ETV Bharat / bharat

ନେତାଙ୍କୁ CWC ରିଜୋଲ୍ୟୁସନ ପାଳନ କରିବାକୁ କଂଗ୍ରେସର ନିର୍ଦ୍ଦେଶ - ନେତାଙ୍କୁ CWC ରିଜୋଲ୍ୟୁସନ ପାଳନ କରିବାକୁ କଂଗ୍ରେସର ନିର୍ଦ୍ଦେଶ

କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଦିଗବିଜୟ ସିଂଙ୍କ ମନ୍ତବ୍ୟ ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ...

ଦିଗବିଜୟ ସିଂ
ଦିଗବିଜୟ ସିଂ
author img

By

Published : Jun 13, 2021, 9:12 AM IST

ନୂଆଦିଲ୍ଲୀ: କାଶ୍ମୀରରେ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଦିଗବିଜୟ ସିଂଙ୍କ ମନ୍ତବ୍ୟ ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି । କ୍ଲବ୍ ହାଉସର ଅନଲାଇନ୍ ଚାଟରେ କାଶ୍ମୀର ପ୍ରସଙ୍ଗକୁ ନେଇ ଦିଗବିଜୟଙ୍କ ବୟାନକୁ ବିଜେପି ତୀବ୍ର ନିନ୍ଦା କରିଛି । ଏହାପରେ କଂଗ୍ରେସ, ଏହାର ନେତାମାନଙ୍କୁ CWC ରିଜୋଲ୍ୟୁସନ ପାଳନ କରିବାକୁ କହିଛି । 6 ଅଗଷ୍ଟ 2019ରେ CWC ରେ ପାସ୍ କରାଯାଇଥିବା ରିଜୋଲ୍ୟୁସନକୁ ପାଳନ କରିବାକୁ କୁହାଯାଇଛି ।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା କ୍ଲବ୍ ହାଉସ ଚାଟରେ ପାକିସ୍ତାନୀ ସାମ୍ବାଦିକଙ୍କ ସହ ଆଲୋଚନା କରୁଥିଲେ ଦିଗବିଜୟ ସିଂ । ଏହି ଅଡିଓ କ୍ଲିପ୍‌ରେ କଂଗ୍ରେସ ନେତା କହିଛନ୍ତି ଯେ, ଧାରା 370 ଉଚ୍ଛେଦ କରିବା ଏବଂ ଜାମ୍ମୁ କାଶ୍ମୀରର ଷ୍ଟେଟ୍ ହୁଡ୍ ହ୍ରାସ କରିବାର ନିଷ୍ପତ୍ତିରେ ମୁଁ ଅତ୍ୟନ୍ତ ଦୁଃଖିତ । କଂଗ୍ରେସ ଦଳ ନିଶ୍ଚିତ ଭାବରେ ଏହି ପ୍ରସଙ୍ଗରେ ପୁନଃବିଚାର କରିବ।

ଏନେଇ ବିଜେପି ଶନିବାର କଂଗ୍ରେସକୁ ଟାର୍ଗେଟ କରିଛି । ଏହି ମନ୍ତବ୍ୟ ‘ଟୁଲକିଟ୍’ର ଅଂଶବିଶେଷ । ବିଜେପି ପରାମର୍ଶ ଦେଇଛି ଯେ INC (ଭାରତୀୟ ଜାତୀୟ କଂଗ୍ରେସ) ସ୍ଥାନରେ କଂଗ୍ରେସ ନିଜକୁ ANC (ଆଣ୍ଟି-ନ୍ୟାସନାଲ୍ କ୍ଲବ୍ ହାଉସ୍) ଭାବରେ ନାମିତ କରିବା ଉଚିତ୍। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି, ‘ଦିଗବିଜୟା ସିଂ କିମ୍ବା କଂଗ୍ରେସର ଜଣେ ବରିଷ୍ଠ ନେତା ନିଶ୍ଚିତ ଭାବରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଏପରି ପଚାରିବାକୁ ନିର୍ଦ୍ଦେଶ ଦେଇଥିବେ। କିଛି ଦିନ ପୂର୍ବରୁ ଉଲ୍ଲେଖ କରାଯାଇଥିବା ଟୁଲକିଟର ଏହା ଏକ ଅଂଶ ’ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.