ୍ତ୍ର ବଳରେ ସଂରକ୍ଷଣ ଦେଇସାରିଛି ଗୃହ ମନ୍ତ୍ରାଣାଳୟ । ଅଧିକ ପଢନ୍ତୁ

Agnipath Row: ଅଗ୍ନିବୀରଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନିଆଦିଲ୍ଲୀ: ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ଦେଖାଯାଇଥିବା ଛାତ୍ର ଅରାଜକତା କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି । ପୂର୍ବ ସର୍ତ୍ତାବଳୀରେ ସଂଶୋଧନ କରି ସ୍ଥିତି ଉପରେ ନିୟନ୍ତ୍ରଣ ପାଇବାକୁ ପ୍ରୟାସ ଆରମ୍ଭ କରିଛି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅର୍ଦ୍ଧସାମରିକ ବାହିନୀ ଓ ଆସାମ ରାଇଫଲରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ମଞ୍ଜୁରୀ ଦେଇଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

  • 10% of the job vacancies in the Ministry of Defence to be reserved for ‘Agniveers’ meeting requisite eligibility criteria: RMO India pic.twitter.com/PGSzhBSHke

    — ANI (@ANI) June 18, 2022 " class="align-text-top noRightClick twitterSection" data=" ">

ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ ଅଗ୍ନିବୀରଙ୍କ କାର୍ଯ୍ୟକାଳ ଶେଷ କରିବା ପରେ ସେମାନଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ଶାଖାରେ ଯୋଗ୍ୟତା ମାପଦଣ୍ଡରେ ନିଯୁକ୍ତି ପାଇଁ 10 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ । ଏହି 10 ପ୍ରତିଶତ ସଂରକ୍ଷଣ ଭାରତୀୟ କୋଷ୍ଟଗାର୍ଡ ଓ ଡିଫେନ୍ସ ସିଭିଲିଆନ ପୋଷ୍ଟ ସମେତ 16 ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଅଧୀନରେ ମିଳିବ ।

ଏହାମଧ୍ୟ ପଢନ୍ତୁ: Agnipath Scheme: ଅଗ୍ନିବୀରଙ୍କୁ CAPF-ଆସାମ ରାଇଫଲ୍ସରେ ମିଳିବ ୧୦% ସଂରକ୍ଷଣ

  • The 10% reservation will be implemented in the Indian Coast Guard and defence civilian posts, and all the 16 Defence Public Sector Undertakings. This reservation would be in addition to existing reservation for ex-servicemen.

    — रक्षा मंत्री कार्यालय/ RMO India (@DefenceMinIndia) June 18, 2022 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳରେ ମଧ୍ୟ ସଂରକ୍ଷଣ ଲାଗୁ କରିବା ପାଇଁ ଗୃହ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଥିଲେ । ଆସାମ ରାଇଫଲ ଓ CAPF ରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ମିଳିବ ସଂରକ୍ଷଣ । ବର୍ତ୍ତମାନ ସୁଦ୍ଧା ଗୃହ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବଳ ଯଥା, BSF, CRPF, ITBP, SSB ଓ CISF ରେ ପ୍ରାୟ 73,000 ଅଧିକ ପଦବୀ ଖାଲି ପଡିଛି । ସେହିପରି କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ 18,124 ପୋଲିସ ପଦବୀ ମଧ୍ୟ ଖାଲି ପଡିଛି ।

ବର୍ତ୍ତମାନ ସେନାରେ ଭର୍ତ୍ତୀ ହେବାକୁ ଥିବା ଅଗ୍ନିବୀର ନିଜର 4 ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ଏହି ସବୁ ବଳରେ ଭର୍ତ୍ତି ପାଇଁ ଅନ୍ୟ ତଥା ସାଧାରଣ ଆଶାୟୀଙ୍କ ପରିବର୍ତ୍ତେ ସଂରକ୍ଷଣ ବ୍ୟବସ୍ଥାର ଲାଭ ପାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.