ETV Bharat / bharat

Gujarat flood: ଛାଡିଗଲା ବନ୍ୟା, ବଦଳିଗଲା ଜାତୀୟ ରାଜପଥର ମାନଚିତ୍ର - ଉତ୍ତର ଗୁଜୁରାଟରେ ବନ୍ୟା

ଲଗାଣ ବର୍ଷାରେ ବେହାଲ ଉତ୍ତର ଗୁଜୁରାଟ । ବର୍ଷା ପ୍ରଭାବରେ ଭାପି-ସିଲଭାସା 48 ନମ୍ବର ଜାତୀୟ ରାଜପଥ ଧୋଇ ହୋଇଯାଇଛି । ଅନେକ ଜାଗାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହିଛି । ଅଧିକ ପଢନ୍ତୁ

Gujarat flood: ଖାଲଖମାରେ ଭର୍ତ୍ତି ଭାପି-ସିଲଭାସା 48 ନମ୍ବର ଜାତୀୟ ରାଜପଥ

author img

By

Published : Jul 17, 2022, 11:44 AM IST

ଗାନ୍ଧୀନଗର: ବନ୍ୟାରେ ବେହାଲ ଗୁଜୁରାଟ । ରାଜ୍ୟର ଅନେକ ଜିଲ୍ଲା ଏବେ ଜଳବନ୍ଦୀ ହୋଇ ରହିଥିବା ବେଳେ ରାସ୍ତାର ଅବସ୍ଥା ନ କହିବା ଭଲ । ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟାରେ ଗୁଜୁରାଟରେ ବ୍ୟାପକ କ୍ଷତି ହୋଇଛି । ଗୁଜୁରାଟରେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଗୁଜୁରାଟର ୪୮ ନମ୍ବର ଜାତୀୟ ରାଜପଥ ଖାଲଖମାରେ ଭରପୂର ହୋଇ ରହିଥିବା ବେଳେ ରାସ୍ତାରେ ପାଣିଜମି ମରଣଯନ୍ତା ପାଲଟିଛି । ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

Gujarat flood: ଖାଲଖମାରେ ଭର୍ତ୍ତି ଭାପି-ସିଲଭାସା 48 ନମ୍ବର ଜାତୀୟ ରାଜପଥ
Gujarat flood: ଖାଲଖମାରେ ଭର୍ତ୍ତି ଭାପି-ସିଲଭାସା 48 ନମ୍ବର ଜାତୀୟ ରାଜପଥ

ସେନା, NDRF ଓ SDRF ସମେତ କୋଷ୍ଟଗାର୍ଡ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଉତ୍ତର ଗୁଜୁରାଟରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ବର୍ଷା ପ୍ରଭାବରେ ଭାପି-ସିଲଭାସା 48 ନମ୍ବର ଜାତୀୟ ରାଜପଥ ଧୋଇ ହୋଇଯାଇଛି । ଅନେକ ଜାଗାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମି ରହିଛି । ଏହି ବନ୍ୟାରେ ଗୁଜୁରାଟର ପ୍ରାୟ ୧୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ନଭସାରୀ ଜିଲ୍ଲାର ୮୧୧ ଲୋକଙ୍କୁ ଗତକାଲି(ଶନିବାର) ଦିନ ସୁରକ୍ଷାକର୍ମୀଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା । ବନ୍ୟାଗ୍ରସ୍ତ ବଲସାଦ ଜିଲ୍ଲାରେ ଲୋ-ଭିଜିବିଲିଟି ଓ ପ୍ରତିକୂଳ ପାଗ ସତ୍ତ୍ବେ ମଧ୍ୟ ଅମ୍ବିକା ନଦୀ କୂଳରେ ଫସିଥିବା 16 ଜଣଙ୍କୁ ଏୟାରଲିଫ୍ଟ କରିଥିଲା କୋଷ୍ଟଗାର୍ଡ ହେଲିକପ୍ଟର ।

ନଭସାରୀ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସୁରଟ ମ୍ୟୁନିସିପାଲଟି ତରଫରୁ ୨୦୦ ଜଣ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ୬ଟି ଜେସିବି, ୫ଟି ପମ୍ପ, ଟ୍ରକ, ଟ୍ରାକ୍ଟର ସହ ନିରାମୟ ଔଷଧ ଯୋଗାଇ ଦିଆଯାଇଥିଲା । ବନ୍ୟା ପ୍ରଭାବିତଙ୍କୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ୪୦ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୫ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି ।ଗୁଜୁରାଟରେ ଏପର୍ଯ୍ୟନ୍ତ ଭଲ ବର୍ଷା ହୋଇଛି । ରାଜ୍ୟର 207 ଜଳଭଣ୍ଡାରରେ ଶନିବାର ପର୍ଯ୍ୟନ୍ତ 50.92 ପ୍ରତିଶତ ଜଳ ସଂରକ୍ଷଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.